Home ଜିଲ୍ଲା ପରିକ୍ରମା ଧାମନଗର ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ତମ ଜନ୍ମଦିନ ପାଳିତ, ରକ୍ତଦାନ ଶିବିର ଅନୁଷ୍ଠିତ...

ଧାମନଗର ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ତମ ଜନ୍ମଦିନ ପାଳିତ, ରକ୍ତଦାନ ଶିବିର ଅନୁଷ୍ଠିତ ; ୭୧ ୟୁନିଟ ରକ୍ତ ସଂଗ୍ରହ

31

ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଭାରତୀୟ ଜନତା ପାର୍ଟିର ସେବା ହିଁ ସମର୍ପଣ ଅଭିଯାନ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଆସୁଅଛି । ଏହି ଅଭିଯାନରେ ବିଜେପି କର୍ମୀମାନେ ଦ୍ୱାର ଦ୍ୱାର ବୁଲି ଲୋକଙ୍କ ସହ ଯୋଗାଯୋଗ କରିବା ସହ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ମାନ ଆୟୋଜନ କରିବା ସହ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ଏକ ବ୍ୟାପକ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି କ୍ରମରେ ଆଜି ଧାମନଗର ବିଜେପି ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ତଥା ଜିଲ୍ଲା ପରିଷଦ ସଭ୍ୟ ମନୋରଞ୍ଜନ ମଲ୍ଲିକ ଏବଂ ଯୁବ ମୋର୍ଚ୍ଚାର ରାଜ୍ୟ ସଂଯୋଜକ ସୂର୍ଯ୍ୟବଂଶୀ ସୂରଜ ଉଦ୍‌ଘାଟନ କରିଥିଲେ ।

କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଅଶୋକ କୁମାର ପୁହାଣ, ଧାମନଗର ଜିଲ୍ଲା ପରିଷଦ ସଭ୍ୟ ସୁରଥ ଚନ୍ଦ୍ର ସେଠୀ, ଅସୁରାଳି ଜିଲ୍ଲା ପରିଷଦ ସଭ୍ୟା ଉମାମଣୀ ସାହୁ, ଯୁବ ନେତା ଆଇନଜୀବୀ ବିଜୟ କୁମାର ରାମ, ରଣଜିତ୍ ମହାନ୍ତି, ମଣ୍ଡଳ ସଭାପତି ଅରବିନ୍ଦ ପତି, ଅଜୟ ବଳ, ରାମଚନ୍ଦ୍ର ମିଶ୍ର, ଜିଲ୍ଲା ମିଡିଆ ସେଲ ଅଧ୍ୟକ୍ଷ ବୈକୁଣ୍ଠ ନାଥ ସାହୁ, ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋଲାମ ଜିଲାନି ହବିବି, ମଣ୍ଡଳ ସାଧାରଣ ସମ୍ପାଦକ ଶ୍ରୀକାନ୍ତ ନାୟକ, ସରପଂଚ ରାଜୀବ ନାୟକ, ପ୍ରମୋଦ ସୂତାର , ପ୍ରଫୁଲ୍ଲ କୁମାର ପାତ୍ର, ରାଜେନ୍ଦ୍ର ସାହୁ, ଓବିସି ମୋର୍ଚ୍ଚା ସଭାପତି ବିରେନ୍ଦ୍ର ଜେନା, ସନ୍ତୋଷ ଦାସ ଅଧିକାରୀ , ଶ୍ରୀଧର ବେହେରା, ରାଜେଶ ବେହେରା, ପୁଷ୍ପାଞ୍ଜଳି ବେହେରା, ପ୍ରୀତମ ଦାସ, ପ୍ରଶାନ୍ତ ନାୟକ, ଶୁଭଙ୍କର ନାୟକ, ତପନ ପ୍ରଧାନ, ଶ୍ରୀକାନ୍ତ ମଲ୍ଲିକ, ଅନନ୍ତ ବେହେରା, ରଜତ ଲେଙ୍କା ପ୍ରମୁଖ ଯୋଗଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଭଦ୍ରକ ବ୍ଲଡ ବ୍ୟାଙ୍କ ପକ୍ଷରୁ ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ ତମ ଜନ୍ମଦିବସ ଉପଲକ୍ଷେ ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ମୋଟ ୭୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.