Home ଜିଲ୍ଲା ପରିକ୍ରମା ଧାମନଗର କୃଷି କାର୍ଯ୍ୟଳୟରେ କୃଷିରଥ ଉଦ୍‌ଘାଟିତ

ଧାମନଗର କୃଷି କାର୍ଯ୍ୟଳୟରେ କୃଷିରଥ ଉଦ୍‌ଘାଟିତ

118

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଗୋଷ୍ଠୀ କୃଷି ଅଧିକାରୀ କାର୍ଯ୍ୟାଳୟ ପରିସରରେ ରବି-୨୦୨୧ ବର୍ଷର କୃଷିରଥ କାର୍ଯ୍ୟକ୍ରମକୁ ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ନାରାୟଣଚନ୍ଦ୍ର ସାହୁ, ବିଧାୟକ ପ୍ରତିନିଧି ଅଶୋକ କୁମାର ପୁହାଣ, ଜିଲ୍ଳାପରିଷଦ ସଭ୍ୟ ମନୋଜ କୁମାର ମଲ୍ଳିକ ପ୍ରମୁଖ ଉପସ୍ତିତ ଥିଲେ । ଗୋଷ୍ଠୀ କୃଷି ଅଧିକାରୀ ଭାଷ୍କରଚନ୍ଦ୍ର ଦାସ କୃଷିରଥ ପରିଭ୍ରମଣର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ମୂର୍ତ୍ତିକା ପରୀକ୍ଷା, ବିହନ ବିଶୋଧନ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ଦ୍ୟଗୋ ଯୋଜନା, ବଳରାମ ଯୋଜନା, ଧାନ ଧାଡ଼ିରୁଆ ଓ ଅନ୍ୟାନ୍ୟ କୃଷି କାର୍ଯ୍ୟକ୍ରମ ବିଷୟରେ କୃଷକ ଓ ଜନସାଧାରଣଙ୍କ ନିକଟରେ ପହଂଚାଇବା ପାଇଁ କୃଷିରଥର ସହାୟକ ହେବବୋଲି ସେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଟିଏମ୍ ମାନସ କୁମାର ରାଉତ, ଏଟିଏମ୍ ପ୍ରଶାନ୍ତ କୁମାର ପଣ୍ଡା, ଗ୍ରାମ କୃଷି କର୍ମଚାରୀ ସାନ୍ତନୁ କୁମାର ଜେନା, ଅଜୟ କୁମାର ଦାସ, ନିଶାକର ବେହେରା, ଗୋଲାହାୟ ମାର୍ଣ୍ଡି ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.