Home ଜିଲ୍ଲା ପରିକ୍ରମା କୋଭିଡ ଏନଫୋର୍ସମେଣ୍ଟ ଟିମ ଉପରେ ଆକ୍ରମଣ ଅଭିଯୋଗ

କୋଭିଡ ଏନଫୋର୍ସମେଣ୍ଟ ଟିମ ଉପରେ ଆକ୍ରମଣ ଅଭିଯୋଗ

41

ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ସରକାରଙ୍କ ଦ୍ୱାରା ପ୍ରଚଳିତ ଲକଡାଉନ ନିୟମାବଳୀ ପାଳନକୁ ତଦାରଖ କରିବା ପାଇଁ ନିୟୋଜିତ ବ୍ଲକ ଏନଫୋର୍ସମେଣ୍ଟ ଟିମ ଉପରେ ଶୁକ୍ରବାର ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ବ୍ଲକ ମାର୍କେଟିଂ ଇନିସପେକ୍ଟର ରେବତୀଶ ସିଂ ନାୟକଙ୍କ ନେତୃତ୍ୱରେ ପରିଚାଳିତ ଏନଫୋର୍ସମେଣ୍ଟ ଟିମ ରାଜେନ୍ଦ୍ରପୁର ପଞ୍ଚାୟତର ଥଇଳା ଗ୍ରାମ ଡିହସାହିରେ ଦୋଳଗୋବିନ୍ଦ ବାରିକଙ୍କ ଝିଅ ବାହାଘରକୁ କୋଭିଡ ନିୟମ ପାଳନ ତଦାରଖ କରିଥିଲେ । ଏହି ସମୟରେ ଏକକାଳୀନ ପଚାଶରୁ ଅଧିକ ଲୋକ ଟେଣ୍ଟରେ ଏକତ୍ର ବସି ଭୋଜି ଖାଉଥିବା ଦୃଶ୍ୟ କ୍ୟମେରାରେ ଉତ୍ତୋଳନ କରିଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ କେତେକ ଲୋକ ଏନଫୋର୍ସମେଣ୍ଟ ଟିମକୁ ଠେଲାପେଲା କରିବା ସହ ମୋବାଇଲରୁ ଉତ୍ତୋଳିତ ଦୃଶ୍ୟକୁ ବଳପୂର୍ବକ ଡିଲିଟ କରିଦେଇଥିଲେ । ଘଟଣା ସମ୍ପର୍କରେ ଥାନାକୁ ସୂଚନା ଦିଆଯାଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଦଶହଜାର ଟଙ୍କା ଫାଇନ ଆଦାୟ କରିଥିଲା । ଏଥିନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇ ନାହିଁ । ଘଟଣା ସମ୍ପର୍କରେ ପୁଲିସର ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି ବୋଲି ସଂପୃକ୍ତ ଏନଫୋର୍ସମେଣ୍ଟ ଟିମ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.