Home ଓଡ଼ିଶା ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ନଭେମ୍ବର ୩ ରେ ଭୋଟ ଗ୍ରହଣ, ଅକ୍ଟୋବର ୩ରୁ ଜିଲ୍ଲାରେ...

ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ନଭେମ୍ବର ୩ ରେ ଭୋଟ ଗ୍ରହଣ, ଅକ୍ଟୋବର ୩ରୁ ଜିଲ୍ଲାରେ ଆଚରଣବିଧି ଲାଗୁ, ଅକ୍ଟୋବର ୭ରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ

64

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିର୍ବାଚନ ଆୟୋଗ ଭାରତଙ୍କ ଦ୍ୱାରା ପ୍ରକାଶିତ ନିର୍ବାଚନୀ ବିଜ୍ଞପ୍ତି ଅନୁଯାୟୀ ଦେଶର ବିଭିନ୍ନ ରାଜ୍ୟରେ ଉପନିର୍ବାଚନ ପାଇଁ କାର୍ଯ୍ୟସୂଚୀ ମଧ୍ୟରେ ଓଡ଼ିଶାର ୪୬-ଧାମନଗର (ଏସ୍‌.ସି.) ବିଧାନସଭା ଆସନ ପାଇଁ ଆସନ୍ତା ନଭେମ୍ବର ୩ରେ ଭୋଟ ଗ୍ରହଣ କରାଯିବା ନେଇ ଘୋଷଣା କରାଯାଇଛି। ନିକଟ ଅତୀତରେ ଏହି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଅକାଳ ବିୟୋଗ ଯୋଗୁଁ ଶୂନ୍ୟ ହୋଇଥିବା ଏହି ଆସନ ପାଇଁ ଉପନିର୍ବାଚନ ନିମନ୍ତେ ଅକ୍ଟୋବର ୭ରେ ଗେଜେଟ୍ ବିଜ୍ଞପ୍ତି ପ୍ରଦାନ ଓ ନାମାଙ୍କନ ପତ୍ର ଦାଖଲ ଆରମ୍ଭ, ୧୪ ଅକ୍ଟୋବର ନାମାଙ୍କନ ପାଇଁ ଶେଷ ତାରିଖ, ୧୫ ଅକ୍ଟୋବରରେ ଯାଞ୍ଚ, ୧୭ ଅକ୍ଟୋବର ନାମାଙ୍କନ ପ୍ରତ୍ୟାହାର, ନଭେମ୍ବର ୩ରେ ଭୋଟ୍ ଗ୍ର୍ରହଣ, ୬ ନଭେମ୍ବରରେ ଗଣତି ଏବଂ ୮ ନଭେମ୍ବର ସୁଦ୍ଧା ଉପନିର୍ବାଚନ ପ୍ରକିୟା ସମାପ୍ତ କରିବା ପାଇଁ ଆୟୋଗ ଦ୍ୱାରା କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରାଯାଇଛି। ସୂଚନାଯୋଗ୍ୟ କି ଏହି ନିର୍ବାଚନରେ ଇଭିଏମ୍ ଭିଭିପାଟ୍ ବ୍ୟବହାର କରାଯିବ। ତା ୧-୧-୨୨ରେ ପ୍ରସ୍ତୁତି ଭୋଟର ଲିଷ୍ଟ ଏହି ନିର୍ବାଚନରେ ବ୍ୟବହାର କରାଯିବ। ଉପନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ମାତ୍ରେ ହିଁ ଜିଲ୍ଲାରେ ଆଚରଣ ବିଧି ଲାଗୁ ହେଲା। ଏହି ଉପନିର୍ବାଚନରେ ମତଦାନ ପାଇଁ ଭୋଟ ପରିଚୟ ପତ୍ରକୁ ମୁଖ୍ୟ ପ୍ରମାଣପତ୍ର ଭାବେ ଗ୍ରହଣ କରାଯାଉଥିଲେ ବି ଏଥିପାଇଁ ମତଦାତାର ଆଧାର କାର୍ଡ଼, ଏମ୍‌.ଏନ୍‌.ଆର୍‌.ଇ.ଜି.ଏ. ର ଜବ୍ କାର୍ଡ଼, ଫଟୋ ଥାଇ ବ୍ୟାଙ୍କ ବା ପୋଷ୍ଟ ଅଫିସ୍‌ର ପାସ୍‌ବୁକ୍‌, ପ୍ୟାନ୍ କାର୍ଡ଼, ଗାଡ଼ି ଚାଳନା ପ୍ରମାଣ ପତ୍ର, ଭାରତୀୟ ପାସ୍‌ପୋର୍ଟ, ଫଟୋ ଥାଇ ଭତ୍ତା ପ୍ରମାଣ ପତ୍ର, ସ୍ୱାସ୍ଥ୍ୟାବୀମା ସ୍ମାର୍ଟ କାର୍ଡ଼ ଯାହା ଶ୍ରମ ମନ୍ତ୍ରାଳୟ ଦ୍ୱାରା ପ୍ରଦତ୍ତ, ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ଦ୍ୱାରା ପ୍ରଦତ୍ତ ଭିନ୍ନକ୍ଷମ ପରିଚୟ ପତ୍ର, ସାଂସଦ, ବିଧାୟକ ମାନଙ୍କ ଦ୍ୱାରା ପ୍ରଦତ୍ତ କାର୍ଯ୍ୟାଳୟ ପରିଚୟ ପତ୍ର, ଫଟୋ ଥାଇ କେନ୍ଦ୍ର, ରାଜ୍ୟ ସରକାର, କମ୍ପାନୀ ଦ୍ୱାରା ପ୍ରଦତ୍ତ ନିଯୁକ୍ତ ଜନିତ ପରିଚୟ ପତ୍ର, ଏନ୍‌.ପି.ଆର. ଅଧୀନରେ ଆର୍‌.ଜି.ଆଇ ଦ୍ୱାରା ପ୍ରଦତ୍ତ ସ୍ମାର୍ଟ କାର୍ଡ଼ ଆଦି ୧୨ଟି ପରିଚୟ ପତ୍ରକୁ ମତଦାନ ପାଇଁ ଚିହ୍ନଟ ପ୍ରମାଣ ପତ୍ର ଭାବେ ଗ୍ରହଣ କରାଯାଇ ପାରିବ ବୋଲି ଆୟୋଗ ଦ୍ୱାରା ଦର୍ଶାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.