Home ଜିଲ୍ଲା ପରିକ୍ରମା ଧାମନଗର ପୁଲିସ ଫାଇନ୍ ପାଇଁ ହେଲମେଟ ଚେକିଂରେ ବ୍ୟସ୍ତ, ଏଣେ ଟ୍ରାଫିକ୍ ସମସ୍ୟା ବିପର୍ଯ୍ୟସ୍ତ, ଭିଡ଼...

ଧାମନଗର ପୁଲିସ ଫାଇନ୍ ପାଇଁ ହେଲମେଟ ଚେକିଂରେ ବ୍ୟସ୍ତ, ଏଣେ ଟ୍ରାଫିକ୍ ସମସ୍ୟା ବିପର୍ଯ୍ୟସ୍ତ, ଭିଡ଼ ଭିତରେ ଘଣ୍ଟାଏ ଅଟକି ରହିଲା ଜନନୀ ଏକ୍ସପ୍ରେସ୍‌, କରୋନା ସଂକ୍ରମଣ ବୃଦ୍ଧି ପାଉଛି

95

ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗରରେ ମହାମାରୀ କରୋନାରେ ପ୍ରାୟ ୬ଜଣରୁ ଉଦ୍ଧ୍ୱ ବ୍ୟକ୍ତି ପ୍ରାଣ ତ୍ୟାଗ କଲେଣି । ଏପରିକି ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଏନେଇ ମଧ୍ୟ ସଟ୍‌ଡ଼ାଉନ୍ ଓ ଲକ୍‌ଡ଼ାଉନ୍ ଯାରିରହିଛି । ଧାମନଗର ଅଂଚଳରେ ବିଭିନ୍ନ ଦୋକାନ ବଜାର ସକାଳ ୭ରୁ ଦିନ ୧୧ଘଟିକା ପର୍ଯ୍ୟନ୍ତ ଖୋଲା ରହି ବେପାର ବଣିଜ କରାଯାଉଛି । ଏପରିକି ଶନିବାର ଓ ରବିବାର ସମ୍ପୁର୍ଣ୍ଣ ଭାବରେ ଦୋକାନ ବଜାର ବନ୍ଦରହୁଛି । ହେଲେ ଅମାନିଆ ଦୋକାନି ମାନେ ଆଗପଟେ ଦୋକାନ ବନ୍ଦରଖି ପଛପଟେ ବେପାର ଯାରିରଖୁଛନ୍ତି । ଏପରି ଧାମନଗର, ଦୋବଲ, ବନ୍ଧଟିଆ, ଚୁଡ଼ାକୁଟି, ପାଟୁଳି, ଜାହାଙ୍ଗିର, ଖଡ଼ିପଦା, ଖଙ୍ଗରା, ଆନନ୍ଦପୁର, ଭଗବାନପୁର ଆଦି ଅଂଚଳରେ ବଡ଼ ବଡ଼ ବ୍ୟବସାୟୀମାନେ ଖୁଲମ ଖୁଲା ପୋଲିସମକୁ ଚେଲେଞ୍ଜକରି ବେପାର କରୁଛନ୍ତି । ଏଦିଗରେ ଧାମନଗର ପୋଲିସ ସମ୍ପୁର୍ଣ୍ଣ ଭାବରେ ଜାଣି ଚୁପ୍ ରହିବାର କାରଣ କ’ଣ? ଧାମନଗର ପୋଲିସ କେବଳ ହେଲମେଟ ଚେକିଂ ଆଳରେ ସାହେବଙ୍କୁ ଖୁସ୍ କରିବାପାଇଁ ଫାଇନ୍ ଆଦାୟ କରିବାରେ ବ୍ୟସ୍ତ ହେଲେ ଅମାନିଆ ଦୋକାନି ମାନଙ୍କ ପ୍ରତି ପୋଲିସ ଆଖିବୁଜିଦେଉଛି । ସୋମବାରରୁ ଶୁକ୍ରବାର ସକାଳିଆ ଦୋକାନ ବଜାର ଖୋଲା ଯାଉଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାପାଇଁ ନିର୍ଦ୍ଦେଶ ଥିବାବେଳେ ଧାମନଗରରେ କିନ୍ତୁ ସମସ୍ତ ଦୋକାନ ଖୋଲା ଯାଉଛି । ଏପରିକି ଦୋକାନ ମାନଙ୍କରେ ଗ୍ରାହକ ମାନେ ସମଦୂରତା ରକ୍ଷାକରି ସେମାନଙ୍କ ସାମଗ୍ରୀ କିଣିବାପାଇଁ ସରକାରୀ ନିର୍ଦ୍ଦେଶ ଥିଲେ ମଧ୍ୟ ଦୋକାନରେ ଏମିତି ଭିଡ଼ ରହୁଛି ଯାହାକି କରୋନା ସଂକ୍ରମିତ ଦ୍ୱିଗୁଣିତ ହେବାର ସନ୍ଦେହ ସୃଷ୍ଟି କରୁଛି ।

ଆଜି ସକାଳେ ଧାମନଗର ବଡ଼ବଜାରରେ ଏପରି ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଲା ଭିଡ଼ଭିତରେ ପ୍ରାୟ ୧ଘଣ୍ଟା ଧରି ଜନନୀ ଏକ୍ସପ୍ରେସ୍ ଗାଡ଼ିଟି ଫସିରହିଥିଲା । ଏହି ସମୟରେ ଶହ ଶହ ଗାଡ଼ିମୋଟର ଓ ଲୋକମାନେ ଭିଡ଼ାଭିଡ଼ି ହୋଇ ଅଟକି ରହିଥିଲେ । ଏହି ସମୟରେ ପୋଲିସର ଦେଖାନଥିଲା । ତେବେ ସ୍ଥାନୀୟ ଲୋକମାନେ ଏହି ଟ୍ରାଫିକ୍ ସମସ୍ୟାକୁ ବହୁ କଷ୍ଟରେ ଦୂର କରାଇବା ଫଳରେ ଜନନି ଏକ୍ସପ୍ରେସ୍ ଗାଡ଼ିଟି ତା’ର ଗନ୍ତବ୍ୟ ସ୍ତଳକୁ ଯାଇଥିଲା । ଏହି ଟ୍ରାଫିକ୍ ସମଶ୍ୟାର ମୂଳ ଉଦ୍ଦେଶ୍ୟ ହେଲା ରାସ୍ତା କଡ଼ରେ ବଡ଼ ବଡ଼ ବ୍ୟବସାୟୀମାନେ ଟ୍ରକ ଗୁଡ଼ିକୁ ରଖି ସେମାନେ ଟ୍ରକରୁ ଆଳୁ, ପିଆଜ ଓ ପନିପରିବା ଲୋଡ଼ିଙ୍ଗ ଅନ୍‌ଲୋଡ଼ିଙ୍ଗ ସହିତ ବଡ଼ବଡ଼ଗାଡ଼ି ଓ ବାଇକ୍ ଗୁଡ଼ିକୁ ରାସ୍ତାକଡ଼ରେ ଘଣ୍ଟା ଘଣ୍ଟା ଧରି ରଖୁଥିବାରୁ ଏପରି ଟ୍ରାଫିକ୍ ସମସ୍ୟା ଦେଖାଦେଉଛି । ଏହି ସମୟରେ ପୋଲିସ ଯଦି ସେମାନଙ୍କୁ ତାଗିଦ୍ କରନ୍ତା ଏପରି ପରିସ୍ଥିତି ସୃଷ୍ଟି ହୁଅନ୍ତା ନାହିଁ । ପରନ୍ତୁ ସ୍ଥାନୀୟ ପୋଲିସ କେବଳ ହେଲମେଟ ଚେକିଂରେ ବ୍ୟସ୍ତ ରହୁଥିବାରୁ ଏପରି ଟ୍ରାଫିକ୍ ସମସ୍ୟା ବୃଦ୍ଧି ପାଉଛି ଯଦି ପୋଲିସର ଦିବାରାତ୍ର ପେଟ୍ରୋଲିଂ ଯାରି ସହିତ ଟ୍ରାଫିକ୍ ସମଶ୍ୟାକୁ ନିୟନ୍ତ୍ରଣ କରିପାରନ୍ତେ ନିଶ୍ଚିତ ଭାବରେ ଧାମନଗରରେ କରୋନା କଟକଣା ନିୟନ୍ତ୍ରଣ ସହିତ ଟ୍ରାଫିକ୍ ସମସ୍ୟା ଦୂର ହୋଇପାରନ୍ତ ବୋଲି ବୁଦ୍ଧିଜୀବୀ ମହଲରୁ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.