Home ଜିଲ୍ଲା ପରିକ୍ରମା ଧାମନଗର ମହାବିଦ୍ୟାଳୟର ତିନିଦିନିଆ ଯୁବ ରେଡ଼କ୍ରସ ଓ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ଧାମନଗର ମହାବିଦ୍ୟାଳୟର ତିନିଦିନିଆ ଯୁବ ରେଡ଼କ୍ରସ ଓ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

27

ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ମହାବିଦ୍ୟାଳୟର ୱାଇଆରସି ପକ୍ଷରୁ ତିିିିିିିିିିିିିିିିିିିିିିନିଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଛି । ଏହାକୁ ବିଧାୟକ ବିଷ୍ଣୁ ସେଠୀ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥିଭାବରେ ଧାମନଗର ତହସିଲଦାର କ୍ଷୀରୋଦ ପଣ୍ଡା, ୱାଇଆରସି ସଂଯୋଜକ ଗୋପାଳଚନ୍ଦ୍ର ମହାପାତ୍ର ଓ କମଳାକାନ୍ତ ଜେନା, ଭଦ୍ରକ ବ୍ଲଡ଼ବ୍ୟାଙ୍କ କାଉଁସିଲର ରତୀକାନ୍ତ ବରାଳ, ଡ଼ାକ୍ତର ଶରତ କୁମାର ଆଚାର୍ଯ୍ୟ, ସମାଜସେବୀ ଅରବିନ୍ଦ ପତି ପ୍ରମୁଖ ଯୋଗଦେଇଥିଲେ । ଉକ୍ତ ଶିବିରକୁ ୱାଆରସି କାଉଁସିଲର ପ୍ରଧ୍ୟାପକ ମହମ୍ମଦ ଇସ୍ରାଇଲ ଓ ଅଧ୍ୟାପିକା ସ୍ମରଣିକା ପ୍ରଧାନ ପରିଚାଳନା କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ଧାମନଗର, କୋଠାର, ଆଇଜିଏମ୍‌, ଅସୁରାଳି ମହିଳା କଲେଜ, ଭଦ୍ରକ ଏବଂ ସାଳନ୍ଦି କଲେଜର ୩୦ଜଣ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ । ପରେ ଧାମନଗର ମହାବିଦ୍ୟାଳୟ ପରିସରରେ ବିଧାୟକ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ଅନୁଦାନରେ ଏକ ଗୃହ ଶିଳାନ୍ୟାସ ବିଧାୟକଙ୍କ ଦ୍ୱାରା କରାଯାଇଥିଲା । ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ଏକ ସଭାରେ ବିଧାୟକ ଉକ୍ତ ମହାବିଦ୍ୟାଳୟ ସର୍ବାଙ୍ଗିନ ସରସ ସୁନ୍ଦର କରିବା ସହିତ ଏହା କିପରି ଭାବରେ ଏକ ଆଦର୍ଶ ମହାବିଦ୍ୟାଳୟ ହୋଇପାରିବ ସେ ଦିଗରେ ଉଦ୍ୟମ ଜାରି ରହିବ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ ସଭାପତିତ୍ୱ କରିଥିବାବେଳେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ । ପ୍ରାରମ୍ଭରେ ମହାବିଦ୍ୟାଳୟ ପକ୍ଷରୁ ବିଧାୟକ ଶ୍ରୀ ସେଠୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.