Home ଜିଲ୍ଲା ପରିକ୍ରମା ଧାମରାରେ କରୋନାର ଭୟାବହତାକୁ ନେଇ ଆଶଙ୍କା, କଂଗ୍ରେସ – ପ୍ରଶାସନର ଦ୍ୱାରସ୍ଥ

ଧାମରାରେ କରୋନାର ଭୟାବହତାକୁ ନେଇ ଆଶଙ୍କା, କଂଗ୍ରେସ – ପ୍ରଶାସନର ଦ୍ୱାରସ୍ଥ

124

ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ବନ୍ଦରାଂଚଳରେ କରୋନାର ଭୟାବହତାକୁନେଇ ଗୋଷ୍ଠୀ ସଂକ୍ରମଣର ଆଶା ରହିଛି, ତୁରନ୍ତ ଏହି ରୋଗ ପ୍ରଭାବରୁ ରକ୍ଷା ପାଇବା ପାଇଁ ବରିଷ୍ଠ କଂଗ୍ରେସ ନେତା ଅମୀୟ କୁମାର ମହାପାତ୍ର ରାଜ୍ୟ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଏ ବାବଦରେ ସେ କେନ୍ଦ୍ରାଂଚଳ ଆୟୋଗ, ରାଜ୍ୟ ମୁଖ୍ୟ ଶାସନ ସଚିବ, ବିଭାଗୀୟ ମୁଖ୍ୟ, ଜିଲ୍ଲାପାଳ ଏବଂ ଶ୍ରମ ଆୟୋଗଙ୍କ ନିକଟକୁ ପତ୍ର ପ୍ରେରଣ କରିଛନ୍ତି । ଖବରରୁ ପ୍ରକାଶ ଆଦାନୀ ପୋର୍ଟ ଧାମରାରେ କାର୍ଯ୍ୟ କରୁଥିବା ଠିକାଦାର କରୋନା ର ଭୟାବହ ପରିସ୍ଥିତି ସମୟରେ ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଝାଡଖଣ୍ଡ ର କିଛି ଲୋକ ଙ୍କୁ ନେଇ କାର୍ଯ୍ୟ କରାଉଛନ୍ତି ଏବଂ ସେହି ଠିକାଦାର ମାନଙ୍କୁ ଉପରଲିଖିତ ରାଜ୍ୟ ମାନଙ୍କରୁ ଅଧିକ ଶ୍ରମିକ ଆଣି ନିୟୋଜିତ କରିବା ପାଇଁ ବନ୍ଦର କର୍ତୁପକ୍ଷ ଆଦେଶ ଦେଇଛନ୍ତି । । ସବିଶେଷ ତଥ୍ୟରୁ ଜଣାଯାଇଛି ସେମାନଙ୍କର କୋବିଦ ପରୀକ୍ଷା ଆଜି ପର୍ଯ୍ୟନ୍ତ ହୋଇ ନାହିଁ । ଯଦି ସେମାନଙ୍କ ମଧ୍ୟରେ କେହି ସଂକ୍ରମିତ ବ୍ୟକ୍ତି ବିଶେଷ ଲୋକ ଥାଆନ୍ତି ତାହାହେଲେ ଏହି ମହାମାରୀ ଧାମରା ଅଂଚଳକୁ ସଂପୂର୍ଣ ଗ୍ରାସ କରିଯିବ ।ଫଳରେ ଆମ ଅଂଚଳର ଲୋକ ମାନଙ୍କର ବଂଚିବ ଦୁର୍ବିସହ ହୋଇ ପଡିବ । ଅନ୍ୟ ପକ୍ଷରେ ବାହାର ରାଜ୍ୟରୁ ଠିକାଦାର ମାନେ ବହୁ ଶ୍ରମିକ ମାନଙ୍କୁ ଆଣି ଧାମରା ବନ୍ଦର ମଧ୍ୟରେ ନିୟୋଜିତ କରୁଥିବା ବେଳେ ଅଂଚଳ ତଥା ଓଡିଶା ରାଜ୍ୟର ଶ୍ରମିକ ମାନଙ୍କୁ କେଉଁ ପରିସ୍ଥିତିରେ ପକ୍ଷପାତିତାର ଶିକାର ହେଉଛନ୍ତି ତାହା ପ୍ରଶ୍ନବାଚୀ ହୋଇ ପଡିଛି । ଗତ ଏପ୍ରିଲ ୨୦୧୮ ମସିହାରେ ହୋଇଥିବା ଜନଶୁଣାଣିରେ ବନ୍ଦର କର୍ତୁପକ୍ଷ ଅଂଚଳବାସୀଙ୍କ ସ୍ୱାସ୍ଥ ପ୍ରତି ଯତ୍ନବାନ ହେବା ସହ କୋଇଲା ପରିବହନ ସମୟରେ କୋଇଲା ଗୁଣ୍ଡ ଦ୍ୱାରା ଅଂଚଳବାସୀଙ୍କ ଜୀବନ ଦୁର୍ବୀସହ ହୋଇ ପଡୁଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି ନିରାକରଣ ହୋଇ ନାହିଁ । ଧାମରା ବନ୍ଦର କର୍ତୁପକ୍ଷ ଧାମରା ୮ପଂଚାୟତର ପ୍ରତି ପଂଚାୟତରେ ଥିବା ରାଜସ୍ୟ ଏବଂ ହାମଲେଟ ଗ୍ରାମରୁ ପଂଚାୟତ ଅଫିସକୁ ଥିବା ରାସ୍ତା ମରାମତି ଓଏହାର ମରାମତି କରିବା ପାଇଁ ଲିଖିତ ରାଜିନାମା ଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ପାରି ନାହିଁ । ଧାମରା ବନ୍ଦର କର୍ତୁପକ୍ଷ ନିଜ ବନ୍ଦରାଂଚଳ ମଧ୍ୟରେ ଅତି ଗଭୀର ନଳକୂପ ମାନ ବସାଇ ପାଣି ବ୍ୟବହାର କରୁଥିବାରୁ ଧାମରା ଅଂଚଳରେ ଥିବା ଜଳସ୍ତର ଦିନକୁ ଦିନ ହ୍ରାସ ପାଉଛି ଫଳରେ ବହୁ ନଳକୂପ ଲୁଣି ପଡି ନଷ୍ଟ ହୋଇ ୍‌ଯାଇଛି । ବନ୍ଦରାଂଚଳରେ ଥିବା କଲୋନୀ ରୁ ନିଷ୍କାସିତ ମଇଳା ପାଣି ଅଂଚଳରେ ମାଡି ଯାଉଥିବାରୁ ଏହି ଅଂଚଳରେ ବସବାସ କରୁଥିବା ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି ଏହାର ସୁ ବନ୍ଦୋବସ୍ଥ ହେବା ଜରୁରୀ ବୋଲି ମଧ୍ୟ ଦାବୀ ହୋଇଛି । ଏତଦ ବ୍ୟତୀତ ବନ୍ଦର ପାଖ ପଂଚାୟତ ଗୁଡିକରେ ଡ୍ରେନେଜ ବ୍ୟବସ୍ଥା,ସବୁ ପଂଚାୟତ ମାନଙ୍କରେ ପିଇବା ପାଣି ର ସୁବନ୍ଦୋବସ୍ତ କରିବା ସହ ସବୁ ପଂଚାୟତରେ ସବୁଜ ବଳୟ ସୃଷ୍ଟି କରିବା ଏବଂ ଧାମରା ବନ୍ଦର ପାଇଁ ଗୃହ ଏବଂ ଜମି ହରାଇ ନିସ୍ୱ ହୋଇ ଯାଇଥିବା ବିସ୍ଥାପିତ ଓ ଲ୍ୟାଣ୍ଡ ଲୁଜର ମାନଙ୍କୁ ଖୁବଶୀଘ୍ର ନିଯୁକ୍ତି ଦିଆଯାଉ ବୋଲି ସେ ତାଙ୍କର ଦାବୀ ଜଣାଇଛନ୍ତି ।ଏହା ନହେଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ହେବ ବୋଲି ସେ ଲିଖିତ ଭାବରେ ବନ୍ଦର କର୍ତୁପକ୍ଷଙ୍କ ସହ ରାଜ୍ୟ ପ୍ରଶାସନକୁ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.