Home ଓଡ଼ିଶା ଧାନଭାଡି ଭାଙ୍ଗି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଧାନଭାଡି ଭାଙ୍ଗି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

90

ହାଟଡ଼ିହି- ୨୫/୧ (ଓଡ଼ିଆପୁଅ/ ବିକାଶ ବିଶ୍ଵାଳ) କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ବାହିଆ ବାରଦଣ୍ଡା ସରେଇସାହି ଗାଁରେ ଘଟିଯାଇଛି ଅଭାବନୀୟ ଘଟଣା। ଘରେ ଧାନ ରଖାଯାଇଥିବା ଭାଡ଼ିଟି ଭାଙ୍ଗି ଯିବାରୁ ସ୍ତ୍ରୀ ମୃତ୍ୟୁବରଣ କରିଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଜାନକୀ ହୋ. ଆହତ ଜଣକ ହେଉଛନ୍ତି ତାଙ୍କ ସ୍ଵାମୀ ମଗୁଆ ହୋ। ଗୁରୁତର ମାଗୁଆ ହୋଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଗତକାଲି ରାତିର ଘର ର ସମସ୍ତେ ଖାଇ ପିଇ ଶୋଇବା ପରେ ସେଠାରେ ଧାନ ରଖାଯାଇଥିବା ଭାଡ଼ି ଟି ହଠାତ୍‌ ଭାଙ୍ଗି ପଡ଼ିଥିଲା . ଭାଡ଼ି ସହ ଅନ୍ୟ ଜିନିଷ ଜାନକୀ ହୋ ଏବଂ ମାଗୁଆ ହୋଙ୍କ ଉପରେ ଅଜାଡ଼ି ହୋଇ ପଡ଼ିଥିଲା। ୧୫ ମିନିଟରୁ ଉର୍ଦ୍ଧ୍ବ ଧାନ ତଳେ ଚାପିହୋଇ ରହିବା ପରେ ପାଟି ଶୁଣି ପଡୋଶୀ ମାନେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନା ପଠାଇଥିଲେ। ସେଠାରେ ଡାକ୍ତର ସ୍ତ୍ରୀ ଜାନକୀକୁ ମୃତ ଘୋଷଣା କରିଥିଲେ। ସ୍ୱାମୀ ମାଗୁଆ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.