Home Coronavirus Outbreak ଦ ଗ୍ରୀନ ଯବାନ ଯୁବକ ସଂଘ ପକ୍ଷରୁ ଘର ଘର ବୁଲି ମାସ୍କ, ସାବୁନ ଓ...

ଦ ଗ୍ରୀନ ଯବାନ ଯୁବକ ସଂଘ ପକ୍ଷରୁ ଘର ଘର ବୁଲି ମାସ୍କ, ସାବୁନ ଓ ଶୁଖିଲା ଖାଦ୍ୟ ବଣ୍ଟନ

453

ବଡ଼ବିଲ,ତା ୧୯ ଅପ୍ରେଲ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) ଗରୀବ ଖଟିଖିଆଙ୍କୁ ସହାୟତାର ହାତ ବଢାଇଲେ ଦ ଗ୍ରୀନ ଯବାନ ଯୁବକ ସଂଘର ସଦସ୍ୟମାନେ ମାସ୍କ, ସାବୁନ ଓ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କଲେ । ସମଗ୍ର ବିଶ୍ବ ସହିତ ଭାରତ ଏବେ କରୋନା ଭାଇରସ ସଂକ୍ରମଣ ରୋକିବାକୁ ସଂଘର୍ଷ ଜାରି ରଖିଥିବା ବେଳେ କରୋନା ସଂକ୍ରମଣରୁ ବାଦ ପଡିନାହିଁ ଆମ ରାଜ୍ୟ ଓଡିଶା । କରୋନାର ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବେଶ ତତ୍ପରତା ଦେଖାଇ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇ ବହୁ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ସମସ୍ତ ରାସନକାର୍ଡ ଥିବା ପରିବାରକୁ ୩ମାସର ରାସନ ସାମଗ୍ରୀ ଆଗୁଆ ଯୋଗାଇ ଦେଇଛନ୍ତି । କିନ୍ତୁ ମାସକୁ ମୁଣ୍ଡପିଛା ୫କିଲୋ ଚାଉଳ ଯୋଗାଇ ଦେଇଥିବା ବେଳେ ଖଟିଖିଆ ଦିନମଜୁରିଆ ଲୋକଟିଏ ପାଇଁ ଏହାମାତ୍ର ୫ଦିନର ରାସନ । ଫଳରେ ଲକଡାଉନ ସମୟରେ ବାକିଦିନର ରାସନ ଯୋଗାଡ଼ ପାଇଁ ନାକେଦମ ହେବାକୁ ପଡୁଥିବା ଦେଖିବାକୁ ମିଳୁଛି । ଲକଡାଉନ ଘୋଷଣା ମଧ୍ୟବିତ୍ତ, ଖଟିଖିଆ, ଦିନମଜୁରିଆ ପରିବାର ଗୁଡିକ ପାଇଁ ଯଦିଓ କଷ୍ଟଦାୟକ ହେଉଛି ତଥାପି ସମର୍ଥନ କରିଛନ୍ତି । ତେବେ ଲକଡାଉନ ଜୀବନଜୀବିକାକୁ ପ୍ରଭାବିତ କରି ଅସ୍ତବ୍ୟସ୍ତ କରିପକାଉଛି । ଏଭଳି ପରିସ୍ଥିତିରେ ଭୋକିଲା ପେଟକୁ ଆହାର ଯୋଗାଇ ଦେବାକୁ ଅଣ୍ଟା ଭିଡ଼ି ଆଗକୁ ଆଗେଇ ଆସିଛନ୍ତି ଦ ଗ୍ରୀନ ଯବାନ ଯୁବକ ସଂଘର ସଦସ୍ୟମାନେ ନିଜ ନିଜ ଫେସବୁକ ଓ ହ୍ବାର୍ଟସଫ ଜରିଆରେ ଏକ ଟଙ୍କା ସାହାର୍ଯ୍ୟର ବାର୍ତ୍ତା ଦେଇଥିଲେ । ଯାହା ଆଜି ସଫଳତା ହାସଲ କରିଛି, ସେହି ଟଙ୍କାରେ ଯୋଡ଼ା ବ୍ଲକ ଅଧୀନସ୍ଥ ୨ଟି ପଞ୍ଚାୟତର ଦିବ୍ୟାଙ୍ଗ, ଭୂମିହୀନ, ଖଟିଖିଆ ଦିନମଜୁରିଆ ଗରିବ ଲୋକଙ୍କ ପାଖକୁ ଯାଇ ସଚେତନତା କରାଇଥିଲେ । ଏଥିସହ ମାସ୍କ, ସାବୁନ ଓ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦ ଗ୍ରୀନ ଯବାନ ଯୁବକ ସଂଘର ସମସ୍ତ ସଦସ୍ୟମାନେ ପୂର୍ଣ୍ଣ ସମର୍ଥନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.