Home ଓଡ଼ିଶା ଓଡ଼ିଶା କନିଷ୍ଠ ଟେନିସ୍ ବଲ୍ ଦଳରେ ଭଦ୍ରକ ଜିଲ୍ଲାରୁ ୫ ଜଣ ସାମିଲ

ଓଡ଼ିଶା କନିଷ୍ଠ ଟେନିସ୍ ବଲ୍ ଦଳରେ ଭଦ୍ରକ ଜିଲ୍ଲାରୁ ୫ ଜଣ ସାମିଲ

40

ଭଦ୍ରକ, ୮ା୩ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଜାତୀୟ ସ୍ତରୀୟ କନିଷ୍ଠ ଟେନିସ୍ ବଲ୍ ପ୍ରତିଯୋଗିତା ନିମନ୍ତେ ଓଡ଼ିଶା ରାଜ୍ୟ ପକ୍ଷରୁ ଚୟନ ହୋଇଥିବା ଦଳରେ ଭଦ୍ରକ ଜିଲ୍ଲାରୁ ୫ଜଣ ଖେଳାଳି ସାମିଲ ହୋଇଛନ୍ତି। ଏହି ଖେଳାଳିମାନେ ବିହାର ଅଭିମୁଖେ ଯାତ୍ରା କରିଛନ୍ତି। ଏହି ପ୍ରତିଯୋଗିତା ବିହାରର ଦରଭଙ୍ଗା ଜିଲ୍ଲା ଠାରେ ଅନୁଷ୍ଠିତ ହେଉଅଛି। ଭଦ୍ରକ ଜିଲ୍ଲାରୁ ଦଳରେ ସାମିଲ ହୋଇଥିବା ଖେଳାଳିମାନେ ହେଲେ ରୌନକ କୁମାର ମିଶ୍ର, ଚନ୍ଦନ ପାତ୍ର, ତୁଷାର ମାଇତି, ଲକ୍ଷ୍ମୀଧର ମହାରଣା, ଆଦିତ୍ୟ ନାୟକ। ଭଦ୍ରକ ଜିଲ୍ଲା ଟେନିସ୍ ବଲ ସଂଘର ସମ୍ପାଦକ ଦେବବ୍ରତ ଜେନା, ସଭାପତି ଜ୍ଞାନେନ୍ଦ୍ର ମହାନ୍ତି, ଉପସଭାପତି ମନୋଜ ଦାସ, କୋଷାଧ୍ୟକ୍ଷ ସାହିଦ୍ ଖାନ୍‌, କ୍ରୀଡା ପ୍ରଶିକ୍ଷକ ମନୋଜ କୁମାର ସାହୁ ଖେଳାଳିଙ୍କ ସଫଳତା କାମନା କରିବା ସହିତ ଶୁଭେଚ୍ଛା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.