Home ଜିଲ୍ଲା ପରିକ୍ରମା ଆଦାନୀ ଓ ପୋସ୍କୋ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ

ଆଦାନୀ ଓ ପୋସ୍କୋ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ

85

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନୂତନ ବ୍ୟବସାୟିକ ସମ୍ଭାବନା ସୃଷ୍ଟି କରିବା ଏବଂ ଗୁଜୁରାଟର ମୁନ୍ଦ୍ରାଠାରେ ସବୁଜ, ପରିବେଶ ଅନୁକୂଳ ଇଂଟିଗ୍ରେଟେଡ୍‌ଷ୍ଟିଲ ୍‌ମିଲ୍ ପ୍ରତିଷ୍ଠା ପାଇଁ ଆଦାନୀ ଗ୍ରୁପ୍ ଓ ପୋସ୍କୋ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଏହି ଚୁକ୍ତିରେ ୫ ବିଲିୟନ ଡଲାର ପୁଞ୍ଜି ବିନିଯୋଗ ପାଇଁ ଉଭୟ ପକ୍ଷ ସହମତି ପ୍ରକାଶ କରିଛନ୍ତି । ନବୀକରଣଯୋଗ୍ୟ ଶକ୍ତି, ହାଇଡ୍ରୋଜେନ ଏବଂ ଲଜିଷ୍ଟିକ୍ ଭଳି ବିଭିନ୍ନ ଶିଳ୍ପରେ ଉଭୟ ସହଯୋଗୀ ହୋଇ ବ୍ୟବସାୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ପୋସ୍କୋର ସିଇଓ ଶ୍ରୀଜିଓଙ୍ଗ-ୱୋଚୋଇ କହିଛନ୍ତି ଇସ୍ପାତ ତିଆରିରେ ପୋସ୍କୋର ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ଶକ୍ତି ଓ ଭିତିଭୂମି କ୍ଷେତ୍ରରେ ଆଦାନୀ ଗ୍ରୁପ୍‌ର ପାରଦର୍ଶିତାକୁ ବ୍ୟବହାର କରି ଉଭୟ ଇସ୍ପାତ ଓ ପରିବେଶ ଅନୁକୂଳ ବ୍ୟବସାୟରେ ଉତମ ସମନ୍ୱୟ ଆଣିବାକୁ ସକ୍ଷମ । ମୁଁ ଆଶା କରିଛି ଏହି ସହଯୋଗ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଏକ ଭଲ ଓ ସ୍ଥାୟୀ ବ୍ୟବସାୟିକ ସହଯୋଗ ମଡେଲ ହେବ । ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀ କହିଛନ୍ତି, ଇସ୍ପାତ ଉତ୍ପାଦନ ଏବଂ କାର୍ବନ ହ୍ରାସରେ ବିଶ୍ୱର ସବୁଠାରୁ ଦକ୍ଷତଥା ଉନ୍ନତ ଇସ୍ପାତ ଉତ୍ପାଦନକାରୀ ପୋସ୍କୋ ସହିତ ସହଭାଗିତା ଘୋଷଣାକରି ଆମେ ଅତ୍ୟନ୍ତ ଖୁସି । ଏହି ସହଭାଗିତା ଘୋଷଣା ଭାରତର ଉତ୍ପାଦନ ଶିଳ୍ପର ଅଭିବୃଦ୍ଧିରେ ଏବଂ ଭାରତ ସରକାରଙ୍କ ଆତ୍ମନିର୍ଭର ଭାରତ ଅଭିଯାନରେ ସହାୟକ ହେବ । ସବୁଜ ବ୍ୟବସାୟର ଭାରତର ସ୍ଥିତିକୁ ମଜବୁତ କରିବାରେ ମଧ୍ୟ ସହାୟକ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.