Home Top News ଧାମନଗର ଉପନିର୍ବାଚନ : ଦ୍ୱିତୀୟ ରାଉଣ୍ଡ ଭୋଟ ଗଣତି ଶେଷ : ବିଜେପି ଆଗୁଆ

ଧାମନଗର ଉପନିର୍ବାଚନ : ଦ୍ୱିତୀୟ ରାଉଣ୍ଡ ଭୋଟ ଗଣତି ଶେଷ : ବିଜେପି ଆଗୁଆ

73

ଧାମନଗର ୬-୧୧ (ଓଡ଼ିଆ ପୁଅ) ଧାମନଗର ଉପନିର୍ବାଚନ : କିଏ ଜିତିବ ଧାମନଗର ବାଜି ? ଆରମ୍ଭ ହୋଇଛି ଭୋଟ ଗଣତି। ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭଦ୍ରକ ସଂସ୍କୃତି ଭବନରେ କଡ଼ା ସୁରକ୍ଷାରେ ଚାଲିଛି ଗଣତି। ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହେବା ପରେ EVM ଗଣତି ଆରମ୍ଭ ହୋଇଛି। ମୋଟ ୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି ହେବ ବୋଲି ଜଣାପଡିଛି।

ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଙ୍କୁ ୮୭୩୭ ଭୋଟ ମିଳିଥିବା ବେଳେ ବିଜୁ ଜନତା ଦଳ ପ୍ରାର୍ଥୀ ଅବନ୍ତୀ ଦାସ ଙ୍କୁ ୭୩୫୮ ଭୋଟ ମିଳିଛି। ଅପର ପକ୍ଷରେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ଙ୍କୁ ୩୧୩ ଭୋଟ ମିଳିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ଙ୍କୁ ୪୧ ଭୋଟ ମିଳିଛି। ସେହିପରି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ ଙ୍କୁ ୫୯୭ ଭୋଟ ମିଳିଥିବା ବେଳେ ନୋଟା ୫୨ ଭୋଟ ପଡ଼ିଛି।

ସୂଚନାଯୋଗ୍ୟଯେ, ଧାମନଗର ଉପନିର୍ବାଚନରେ ମୋଟ ୬୮.୯୮ ମତଦାନ ହୋଇଛି। ସେଥିମଧ୍ୟରୁ ମହିଳାଙ୍କ ସଂଖ୍ୟା ଅଧିକ ରହିଥିବାବେଳେ ପୁରୁଷଙ୍କ ସଂଖ୍ୟା କମ୍ ରହିଛି। ଆସନ୍ତାକାଲି ସକାଳ ୮ଟା ବେଳେ ଗଣତି ପ୍ରକ୍ରିୟା ଆରମ୍ଭ ହେବ। ସେଥିନେଇ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଜିଲା ପ୍ରଶାସନ ପକ୍ଷରୁ ଇଭିଏମ୍ ରହୁଥିବା ଷ୍ଟ୍ରଙ୍ଗରୁମ୍‌ରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଇନର କର୍ଡନକୁ ସିଆରପିଏଫ୍‌ର ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ମିଡିଲ୍ କର୍ଡନକୁ ଷ୍ଟେଟ୍ ଆର୍ମ ଫୋର୍ସର ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବାବେଳେ ସେହିପରି ବାହ୍ୟ ବଳୟକୁ ଜିଲା ପୁଲିସ୍‌ର ଏକ ପ୍ଲାଟୁନ ଫୋର୍ସ ଜଗିଛନ୍ତି। ୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି ହେବ। ଏହି ଇଭିଏମ୍ ମେସିନ୍ ଗୁଡିକ ଷ୍ଟ୍ରଙ୍ଗ ରୁମ୍‌ରେ ରହିବା ପରେ ଆସନ୍ତାକାଲି ସକାଳୁ କଡା ସୁରକ୍ଷା ବଳୟରେ ଗଣତି ହେବ। ଇଭିଏମ୍ ମେସିନ୍‌ରେ ଭୋଟ ଦାନ ହୋଇଥିବାରୁ ଆସନ୍ତାକାଲି ଦିନ ୨ଟା ସୁଦ୍ଧା ସମସ୍ତ ଫଳାଫଳ ମିଳିଯିବ ବୋଲି ଜଣାପଡିଛି। ଏଥିପାଇଁ ଜିଲା ପ୍ରଶାସନ ଭଦ୍ରକ ସଂସ୍କୃତି ଭବନରେ ବ୍ୟାପକ ବ୍ୟବସ୍ଥା କରିଛି। ୨୫୨ ଟି ବୁଥ୍‌ରେ ଭୋଟ୍ ପ୍ରକ୍ରିୟା ହୋଇଥିବାରୁ ୧୮ ରାଉଣ୍ଡ ପାଇଁ ପ୍ରଶାସନ ୧୪ଟି ଟେବୁଲ ପ୍ରସ୍ତୁତ କରିଛି। ଏଠାରେ ସୂଚନାଯୋଗ୍ୟ ମୋଟ ମତଦାତାଙ୍କ ସଂଖ୍ୟା ୨ ଲକ୍ଷ ୩୮ ହଜାର ୬୧୭।

ସେମାନଙ୍କ ମଧ୍ୟରେ ୧ ଲକ୍ଷ ୨୩ ହଜାର ୩୦ ପୁରୁଷ ଓ ୧ ଲକ୍ଷ ୧୫ ହଜାର ୩୪୬ ମହିଳା ଓ ୩୩ ଜଣ ଟ୍ରାନସ୍‌ଜଣ୍ଡେର ମତଦାତା ରହିଛନ୍ତି। ବିଭାଗୀୟ ସୂଚନା ଅନୁଯାୟୀ ମୋଟ ୧ ଲକ୍ଷ ୬୪ ହଜାର ୪୬୫ ଜଣ ମତାଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ସେମାନଙ୍କ ମଧ୍ୟରେ ପୁରୁଷ ଭୋଟରଙ୍କ ସଂଖ୍ୟା ୭୯ ହଜାର ୧୧ ଥିବାବେଳେ ମହିଳା ମତଦାତାଙ୍କ ସଂଖ୍ୟା ୮୫ ହଜାର ୪୫୨ ଓ ୨ ଜଣ ଟ୍ରାନ୍ସଜେଣ୍ଡର ମତଦାନ କରିଛନ୍ତି। ପୁରୁଷଙ୍କ ଭୋଟ ୬୪.୨୨ ପ୍ରତିଶତ ରହିଥିବାବେଳେ ମହିଳା ଭୋଟ ହାର ୭୪.୦୧ ରହିଛି। ନିର୍ବାଚନୀ ଫଳାଫଳକୁ ନେଇ ସମସ୍ତ ଦଳ ଦ୍ୱନ୍ଦ୍ୱରେ ରହିଛନ୍ତି। ଧାମନଗରର ବାଜି କିଏ ମାରିବ ତାକୁ ନେଇ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। କୌଣସି ରାଜନୈତିକ ଦଳର ବଡପଣ୍ଡା ମୁହଁ ଖୋଲି ଦଳର ବିଜୟ ସଂପର୍କରେ ସ୍ପଷ୍ଟ ଭାବେ କହିପାରୁନାହାଁନ୍ତି। ଫଳାଫଳକୁ ନେଇ ବଡନେତାମାନେ ନାନା ଶଙ୍କାରେ ରହିଛନ୍ତି। ଏହି ଉପନିର୍ବାଚନରେ ମତଦାନ ହାର କମ୍ ରହିବା ଉଭୟ ଶାସକ ବିଜେଡି ଓ ବିଜେପି ନେତୃମଣ୍ଡଳୀଙ୍କୁ ବିବ୍ରତ କରିଛି। ପ୍ରତିଦ୍ୱନ୍ଦ୍ୱିତା ରୋଚକ ପରିସ୍ଥିତିରେ ଥିବା ବେଳେ କାହା ସପକ୍ଷରେ ଜନାଦେଶ ଯାଇଛି, ତାହାର ଗଣନା କରିବା ମୁସ୍କିଲ ହୋଇପଡିଛି। ଉପନିର୍ବାଚନ ଫଳାଫଳ ଉଭୟ ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ରାଜ୍ୟ ରାଜନୀତିରେ ଧାମନଗର ଫଳାଫଳ ପ୍ରଭାବ ପକାଇବ ବୋଲି ସମୀକ୍ଷକମାନେ ମତ ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.