Home ଓଡ଼ିଶା ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଯୋଡ଼ାଠାରେ ‘ଅନ୍ତର୍ଜାତୀୟ ଶିକ୍ଷା ଦିବସ’ ପାଳିତ

ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଯୋଡ଼ାଠାରେ ‘ଅନ୍ତର୍ଜାତୀୟ ଶିକ୍ଷା ଦିବସ’ ପାଳିତ

20

ଯୋଡା ୨୫/୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଟାଟା ଷ୍ଟିଲର ସିଏସ୍‌ଆର ସଂସ୍ଥା ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ରବିବାର ଦିନ ଯୋଡ଼ାସ୍ଥିତ ବାଳିକା ଓ ବାଳକ ଆବାସିକ ସେତୁ ପାଠ୍ୟକ୍ରମ କେନ୍ଦ୍ର (ଆରବିସି)ରେ ଉତ୍ସାହର ସହିତ ‘ଆନ୍ତର୍ଜାତୀୟ ଶିକ୍ଷା ଦିବସ’ ପାଳିତ ହୋଇଯାଇଛି । ଉଭୟ କେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଉଜ୍ୱଳ ଭବିଷ୍ୟତ ନିମନ୍ତେ ଶିକ୍ଷାର ଗୁରୁତ୍ୱକୁ ସାବ୍ୟସ୍ତ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହି ଅବସରରେ ବାଳିକା ଆରବିସିରେ ସ୍ପନ୍ଦନ ମହିଳା ସମିତିର ଉପ ସଭାପତି ଶ୍ରୀମତି ଭିନିତା ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସ୍ପନ୍ଦନ ମହିଳା ସମିତି ସମ୍ପାଦକ ଶ୍ରୀମତି ଦେବୋଲିନା ସରକାର ଓ ସ୍ପନ୍ଦନ ମହିଳା ସମିତି କୋଷାଧ୍ୟକ୍ଷ ଶ୍ରୀମତି ପଲ୍ଲବୀ ସିଂହ ଉପସ୍ଥିତ ଥିଲେ । ସେହିଭଳି ବାଳକ ଆରବିସିରେ ଟାଟା ଷ୍ଟିଲ ଯୋଡ଼ା ମୁଖ୍ୟ ଶ୍ରୀ ରାଜେଶ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ‘ଶିକ୍ଷାର ଗୁରୁତ୍ୱ’ ନାମକ ବିଷୟବସ୍ତୁ ଉପରେ ଆଧାରିତ ନାଟକ ଓ ଗୀତ ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବାବେଳେ ଏହା ଅତିଥିମାନଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା । ଏହି ଅବସରରେ କିଛି ଛାତ୍ରଛାତ୍ରୀମାନେ ଅତିଥିମାନଙ୍କ ସହିତ ସେମାନଙ୍କ ଅଭିଜ୍ଞତା ବାଣ୍ଟିଥିଲେ । ଉଭୟ କେନ୍ଦ୍ରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯିବା ସହିତ ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହାସହିତ ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ସାମଗ୍ରୀ ମଧ୍ୟ ବଂଟନ କରିଥିଲେ । ବର୍ତମାନ ୧୯୫ ବାଳିକା ଓ ୧୪୦ ବାଳକ ଯଥାକ୍ରମେ ବାଳିକା ଓ ବାଳକ ଆରବିସିରେ ଅଧ୍ୟୟନ କରୁଛନ୍ତି । ବିଭିନ୍ନ କାରଣରୁ ଅଧାରୁ ବିଦ୍ୟାଳୟ ଛାଡ଼ିଦେଇଥିବା କିମ୍ବା କେବେବି ବିଦ୍ୟାଳୟ ମାଟିମାଡ଼ିନଥିବା କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍‌ର ୧୭ ପଂଚାୟତ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ଆରବିସି ବରଦାନ ସାବ୍ୟସ୍ତ ହୋଇଛି । ଏହାମଧ୍ୟରୁ ଅଧିକାଂଶ ଛାତ୍ରଛାତ୍ରୀ ଆର୍ଥିକ ସମସ୍ୟା ଯୋଗୁଁ ପାଠପଢା ଅଧାରୁ ଛାଡ଼ିଦେଇଥିବା କିମ୍ବା ବିଦ୍ୟାଳୟ ଯାଇପାରିନାହାନ୍ତି ବୋଲି ଜଣାପଡ଼ିଛି । ଶାନ୍ତି ଓ ବିକାଶ ପାଇଁ ଶିକ୍ଷାର ଭୂମିକାକୁ ପ୍ରତିପାଦିତ କରିବା ଲକ୍ଷ୍ୟରେ ୨୦୧୯ ମସିହାରୁ ପ୍ରତ୍ୟେକ ବର୍ଷ ଜାନୁଆରୀ ୨୪ ତାରିଖରେ ସାରା ବିଶ୍ୱରେ ‘ଅନ୍ତର୍ଜାତୀୟ ଶିକ୍ଷା ଦିବସ’ ପାଳନ କରାଯାଉଛି । ‘କୋଭିଡ଼-୧୯ ପିଢି ପାଇଁ ଶିକ୍ଷାର ପୁନଃଉଦ୍ଧାର ଓ ପୁନଃଜୀବିତ’ କୁ ଚଳିତ ବର୍ଷର ବିଷୟବସ୍ତୁ ଭାବେ ନିଆଯାଇଛି । ଶିକ୍ଷା ପାଇଁ ଏକ ଦିନକୁ ସମର୍ପିତ କରିବା ଦ୍ୱାରା ୨୦୩୦ ସୁଦ୍ଧା ସମସ୍ତଙ୍କ ପାଇଁ ଅନ୍ତର୍ଭୁକ୍ତକାରୀ ଓ ସମାନ ଗୁଣବତା ବିଶିଷ୍ଟ ଶିକ୍ଷା ଓ ଆଜୀବନ ଶିକ୍ଷାର ସୁଯୋଗକୁ ସୁନିଶ୍ଚିତ କରାଯାଇପାରିବ ଏବଂ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ୪କୁ ହାସଲ କରିବା ଦିଗରେ ଏହା ସହାୟକ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.