Home ଜିଲ୍ଲା ପରିକ୍ରମା ଦେଶାତ୍ମକବୋଧ ସଂଗୀତ,ଭଜନ ପ୍ରତି ଯୋଗୀତା ଓ ଢେମସା ନାଚ ରେ ନବବର୍ଷ ପାଳିଲେ ଆଓମା ର...

ଦେଶାତ୍ମକବୋଧ ସଂଗୀତ,ଭଜନ ପ୍ରତି ଯୋଗୀତା ଓ ଢେମସା ନାଚ ରେ ନବବର୍ଷ ପାଳିଲେ ଆଓମା ର ଛାତ୍ର ଛାତ୍ରୀ

264

ମାଲକାନଗିରି,୧ା୧(ଓଡିଆ ପୁଅ )୨୦୧୮ ପୁରୁଣାବର୍ଷକୁ ବିଦାୟଦେଇ ୨୦୧୯ନୂତନ ବର୍ଷକୁ ସ୍ୱାଗତଜଣାଇ କିଛି ଲୋକ ଡିଜେ ଡ୍ୟାନ୍ସ, ମଦ ମାଛ ମାଉଁସ ଭୋଜିରେ ଉତ୍ସବ ମନାଉଥିବା ବେଳେ ଆଓମା ର ଛାତ୍ର ଛାତ୍ରୀ ମାନେ ଏହି ନବବର୍ଷକୁ ଭିନ୍ନ ଶୈଳିରେ ସ୍ୱାଗତ ଜଣାଇଛନ୍ତି । ମାଲକାନଗିରି ଜିଲ୍ଲାସଦର ମହକୁମାଠାରେ ଥିବା ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ସୁନାମ  ଅର୍ଜନ କରିଥିବା ଅଲ୍ଓଡିଶା ମାର୍ଶଲଆର୍ଟ ଏକାଡେମୀ(ଆଓମା ) ର ଛାତ୍ର ଛାତ୍ରୀ ମାନେ ୩୧ତାରିଖ ମଧ୍ୟରାତ୍ରରେ ବିଶ୍ୱ ଶାନ୍ତି ଓ ସମଗ୍ର ମାନବ ସମାଜ ଶୁଖଶାନ୍ତିରେ ଜୀବନ ବିତାଇବା ନିମନ୍ତେ  ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାସହିତ ଦେଶାତ୍ମବୋଧକ ସଂଗୀତ ଓ ଭଜନ ପ୍ରତି ଯୋଗୀତାର ଆୟୋଜନ କରିଥିଲେ । ଜିରୋ ନାଇଟରେ ଏକାଡେମୀର ଛାତ୍ର ଛାତ୍ରୀ ଓ ସମସ୍ତ କର୍ମକର୍ତା ମାନେ ହାତ ଧରା ଧରି ହୋଇ ଢେମସା ନାଚକରିଥିଲେ । ନୂତନ ବର୍ଷରେ ନୂଆଚିନ୍ତା ନେଇ ଗରିବ ଲୋକଙ୍କ ସେବାକରିବା ପାଇଁ ଶେଷରେ ଆଓମାର ଛାତ୍ର ଛାତ୍ରୀ ମାନେ ହାତ ଉପରେ ହାତରଖି  ସପଥ ନେଇଥିଲେ । ଏହି ଅବସରରେ ଅଲଓଡିଶା ମାର୍ଶଲ ଆର୍ଟଏକାଡେମୀର ମୁଖ୍ୟ ବିନାଶକୁମାର ମିଶ୍ର ,ସଭାପତି ରତ୍ନାକରଦାଶ, ମହେଶ ଛତ୍ରୀ, କେ.ଦେଶିରାଜୁ ଆଚାରୀ,ସୁମନ କୁମାର,ରାମଚନ୍ଦ୍ରମାଡକାମି,ସରିତା ହରିଜନ,ରାଜୁ କୋଡେ,ଚନ୍ଦ୍ରସେଖର ପୁଜାରୀ,ମନୋଜକଚିମ ଓ ଜାତୀୟସ୍ତର ବିଭିନ୍ନ କ୍ରୀଡାରେ ସ୍ୱର୍ଣ୍ଣପଦକ ହାସଲ କରି  ପୁରସ୍କୃତ ହୋଇଥିବା ଆଦିବାସୀ ଛାତ୍ରୀ ଲକ୍ଷ୍ମିସୋଡି, ରଶ୍ମିମାଡକାମି, ଆଦିବାସୀ ଛାତ୍ର ମାସି ହନ୍ତାଳ,ନକୁଳ କ୍ରୀସାନୀ, ପ୍ରମୁଖ ଯୋଗଦେଇ ସେମାନଙ୍କ ଅନୁଭୂତି ସଂପର୍କରେ କହିବାସହିତ ପୁରଣାବର୍ଷକୁ ବିଦାୟ ଦେଇ ନୂତନବର୍ଷଷକୁ ସ୍ୱାଗ ଜଣାଇଥିଲେ । ରାତ୍ରରେ ପ୍ରସାଦ ସେବନସହ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ମିଷ୍ଟାନ ବଟଂନକରାଯାଇଥିଲା ।  ନିଜ ନିଜ ମଧ୍ୟରେ ନବବର୍ଷର ଅଭିନନ୍ଦନ ଜଣାଇ ଢେମସା ନାଚ କରି  ପୁରଣା ବର୍ଷକୁ ବିଦାୟ ଦେଇଥିଲେ  ଛାତ୍ର ଛାତ୍ରୀ ମାନେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.