Home ଜିଲ୍ଲା ପରିକ୍ରମା ଦୋକାନରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ସମସ୍ତ ସାମଗ୍ରୀ ଭସ୍ମୀଭୂତ

ଦୋକାନରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ସମସ୍ତ ସାମଗ୍ରୀ ଭସ୍ମୀଭୂତ

52

ବଲାଙ୍ଗୀର, ୪-୦୯(ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ସଇଁନ୍ତଲା ବ୍ଲକ ଅନ୍ତର୍ଗତ କୁଇକେଡ ଗ୍ରାମ ପଞ୍ଚାୟତର ରେଙ୍ଗାଲି ଗ୍ରାମର ସାମନ୍ତ ବାଗ ନାମକ ଜଣେ ଦୋକାନୀଙ୍କ ଦୋକାନରେ ଗତକାଲି ସଟସାର୍କିଟ ହୋଇ ଦୋକାନ ଜଳି ଯାଇଛି। ଦୋକାନୀ ଜଣକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହିତ କିଛି ପାନ ମସଲା ସାମଗ୍ରୀ ବିକ୍ରି କରୁଥିଲେ। ବ୍ୟକ୍ତି ଜଣକ କହିବା ଅନୁସାରେ ଦୋକାନରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ରଖିଥିଲେ। ସୂଚନା ଏହି ଯେ, ସାମନ୍ତ ବାଗ ନିଜର ଗୁଜୁରାଣ ପାଇଁ ଏକ ଦୋକାନ କରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହିତ ମସଲା ସାମଗ୍ରୀ ବିକ୍ରୟ କରୁଥିଲେ। ତାଙ୍କ ଦୋକାନରେ ହଠାତ୍ ନିଆଁ ଲାଗି ଯାଇଥିବାରୁ ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ସଇଁନ୍ତଲା ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଅଗ୍ନିଶମ ବିଭାଗ ଆସି ଅଗ୍ନି ଲିଭାଇ ଦୋକାନୀ ଓ ଦୋକାନ ର ଗ୍ରାହକଙ୍କୁ ଉଦ୍ଧାର କରିଥିଲେ। ଦୋକାନୀର କ୍ଷୟକ୍ଷତି ବହୁ ପରିମାଣରେ ହୋଇଥିବାରୁ ଓ କରୋନା ମହାମାରୀ ସମୟରେ ଏକ ବଡ଼ ଆଘାତ ହୋଇଥିବାରୁ ଉପଯୁକ୍ତ କ୍ଷତି ପୂରଣ ସାଧାରଣରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.