Home କେନ୍ଦୁଝର ପତିତପାବନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ପତିତପାବନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

25

ହାଟଡ଼ିହି, ୨ / ୩ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆଗରପଡା  ଜଗତଜ୍ୟୋତି କ୍ଲବ ଆନୁକୁଲ୍ୟରେ ସ୍ଥାନୀୟ ସି.ଟି ସ୍କୁଲ ଖେଳ ପଡିଆରେ ପତିତପାବନ କ୍ରିମେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏଥିରେ ବିପିୟୁଟିର ପୁର୍ବତନ ସଭାପତି ତଥା ବିଜୁ ଜନତାଦଳର ନେତା ବିଶ୍ନବଜିତ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଧରପୁର ଓ ମନୋହରପୁର ମଧ୍ୟରେ ଅନୁଷ୍ଠିତ ଉଦଘାଟନ ମ୍ୟାଚରେ ବିଦ୍ୟାଧରପୁର ବିଜୟୀ ହୋଇଥିଲା । ପ୍ରଥମେ ଟସଜିତି ବ୍ୟାଟିଂ କରି ମନୋହରପୁର ନିର୍ଦ୍ଧାରିତ ୧୫ଓଭରରେ ୧୩୩ରନ କରିଥିବାବେଳେ ବିଦ୍ୟାଧରପୁର ୧୦ଓଭରରେ ମାତ୍ର ୪ଉଇକେଟ ବିନିମୟରେ ବିଜୟ ପାଇଁ ଆବଶ୍ୟକ ରନ ସଂଗ୍ରହ କରିନେଇଥିଲା । ସତ୍ୟବ୍ରତ ତ୍ରିପାଠୀ ଓ ଲିପୁ ତ୍ରିପାଠୀ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.