Home Top News ଦେଶର ପ୍ରଥମ କୋଲ ଗ୍ୟାସିଫିକେସନ କୌଶଳ ଭିତ୍ତିକ ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ (ଟିଏଫ୍ଏଲ୍)ର ଅଗ୍ରଗତି ସମୀକ୍ଷା...

ଦେଶର ପ୍ରଥମ କୋଲ ଗ୍ୟାସିଫିକେସନ କୌଶଳ ଭିତ୍ତିକ ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ (ଟିଏଫ୍ଏଲ୍)ର ଅଗ୍ରଗତି ସମୀକ୍ଷା କଲେ କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ

31

– ହିନ୍ଦୁସ୍ତାନ ଉର୍ବରକ ଆଣ୍ଡ ରସାୟନ ଲିମିଟେଡ (ଏଚ୍ୟୁଆରଏଲ୍) ର ସିନ୍ଦ୍ରି ଓ ବାରାଉନି ପ୍ରକଳ୍ପ ଏବଂ ଦେଶର ପ୍ରଥମ କୋଲ ଗ୍ୟାସିଫିକେସନ କୌଶଳ ଭିତ୍ତିକ ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ (ଟିଏଫ୍ଏଲ୍)ର ଅଗ୍ରଗତି ସମୀକ୍ଷା କଲେ କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ
– “ବାର୍ଷିକ ୨୫ଲକ୍ଷ ମେଟ୍ରିକ ଟନ୍ରୁ ଅଧିକ ସ୍ୱଦେଶୀ ୟୁରିଆ ଉତ୍ପାଦନ ହେବ; ସମ ପରମାଣର ୟୁରିଆ ଆମଦାନୀ ହ୍ରାସ କରିବାରେ ସହାୟକ ହେବ”
– ଏହି ସ୍ୱଦେଶୀ କାରଖାନାଗୁଡିକରୁ ଉତ୍ପାଦିତ ୟୁରିଆ “ଆତ୍ମନିର୍ଭର ଭାରତ” ଏବଂ “ଆତ୍ମନିର୍ଭର କୃଷି” ଲକ୍ଷ୍ୟ ହାସଲ କରିବା ଦିଗରେ ଏକ ପଦକ୍ଷେପ ହେବ – ଡକ୍ଟର ମନସୁଖ ମାଣ୍ଡଭିୟ
– “ୟୁରିଆରେ ଆତ୍ମନିର୍ଭର ହେବ ଭାରତ”
ନୂଆ ଦିଲ୍ଲୀ ୧୬-୮ (ଓଡ଼ିଆ ପୁଅ) କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ହିନ୍ଦୁସ୍ତାନ ଉର୍ବରକ ଏବଂ ରସାୟନ ଲିମିଟେଡ୍ (ଏଚୟୁଆରଏଲ୍) -ସିନ୍ଦ୍ରି ଏବଂ ବାରାଉନି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଖୁବ ଶୀଘ୍ର ଏଚୟୁଆରଏଲ୍-ବାରାଉନି ଏବଂ ସିନ୍ଦ୍ରି କାରଖାନାରୁ ୟୁରିଆ ଉତ୍ପାଦନ ଆରମ୍ଭ କରିବାକୁ ଭାରତ ସରକାର ପ୍ରତିବଦ୍ଧ। ସେ କହିଛନ୍ତି ଯେ ଏହି ଦୁଇଟି କାରଖାନା ବାର୍ଷିକ ୨୫ଲକ୍ଷ ମେଟ୍ରିକ ଟନରୁ ଅଧିକ ୟୁରିଆ ଉତ୍ପାଦନ କରିବ ଯାହା ସମାନ ପରିମାଣ ୟୁରିଆର ଆମଦାନୀ ହ୍ରାସ କରିବାରେ ସହାୟକ ହେବ।

କେନ୍ଦ୍ର ମନ୍ତ୍ରୀ ଆମୋନିଆ/ୟୁରିଆ ଉତ୍ପାଦନ ପାଇଁ ଦେଶର ପ୍ରଥମ କୋଲ ଗ୍ୟାସିଫିକେସନ ଜ୍ଞାନକୌଶଳ ଭିତ୍ତିକ ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ (ଟିଏଫ୍ଏଲ୍) ର ସମୀକ୍ଷା କରିଛନ୍ତି। ଟିଏଫ୍ଏଲର ଉତ୍ପାଦନ କ୍ଷମତା ବାର୍ଷିକ ୧୨.୭ ଲକ୍ଷ ମେଟ୍ରିକ ଟନ୍ ହେବ। ୨୦୨୪ ମସିହାରେ ଟିଏଫ୍ଏଲର କାର୍ଯ୍ୟକାରୀ ହେବା ଆଶା କରାଯାଉଛି।

ଡକ୍ଟର ମନସୁଖ ମାଣ୍ଡଭିୟ ଉଲ୍ଲେଖ କରିଛନ୍ତି ଯେ ଏହି କାରଖାନାଗୁଡିକରୁ ସ୍ୱଦେଶୀ ୟୁରିଆ ଉତ୍ପାଦନ ଆତ୍ମନିର୍ଭର ଭାରତ ଏବଂ ଆତ୍ମନିର୍ଭର କୃଷି ଲକ୍ଷ୍ୟ ହାସଲ କରିବା ଦିଗରେ ଏକ ପଦକ୍ଷେପ ହେବ। ସେ ଦର୍ଶାଇଛନ୍ତି ଯେ ସରକାରଙ୍କ ପ୍ରୟାସ ଦ୍ୱାରା ଭାରତ ୟୁରିଆ ଉତ୍ପାଦନରେ ଆତ୍ମର୍ନିଭରଶୀଳ ହେବ। ଏହାଛଡା ଏହି କାରଖାନାଗୁଡିକ ପ୍ରତ୍ୟକ୍ଷ ଭାବେ ୫୦୦ ଏବଂ ପରୋକ୍ଷ ଭାବେ ୧୫୦୦ ନିଯୁକ୍ତି ସୃଷ୍ଟି କରିବ।

ସରକାର ଗୋରଖପୁର, ସିନ୍ଦ୍ରି ଏବଂ ବାରାଉନି ୟୁନିଟଗୁଡିକର ପୁନରୁଦ୍ଧାର ପାଇଁ ମନୋନୀତ ରାଷ୍ଟ୍ରାୟତ ସଂସ୍ଥା ଗୁଡ଼ିକର ମିଳିତ କମ୍ପାନୀ ଯଥା ନ୍ୟାସନାଲ ଥର୍ମାଲ୍ ପାୱାର୍ କର୍ପୋରେସନ୍ (ଏନଟିପିସି), ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍) ଏବଂ କୋଲ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍) ଏବଂ ଫର୍ଟିଲାଇଜର କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ (ଏଫ୍ସିଆଇଏଲ) / ହିନ୍ଦୁସ୍ତାନ ଫର୍ଟିଲାଇଜର୍ କର୍ପୋରେସନ୍ ଲିମିଟେଡ (ଏଚଏଫ୍ସିଏଲ୍) ମାଧ୍ୟମରେ ପୁନରୁଦ୍ଧାର କରିବେ। ତଦନୁଯାୟୀ ଗୋରଖପୁର, ସିନ୍ଦ୍ରି ଏବଂ ବାରାଉନି ପ୍ରତ୍ୟେକ ଠାରେ ୧୨.୭ ଏଲଏମଟିପିଏ କ୍ଷମତା ବିଶିଷ୍ଟ ଗ୍ୟାସ ଭିତ୍ତିକ ଆମୋନିଆ ୟୁରିଆ କାରଖାନା ପ୍ରତିଷ୍ଠା ପାଇଁ ଏନଟିପିସି, ଆଇଓସିଏଲ ଏବଂ ସିଆଇଏଲ ଦ୍ୱାରା ୨୯.୬୭% ଏବଂ ସିଆଏଲ୍ ଏବଂ ଏଫ୍ସିଆଇଏଲ୍ ଦ୍ୱାରା ୧୧% ଇକ୍ୟୁଟି ସହଯୋଗରେ ହିନ୍ଦୁସ୍ତାନ ଉର୍ବରକ ରସାୟନ ଲିମିଟେଡ ନାମକ ଏକ ମିଳିତ ଉଦ୍ୟୋଗ କମ୍ପାନୀ କାର୍ଯ୍ୟକାରୀ ହେଉଛି।

ମନୋନୀତ ରଷ୍ଟ୍ରାୟତ ସଂସ୍ଥା ଗୁଡ଼ିକର ଏକ ମିଳିତ କମ୍ପାନୀ ଗଠନ କରି ତାଳଚେର ୟୁନିଟର ପୁନରୁଦ୍ଧାର ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେହିସବୁ ରାଷ୍ଟ୍ରାୟତ ସଂସ୍ଥା ମଧ୍ୟରେ ଗ୍ୟାସ ଅଥରିଟୀ ଅଫ୍ ଇଣ୍ଡିଆ ଲିମିଟେଡ (ଗେଲ୍), କୋଲ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍), ରାଷ୍ଟୀୟ କେମିକାଲ୍ସ ଏବଂ ଫର୍ଟିଲାଇଜର୍ସ ଲିମିଟେଡ୍ (ଆରସିଏଫ୍) ଏବଂ ଏଫ୍ସିଆଇଏଲ୍ ରହିଛି। ତଦନୁଯାୟୀ, ତାଳଚେର ଫର୍ଟିଲାଇଜର୍ ଲିମିଟେଡ୍ (ଟିଏଫ୍ଲ) ନାମକ ଏକ ମିଳିତ କମ୍ପାନୀ ଗଠନ ହୋଇଛି ଯେଉଁଥିରେ ଗେଲ, ଆରସିଏଫ୍ ଓ ସିଆଏଲ୍ର ୩୧.୮୫% ଇକ୍ୱିଟି ଅଂଶଗ୍ରହଣ ଥିବାବେଳେ ଏଫ୍ସିଆଏଲ୍ ୪.୪୫% ଇକ୍ୱିଟି ବଜାୟ ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.