Home Top News ଧାମନଗର ଉପନିର୍ବାଚନ – ପ୍ରଚାର ନିଷେଧ ଅବଧି ପାଇଁ କଡ଼ାକଡ଼ି କଟକଣା, ଆଦର୍ଶ ଆଚରଣ ବିଧି...

ଧାମନଗର ଉପନିର୍ବାଚନ – ପ୍ରଚାର ନିଷେଧ ଅବଧି ପାଇଁ କଡ଼ାକଡ଼ି କଟକଣା, ଆଦର୍ଶ ଆଚରଣ ବିଧି ଉଲଂଘନରେ କାର୍ଯ୍ୟାନୁଷ୍ଠାନ ନେଇ ଜିଲ୍ଲାପାଳ, ଏସ୍‌.ପି.ଙ୍କ ସୂଚନା

26

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିର୍ବାଚନ ଆଇନ୍ ଅନୁଯାୟୀ ମତଦାନ ଗ୍ରହଣର ଶେଷ ସମୟର ୪୮ଘଣ୍ଟା ପୂର୍ବରୁ ପ୍ରଚାର କାର୍ଯ୍ୟ ବନ୍ଦ ହେବା ଆଧାରରେ ଧାମନଗର ଉପନିର୍ବାଚନ ପାଇଁ ଆଜି ୧-୧୧-୨୨ ସନ୍ଧ୍ୟା ୬ଟା ପରେ ସାଧାରଣ ସଭା, ଶୋଭାଯାତ୍ରା, ଘର କୁ ଘର ବୁଲି ପ୍ରଚାର ଆଦି ସମସ୍ତ ପ୍ରକାର ପ୍ରଚାର କାର୍ଯ୍ୟକୁ ନିଷେଦ୍ଧ କରାଯାଇଛି। ଏହି ପରିପ୍ରେକ୍ଷୀରେ କେତେକ ବିଶେଷ କଟକଣା ଜନିତ କାର୍ଯ୍ୟାନୁଷ୍ଠାନ ନିଆଯିବା ସମ୍ବନ୍ଧରେ ଆଜି ସାମ୍ବାଦିକ ସାକ୍ଷାତକାରରେ ଜିଲ୍ଲାପାଳ ଓ ଏସ୍‌.ପି. ସୂଚନା ପ୍ରଦାନ କରିଛନ୍ତି। ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ବାହାର ନିର୍ବାଚନ ମଣ୍ଡଳୀରୁ ଆସିଥିବା କର୍ମୀ, ସମର୍ଥକମାନେ ପ୍ରଚାର ବନ୍ଦ ଅବଧି ପରେ ପରେ ନିର୍ବାଚନ ମଣ୍ଡଳୀ ଛାଡ଼ିବା ନେଇ ଜିଲ୍ଲା ନିର୍ବାଚନ ଓ ପୋଲିସ୍ ପ୍ରଶାସନ ଦ୍ୱାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଇ.ସି.ଆଇ. ଦ୍ୱାରା ନିର୍ଦ୍ଦେଶ ପ୍ରଦାନ କରାଯାଇଛି। କଲ୍ୟାଣ ମଣ୍ଡପ, କମ୍ୟୁନିଟି ହଲ ଆଦିରେ କୌଣସି ବାହାର ବ୍ୟକ୍ତିଙ୍କ ଅବସ୍ଥାନ, ଲଜ୍‌. ଅତିଥିଭବନରେ ରହିଥିବା ଲୋକଙ୍କ ତାଲିକା ତନଖି, ନିର୍ବାଚନ ମଣ୍ଡଳୀର ସୀମାନ୍ତକୁ ଜଗିବା ଓ ବାହାର ନିର୍ବାଚନ ମଣ୍ଡଳୀରୁ ଆସୁଥିବା ଗାଡ଼ିକୁ ତନଖି କରିବା ଏବଂ ଆସୁଥିବା ସମସ୍ତ ଲୋକ ଓ ଦଳବଦ୍ଧ ଲୋକଙ୍କୁ ଭୋଟର କି ଭୋଟର ନୁହନ୍ତି ତଦାରଖ କରିବା ଓ ସେମାନଙ୍କ ପରିଚୟ ଚିହ୍ନଟ କରିବା ଆଦି ଦିଗରେ କାର୍ଯ୍ୟାୁନଷ୍ଠାନ ସମ୍ବନ୍ଧରେ ସୂଚନା ପ୍ରଦାନ କରିଛନ୍ତି।

ଆଦର୍ଶ ଆଚରଣ ବିଧି ଉଲଂଘନ ନେଇ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧରେ ପ୍ରଦତ୍ତ ସୂଚନା ଅନୁଯାୟୀ ୧-୧୧-୨୨ ସୁଦ୍ଧା ସିଭିଜିଲରେ ପ୍ରାପ୍ତ ୮ଟି ଅଭିଯୋଗ ରୁ ୭ଟି ର ସମାଧାନ କରାଯାଇଛି। ୧ଟି ଆଚରଣ ବିଧି ସମ୍ବନ୍ଧୀୟ ନଥିବାରୁ ବାଦ୍ ଦିଆଯାଇଛି। ଟୋଲ୍ ପ୍ରିଂ ନମ୍ବର ୧୯୫୦ରେ ପ୍ରାପ୍ତ ୨୮ଟି ଅଭିଯୋଗର ସମାଧାନ କରାଯାଇଛି। ପୋଲିସ୍ ବିଭାଗ ଦ୍ୱାରା ପଞ୍ଜିକୃତ ୫ଟି କେଶ୍ ରୁ ୪ଟିରେ ଏଫ.ଆଇ..ଆର୍‌. କରାଯାଇ ତଦନ୍ତ ଜାରି ରହିଛି ଏବଂ ୧ଟିର ପ୍ରୋସେକ୍ୟୁସନ୍ ରିପୋର୍ଟ କରାଯାଇଛି। ବ୍ୟାନର, ପୋଷ୍ଟର, ପତାକା, ଟଙ୍କା ବଣ୍ଟନ ସମ୍ବନ୍ଧୀୟ ଜିଲ୍ଲା ନିର୍ବାଚନ ଅଧିକାରୀ, ନିର୍ବାଚନ ଅଧିକାରୀ, ପର୍ଯ୍ୟବେକ୍ଷକଙ୍କ ଫୋନ୍ ଦ୍ୱାରା ପ୍ରାପ୍ତ ୬୯ ଅଭିଯୋଗର ସମାଧାନ କରାଯାଇଛି। ୨, ୮୩୨ଟି ବ୍ୟାନର, ୧, ୭୦୯ଟି ପୋଷ୍ଟର, ୫୦, ୦୯୦ଟି ଫ୍ଲାଗ୍ ଉଚ୍ଛେଦ କରାଯାଇଥିବା ବେଳେ ୭୯ଟି କାନ୍ଥ ଚିତ୍ରକୁ ଲିଭାଯାଇଛି। ଟଙ୍କା ବଣ୍ଟା, ରାଜନୈତିକ ଦଳର ପ୍ରଚାର କାର୍ଯ୍ୟରେ ସଂପୃକ୍ତି ନେଇ ଦୁଇ ଜଣଙ୍କୁ ଡ଼ିସ୍‌ଏନ୍‌ଗେଜ୍‌ଡ଼ କରାଯାଇଥିଲା ବେଳେ ନିର୍ବାଚନ କାର୍ଯ୍ୟରେ ଅବହେଳା ନେଇ ଜଣଙ୍କୁ ସସ୍‌ପେଣ୍ଡ ଓ ୩୨ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଭଦ୍ରକ ଜିଲ୍ଲା ଅବକାରୀ କର୍ମଚାରୀ ଫ୍ଲାଇଂ ସ୍କ୍ୱାର୍ଡ଼, ଇ.ଆଇ.ଏବଂ ଇବି ୟୁନିଟ୍‌, କଟକ ଦ୍ୱାରା ୬-୧୦-୨୦୨୨ରୁ ୩୧-୧୦-୨୨ ମଧ୍ୟରେ ସମୁଦାୟ ୫୪, ୪୧, ୨୬୬ଟଙ୍କାର ଅବକାରୀ ଜନିତ ଦ୍ରବ୍ୟ ଗାଡ଼ି ଆଦି ଜବତ କରାଯାଇଛି। ଏ ନେଇ ୧୫୨ଟି କେଶ୍ ଚିହ୍ନଟ କରାଯାଇ ୧୩୬ ଜଣଙ୍କୁ ଗିରଫ୍ କରାଯାଇଛି।

୪ଜଣ ଫେରାର୍ ଓ ୧୩ଜଣ ଅଣଦାବିଦାର ଅଛନ୍ତି। ଜବତ କରାଯାଇଥିବା ଦ୍ରବ୍ୟ ମଧ୍ୟରେ ୧ଟି ରେଫ୍ରିଜରେଟର୍‌, ୧୪ଟି ଦୁଇ ଚକିଆଯାନ, ୩ଟି ଚାରିଚକିଆ ଯାନ, ୧୫୦ ଗ୍ରାମ ବ୍ରାଉନ୍ ସୁଗାର, ୫.୩ କି.ଗ୍ରା ଗଞ୍ଜେଇ, ୧୨୫୧ ଲିଟର ମୃତ୍ୟୁ ସଂଜୀବନୀ, ୨୭ ଲିଟର ଜିଞ୍ଜର/ଟିଞ୍ଚର, ବିୟର ୪୮.୩ ଲିଟର, ସି.ଏଲ ୨୦୫.୪୦୦ ଲିଟର, ଆଇ.ଏମ୍‌.ଏଫ୍‌.ଏଲ୍‌. ୨୪୨.୫୬୦ଲିଟର, ଆଇ.ଡ଼ି.ୱାସ୍ ୧୬୦୨୦ ଲିଟର, ଆଇ.ଡ଼ି.ଏଲ୍ ୫, ୮୪୩ ଲିଟର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.