Home ଜିଲ୍ଲା ପରିକ୍ରମା ଜଗନ୍ନାଥପ୍ରସାଦ ସୈରାତ ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା

ଜଗନ୍ନାଥପ୍ରସାଦ ସୈରାତ ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା

57

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ବାଲିପୋଖରୀ ପଞ୍ଚାୟତର ଜଗନ୍ନାଥପ୍ରସାଦ ବୈତରଣୀ ସୈରାତ ସମ୍ପର୍କରେ ଆଞ୍ଚଳିକ ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟିର ପ୍ରତିନିଧି ଦଳ ଆଜି ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କୁ ସାକ୍ଷାତ ଆଲୋଚନା କରିଥିବା ଜଣାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସଙ୍କ ନେତୃତ୍ୱରେ କମିଟି ପକ୍ଷରୁ ଆବାହକ ଅକ୍ଷୟ ତ୍ରିପାଠୀ, ନାରାୟଣ ବେହେରା, ପ୍ରକାଶ ମହାପାତ୍ର ପ୍ରମୁଖ ବାଲିଉଠାଣ ଦ୍ୱାରା ହେବକୁ ଥିବା ବନ୍ୟା ବିଭିଷୀକା ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜଳସମ୍ପଦ ବିଭାଗର ବିରୋଧ ସତ୍ତ୍ୱେ ବାଲି ଉଠାଣ ଆଇନସମ୍ମତ ନୁହେଁ ବୋଲି ମଧ୍ୟ କମିଟି ପକ୍ଷରୁ ଦର୍ଶାଯାଇଥିଲା । ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ କୋର୍ଟରେ ଏ ସମ୍ପର୍କୀୟ ମାମଲା ବିଚାରାଧିନ ଥିବାରୁ ପୁଲିସ ସୁରକ୍ଷାରେ ହେଉଥିବା ବାଲିଉଠାଣକୁ ସ୍ଥଗିତ ରଖାଯିବାକୁ କମିଟି ପକ୍ଷରୁ ଅନୁରୋଧ କରାଯାଇଥିଲା । ଜିଲ୍ଲାପାଳ କମିଟିର ଏହି ଦାବିକୁ ବିଚାର କରିବାକୁ ପ୍ରତିଶ୍ରୁତି ଦେଇଥିôବା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏଥିନେଇ ଠୋସ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ୨୭ ତାରିଖରେ ଧାରଣା ଦିଆଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.