Home ଜିଲ୍ଲା ପରିକ୍ରମା ଧାମରାରେ କ୍ଷୟକ୍ଷତିର ସମୀକ୍ଷା କଲେ ବିଜେଡିର ରାଜ୍ୟ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ

ଧାମରାରେ କ୍ଷୟକ୍ଷତିର ସମୀକ୍ଷା କଲେ ବିଜେଡିର ରାଜ୍ୟ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ

65

ଭଦ୍ରକ, ୨୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା ୟାସ୍ ଆଶା କରାଯାଉଥିବା କ୍ଷତିଠାରୁ କମ୍ ପରିମାଣର ତାଣ୍ଡବ ରଚିଥିଲେ ମଧ୍ୟ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଧାମରାରେ ତାର ରୁଦ୍ର ରୂପ କିଛିଟା ଦେଖାଇଛି । ଏହାଫଳରେ ଉକ୍ତ ଅଂଚଳର ଅନେକ କ୍ଷୟକ୍ଷତି ହୋଇଛି । ତେବେ ଏହି କ୍ଷୟକ୍ଷତିର ଆକଳନ ବାତ୍ୟା ଜନିତ ବନ୍ୟା ପରେ ପରେ ସରକାରୀ ସ୍ତରରେ ଆରମ୍ଭ କରାଯିବ । ତେବେ ଏହାପୂର୍ବରୁ ବିଜୁ ଜନତା ଦଳ ରାଜ୍ୟ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଦଳ ପକ୍ଷରୁ ଧାମରା ଠାରେ ପହଞ୍ôଚ ଏହାର ଅନୁଧ୍ୟାନ ଓ ସମୀକ୍ଷା କରିଛନ୍ତି । ତାଙ୍କ ସହ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଓ ବହୁ ଜନ ପ୍ରତିନିଧି ନେତୃବୃନ୍ଦ ସାମିଲ ହୋଇ କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟି ସେମାନଙ୍କର ଦୁଃଖ ଦୁର୍ଦ୍ଦଶା ଶୁଣିଛନ୍ତି । ଏହାପରେ ସେମାନେ ଧାମରା ଠାରେ ନିଜ ଗସ୍ତର ସମୀକ୍ଷା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.