Home ଉପ ନିର୍ବାଚନ ଧାମନଗର ଉପନିର୍ବାଚନ- ମତଦାନ ହାର ୬୮.୯୮, ମହିଳାଙ୍କ ସଂଖ୍ୟା ଅଧିକ

ଧାମନଗର ଉପନିର୍ବାଚନ- ମତଦାନ ହାର ୬୮.୯୮, ମହିଳାଙ୍କ ସଂଖ୍ୟା ଅଧିକ

30
New Delhi / India - September 20, 2019: Ballot unit of the direct-recording electronic (DRE) voting machine used for Indian general elections, Election Commission of India

ଭଦ୍ରକ, ୫-୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୪୬-ଧାମନଗର ଏସ୍‌.ସି. ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୦୩.୧୧.୨୦୨୨ ରେ ଅନୁଷ୍ଠିତ ମତଦାନରେ ଶତକଡ଼ା ୬୮.୯୮ ଭୋଟର ମତଦାନ କରିଛନ୍ତି। ସୂଚନା ଯୋଗ୍ୟ କି ଏହି ନିର୍ବାଚନ ମଣ୍ଡଳୀ ପାଇଁ ଭୋଟର ତାଲିକା ଅନୁଯାୟୀ ସମୁଦାୟ ୨, ୩୮, ୪୧୭ ଭୋଟର ମାନଙ୍କ ମଧ୍ୟରୁ ୧, ୬୪, ୪୬୫ ଜଣ ଭୋଟ ମତଦାନ କରିଛନ୍ତି। ସମୁଦାୟ ପୁରୁଷ ଭୋଟର ୧, ୨୩, ୦୩୮ ରୁ ଭୋଟ ଦେଇଛନ୍ତି ୭୯, ୦୧୧ ଏବଂ ସମୁଦାୟ ମହିଳା ଭୋଟର ୧, ୧୫, ୩୪୬ ମଧ୍ୟରୁ ଭୋଟ ଦେଇଛନ୍ତି ୮୫, ୪୫୨। ପୁରୁଷ ଭୋଟରଙ୍କ କ୍ଷେତ୍ରରେ ଶତକଡ଼ା ମତଦାନ ହାର ୬୪.୨୨ ଏବଂ ମହିଳା ଭୋଟରଙ୍କ ପୋଲିଂ ହାର ୭୪ ଶତକଡ଼ା। ବୁଥ୍ ନଂ ୬୯ ବାରୋ ନୋଡ଼ାଲ ହାଇସ୍କୁଲ, ବାରୋ ରେ ମତଦାନ ହାର ୫୪.୮୭ ସର୍ବନିମ୍ନ ଥିବା ବେଳେ ସର୍ବାଧିକ ମତଦାନ ହାର ୮୩.୩୨ ଥିଲା ବୁଥ୍ ନମ୍ବର ୧୧୬ ଜୟନଗର ସରକାରୀ ପ୍ରାଇମେରୀ ସ୍କୁଲ। ମତଦାନ ସଂଗ୍ରହ ପ୍ର୍ରକ୍ରିୟା ପରେ ସମସ୍ତ ଇ.ଭି.ଏମ୍‌. ଓ ଭିଭିପାଟକୁ କଡ଼ା ପ୍ରହରା, ସିସିଟିଭି ଅଧୀନରେ ଷ୍ଟ୍ରଙ୍ଗରୁମ୍ ମଧ୍ୟରେ ସୁରକ୍ଷିତ ରଖାଯାଇଛି।

ଷ୍ଟ୍ରଙ୍ଗ୍ ରୁମ୍ ଭିତରର ଦୃଶ୍ୟକୁ ଏଲ.ଇ.ଡ଼ି. ଜରିଆରେ ପ୍ରଦର୍ଶନ ବ୍ୟବସ୍ଥା କରାଯାଇଛି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦୁଇ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଓ ଶାନ୍ତନୁ କୁମାର ମହାନ୍ତି, ସି.ଡ଼ି.ଓ. ପ୍ରତାପ ପ୍ରୀତିମୟ, ଏ.ସି.ଡ଼ି.ଓ. କୁଶଳ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ମନୋଜ ପାତ୍ର, ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଡ. ଲକ୍ଷ୍ମୀ ପ୍ରଦାନ ସାହୁ ପ୍ରମୁଖଙ୍କ ସହଯୋଗରେ ଅଦ୍ୟାବଧି ଏହି ଉପନିର୍ବାଚନ ସମ୍ପର୍କୀୟ ସମସ୍ତ କାର୍ଯ୍ୟ ପ୍ରାୟ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଛି। ୧୩.୧୦.୨୦୨୨ ରୁ ଏହି ଉପନିର୍ବାଚନ କାର୍ଯ୍ୟ ପର୍ଯ୍ୟବେକ୍ଷଣ ପାଇଁ ନିର୍ବାଚନ ଆୟୋଗଦ୍ୱାରା ନିଯୁକ୍ତ ହୋଇଥିବା ସାଧାରଣ ପର୍ଯ୍ୟବେକ୍ଷକ ନିରଞ୍ଜନ କୁମାର ଓ ଖର୍ଚ୍ଚ ପର୍ଯ୍ୟବେକ୍ଷକ ପ୍ରଣେଶ ଗୁପ୍ତା ମଧ୍ୟ ନିର୍ବାଚନ ସମ୍ବନ୍ଧୀୟ ସଂପୃକ୍ତ କାର୍ଯ୍ୟଧାରାକୁ ପର୍ଯ୍ୟବେକ୍ଷଣ କରୁଛନ୍ତି। ଆସନ୍ତା ୬.୧୧.୨୦୨୨ ରବିବାର ଦିନ ଗଣତି କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ସକାଳ ୮ ଘଟିକାରୁ ଗଣତି କାର୍ଯ୍ୟ ଆରମ୍ଭ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.