Home Top News ଧାମନଗର ଉପନିର୍ବାଚନ : ଦ୍ୱାଦଶ ଚରଣ ଭୋଟ ଗଣତି ଶେଷ : ବିଜେପି ୬,୨୧୪ ଭୋଟରେ...

ଧାମନଗର ଉପନିର୍ବାଚନ : ଦ୍ୱାଦଶ ଚରଣ ଭୋଟ ଗଣତି ଶେଷ : ବିଜେପି ୬,୨୧୪ ଭୋଟରେ ଆଗୁଆ

21

ଧାମନଗର ୬-୧୧ (ଓଡ଼ିଆ ପୁଅ) ଧାମନଗର ଉପନିର୍ବାଚନ : କିଏ ଜିତିବ ଧାମନଗର ବାଜି ? ଆରମ୍ଭ ହୋଇଛି ଭୋଟ ଗଣତି। ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭଦ୍ରକ ସଂସ୍କୃତି ଭବନରେ କଡ଼ା ସୁରକ୍ଷାରେ ଚାଲିଛି ଗଣତି। ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହେବା ପରେ EVM ଗଣତି ଆରମ୍ଭ ହୋଇଛି। ମୋଟ ୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି ହେବ ବୋଲି ଜଣାପଡିଛି।

ଦ୍ୱାଦଶ ରାଉଣ୍ଡ ଶେଷ ସୁଦ୍ଧା ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଙ୍କୁ ୫୪,୫୭୨ ଭୋଟ ମିଳିଥିବା ବେଳେ ବିଜୁ ଜନତା ଦଳ ପ୍ରାର୍ଥୀ ଅବନ୍ତୀ ଦାସ ଙ୍କୁ ୪୮,୩୫୮ ଭୋଟ ମିଳିଛି। ଅପର ପକ୍ଷରେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ଙ୍କୁ ୨,୨୦୦ ଭୋଟ ମିଳିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ଙ୍କୁ ୩୩୦ ଭୋଟ ମିଳିଛି। ସେହିପରି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ ଙ୍କୁ ୬,୫୦୫ ଭୋଟ ମିଳିଥିବା ବେଳେ ନୋଟା ୪୬୦ ଭୋଟ ପଡ଼ିଛି। ତେବେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜୁ ଜନତା ଦଳ ପ୍ରାର୍ଥୀ ଅବନ୍ତୀ ଦାସ ଙ୍କ ଠାରୁ ୬,୨୧୪ ଭୋଟରେ ଆଗୁଆ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.