ହାଟଡ଼ିହି, ୨ / ୩ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଷଡଙ୍ଗ ଗ୍ରାମର ଧର୍ମପରାୟଣ ବ୍ୟକ୍ତି ଭାବେ ପରିଚିତ କାମଦେବ ନାୟକଙ୍କ ୬୫ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ହେବ ମଧୁମେହ ରୋଗରେ ପିଡିତ ଥାଇ ଚିକିତ୍ସିତ ହେଉôତଲେ । ଆଜି ସକାଳୁ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଯାଜପୁର ଟାଉନ ହସପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ତାଙ୍କ ମରଶରୀରକୁ ଗ୍ରାମକୁ ଅଣାଯିବାପରେ ଗାଁରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ଭାଇ କିର୍ତ୍ତନ ନାୟକ, ପରିକ୍ଷିତ ନାୟକ, ରଙ୍ଗାଧର ନାୟକ, ପୁଅ ହିମାଶୁଂ, ସୁଧାଶୁଂ ନାୟକ, ଭଣଜା ଆଦିତ୍ୟ ନାୟକ, ଦେବକାନ୍ତ ମହାପାତ୍ରଙ୍କ ସମେତ ସମସ୍ତ ପରିବର ଲୋକ ଓ ଗ୍ରାମବାସୀମାନେ ସଂସ୍କାର କାର୍ୟ୍ୟରେ ସାମିଲ ହୋଇଥିଲେ ।