Home ଜିଲ୍ଲା ପରିକ୍ରମା ଧାମନଗର ଉପନିର୍ବାଚନ – ପର୍ଯ୍ୟବେକ୍ଷକଙ୍କ ଦ୍ୱାରା ବିଭିନ୍ନ ସେଲ୍ ଓ କ୍ଷେତ୍ର ପରିଦର୍ଶନ

ଧାମନଗର ଉପନିର୍ବାଚନ – ପର୍ଯ୍ୟବେକ୍ଷକଙ୍କ ଦ୍ୱାରା ବିଭିନ୍ନ ସେଲ୍ ଓ କ୍ଷେତ୍ର ପରିଦର୍ଶନ

57

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧମାନଗର ଉପନିର୍ବାଚନ କାର୍ଯ୍ୟ ପରିଚାଳନା ନେଇ ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଖୋଲାଯାଇଥିବା ବିଭିନ୍ନ ସେଲ୍‌କୁ ପର୍ଯ୍ୟବେକ୍ଷକମାନେ ପରିଦର୍ଶନ କରିଥିଲେ। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁଙ୍କ ଉପସ୍ଥିତିରେ ସାଧାରଣ ପର୍ଯ୍ୟବେକ୍ଷକ ନିରଞ୍ଜନ କୁମାର ଓ ଖର୍ଚ୍ଚ ପର୍ଯ୍ୟବେକ୍ଷକ ପ୍ରଣେଶ ଗୁପ୍ତା ନିର୍ବାଚନ କାର୍ଯ୍ୟ ପରିଚାଳନା ପାଇଁ ଖୋଲାଯାଇଥିବା କଣ୍ଟ୍ରୋଲ ରୁମ୍‌, ସିଟିଜେନ୍ ଭିଜିଲାନ୍ସ ମନିଟରିଂ ସେଲ୍‌, ଭିଡ଼ିଓଗ୍ରାଫି ଟିମ୍‌ଙ୍କ ପାଇଁ ଉଦ୍ଦିଷ୍ଟ ସେଲ ପରିଦର୍ଶନ କରିବା ସହିତ କାର୍ଯ୍ୟକାରୀତା ନେଇ ପଚାରିବୁଝିଥିଲେ। ପରେ ପରେ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତିହିଡ଼ି ବ୍ଲକ୍‌ର ପାଳିଆବିନ୍ଧା, ନୟାନନ୍ଦ, ଅଚକ ଅଞ୍ଚଳ ଗସ୍ତକରି କେତୋଟି ମତଦାନ କେନ୍ଦ୍ର ପରିଦର୍ଶନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.