Home ଜିଲ୍ଲା ପରିକ୍ରମା ଆଶିଆନା ହସ୍ତକ୍ଷେପରେ ପ୍ରେମୀ ଯୁଗଳ ବିବାହ ବନ୍ଧନରେ ବାନ୍ଧି ହେଲେ

ଆଶିଆନା ହସ୍ତକ୍ଷେପରେ ପ୍ରେମୀ ଯୁଗଳ ବିବାହ ବନ୍ଧନରେ ବାନ୍ଧି ହେଲେ

95

ଭଦ୍ରକ, ୨୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ଶିଶୁ ବିକାଶ ବିଭାଗ ଓ ମିଶନ ଶକ୍ତି ଦ୍ୱାରା ପ୍ରଯୋଜିତ ସୋସାଇଟି ଫର ଉଇକର କମ୍ୟୁନିଟି ଦ୍ୱାରା ପରିଳାଳିତ ଆଶିଆନା ସ୍ୱଧାର ଗୃହର ଅନ୍ତେବାସିନୀ ସୁଭଦ୍ରା ପୁହାଣ ତାଙ୍କ ପ୍ରେମିକ ସୁକାନ୍ତ ଲାହାଙ୍କୁ କୁଆଁସ ଜଗନ୍ନାଥ ମନ୍ଦିରରେ ବିବାହ କରିଛନ୍ତି । ସୁଭଦ୍ର ଓ ସୁକାନ୍ତ ଦୀର୍ଘ ୬ ବର୍ଷ ଧରି ଉଭୟେ ପ୍ରେମ କରି ଆସୁଥିଲେ । ମାତ୍ର ସୁକାନ୍ତ ବିବାହ କରିବାକୁ ଦିନ ଗଡ଼ାଇ ଚାଲିଥିଲେ । ଯାହା ସୁଭଦ୍ରାଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା । ଉପାୟଶୂନ୍ୟ ହୋଇ ସୁଭଦ୍ରା ଗତ ୧୭ ତାରିଖରେ ଘରୁ ପଳେଇ ଆସି ସୁକାନ୍ତଙ୍କ ଘରେ ପହଞ୍ଚିବା ସହିତ ତାଙ୍କୁ ବିବାହ କରିବାକୁ ଜିଦ୍ କରିଥିଲେ । ନଚେତ ସେ ସୁକାନ୍ତଙ୍କ ଘରେ ଜବରଦସ୍ତ ରହିବେ ବୋଲି କହିଥିଲେ । ଫଳରେ ବିବାଦ ଦେଖା ଦେବା ସହ କଥା ଆଶିଆନା ପର୍ଯ୍ୟନ୍ତ ଯାଇଥିଲା । ଆଶିଆନାର ନିର୍ଦ୍ଦେଶିକା ସୋଫିଆ ସେଖ ସୁଭଦ୍ରାଙ୍କୁ ଆଣି ସ୍ୱଧାର ଗୃହରେ ଆଶ୍ରୟ ଦେବା ସହିତ ଉଭୟ ପରିବାର ସହ ଯୋଗାଯୋଗ କରି ବିବାହ ପାଇଁ ଆଲୋଚନା କରାଯାଇଥିଲା । ପରେ ଉଭୟ ପରିବାର ରାଜି ହେବାରୁ ଆଶିଆନାର ସହଯୋଗରେ ଏହି ବିବାହ ସମ୍ପନ୍ନ ହୋଇଛି । ଏହି କାର୍ଯ୍ୟକୁ ଆଶିଆନାରେ ସଂଯୋଜକ ରିୟାଜ ଅହେମ୍ମଦ, ପରମାର୍ଶଦାତ୍ରୀ ଅନିମା ପଣ୍ଡା, କର୍ମକର୍ତ୍ତା ଶାନ୍ତିଲତା ସ୍ୱାଇଁ ପ୍ରମୁଖ କୋଭିଡ଼ କଟକଣାରେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.