Home କେନ୍ଦ୍ରାପଡ଼ା ଧର୍ମପରାୟଣ ମହିଳାଙ୍କ ବିୟୋଗରେ ଶୋକ

ଧର୍ମପରାୟଣ ମହିଳାଙ୍କ ବିୟୋଗରେ ଶୋକ

59

କେନ୍ଦ୍ରାପଡ଼ା ୩ ସେପ୍ଟେମ୍ବର (ଓଡ଼ିଆ ପୁଅ) ରାଜକନିକା ବ୍ଲକ ଅର୍ନ୍ତଗତ ବରାଡ଼ିଆ ପଞ୍ଚାୟତର ବରାଙ୍ଗ ଗ୍ରାମର ବରିଷ୍ଠ ଧର୍ମପରାୟଣ ମହିଳା ଉମାମଣୀ ଜେନାଙ୍କର ତା ୩୧.୦୮. ୨୦୨୧ (ମଙ୍ଗଳବାର) ରାତ୍ର ୧୦ .୨ ଘଟିକା ସମୟରେ ଦେହାନ୍ତ ହୋଇଯାଇଛି। ତାଙ୍କ ବିୟୋଗରେ ସମଗ୍ର ବରାଡ଼ିଆ ପଞ୍ଚାୟତରେ ଶୋକର ଛାୟା ଖେଳି ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ସେ ଏକାଧାରରେ ଜଣେ ପରୋପକାରୀ, ଦୟାଳୁ, ମିଷ୍ଠଭାଷୀ, ଧର୍ମପରାୟଣ, ଭାଗବତ ପ୍ରେମୀ ମହିଳା ଭାବରେ ବେଶ ଜଣାଶୁଣା ଥିଲେ। ବରାଡ଼ିଆ ପଞ୍ଚାୟତ ର ଆତ୍ମୀୟ ଲୋକ, ବନ୍ଧୁ ପରିଜନ ମାନେ ତାଙ୍କର ଶେଷ ଦର୍ଶନ କରି ଶୋକ ପ୍ରକାଶ କରିବା ସହିତ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ। ପୁତ୍ର ନରୋତ୍ତମ, ଉତ୍ତମ, କୀର୍ତନ, ଚୈତନ୍ୟ ଏବଂ କଟକ ଜିଲ୍ଲା ଡମପଡା ବ୍ଲକରେ କୃଷିବୀତ ଭାବେ କାର୍ଯ୍ୟରତ ତାଙ୍କର ନାତି ଶ୍ରୀ ବିଧୁଭୂଷଣ ଜେନା ତଥା ପରିବାରବର୍ଗ ଓ ଗ୍ରାମବାସୀମାନେ ତାଙ୍କର ଶେଷକୃତ୍ୟ ସମ୍ପନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.