Home Top News ଧାମନଗର ଉପନିର୍ବାଚନ : ଏକାଦଶ ରାଉଣ୍ଡ ଭୋଟ ଗଣତି ଶେଷ : ବିଜେପି ୫,୩୧୦ ଭୋଟରେ...

ଧାମନଗର ଉପନିର୍ବାଚନ : ଏକାଦଶ ରାଉଣ୍ଡ ଭୋଟ ଗଣତି ଶେଷ : ବିଜେପି ୫,୩୧୦ ଭୋଟରେ ଆଗୁଆ

95

ଧାମନଗର ୬-୧୧ (ଓଡ଼ିଆ ପୁଅ) ଧାମନଗର ଉପନିର୍ବାଚନ : କିଏ ଜିତିବ ଧାମନଗର ବାଜି ? ଆରମ୍ଭ ହୋଇଛି ଭୋଟ ଗଣତି। ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭଦ୍ରକ ସଂସ୍କୃତି ଭବନରେ କଡ଼ା ସୁରକ୍ଷାରେ ଚାଲିଛି ଗଣତି। ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହେବା ପରେ EVM ଗଣତି ଆରମ୍ଭ ହୋଇଛି। ମୋଟ ୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି ହେବ ବୋଲି ଜଣାପଡିଛି।

୧୧ଦଶ ରାଉଣ୍ଡ ଶେଷ ସୁଦ୍ଧା ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ୪୯,୭୯୪ ଭୋଟ ମିଳିଥିବା ବେଳେ ବିଜୁ ଜନତା ଦଳ ପ୍ରାର୍ଥୀ ଅବନ୍ତୀ ଦାସ ଙ୍କୁ ୪୪,୪୮୪ ଭୋଟ ମିଳିଛି। ଅପର ପକ୍ଷରେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ ୨,୦୪୬ ଭୋଟ ମିଳିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ଙ୍କୁ ୩୦୩ ଭୋଟ ମିଳିଛି। ସେହିପରି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ ଙ୍କୁ ୬,୩୧୯ ଭୋଟ ମିଳିଥିବା ବେଳେ ନୋଟା ୪୩୪ ଭୋଟ ପଡ଼ିଛି। ତେବେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ, ବିଜୁ ଜନତା ଦଳ ପ୍ରାର୍ଥୀ ଅବନ୍ତୀ ଦାସ ଙ୍କ ଠାରୁ ୫,୩୧୦ ଭୋଟରେ ଆଗୁଆ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.