Home ଓଡ଼ିଶା ଡାବୁଗାଁ ବ୍ଲକ ଡଙ୍ଗରିଗୁଡା ପଞ୍ଚାୟତର ଯୁବକ ଜିଲ୍ଲାପାଳଙ୍କ ଦ୍ଵାରା ‘ସାହସିକତା ସମ୍ମାନ’ ରେ ସମ୍ମାନୀତ

ଡାବୁଗାଁ ବ୍ଲକ ଡଙ୍ଗରିଗୁଡା ପଞ୍ଚାୟତର ଯୁବକ ଜିଲ୍ଲାପାଳଙ୍କ ଦ୍ଵାରା ‘ସାହସିକତା ସମ୍ମାନ’ ରେ ସମ୍ମାନୀତ

38

ନବରଙ୍ଗପୁର ୧୭-୮ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ୭୬ ତମ ସ୍ଵାଧିନତା ଦିବସ ପାଳନ ଅବସରରେ ଡାବୁଗାଁ ବ୍ଲକ ଡଙ୍ଗରିଗୁଡା ପଞ୍ଚାୟତର ଯୁବକ ସୁବାସ ଚନ୍ଦ୍ର କୁମ୍ଭାର ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଠାରୁ ‘ସାହସିକତା ସମ୍ମାନ’ ପ୍ରମାଣ ପତ୍ର ପାଇ ଡାବୁଗାଁ ବ୍ଲକକୁ ତଥା ନିଜ ପଞ୍ଚାୟତକୁ ଗର୍ବିତ କରିଛନ୍ତି। ଉକ୍ତ ପ୍ରମାଣ ପତ୍ରରେ ଜିଲ୍ଲାପାଳ, ସୂଚନା ଲୋକ ସମ୍ପର୍କ ଅଧିକରୀ ହଳଧର ନିହାଲଙ୍କ ଦସ୍ତଖତ ରହି ଥିବା ଦେଖାଯାଇଛି। ଉକ୍ତ ଯୁବକ ଡଙ୍ଗରିଗୁଡା ଗ୍ରାମର ୧୬ ବର୍ଷର ନା ବାଳିକା ଅନିତା ଗଉଡ ଘରୋଇ କଳିକୁ କେନ୍ଦ୍ର କରି ଏକ ବିରାଟ ଆମ୍ବ ଗଛରେ ଚଢି ଆତ୍ମହତ୍ୟା ଉଦ୍ୟମ କରୁଥିବା ଦେଖି ନାବାଳିକାର ଜୀବନ ବଞ୍ଚାଇବା ପାଇଁ ନିଜର ଉପସ୍ଥିତ ବୁଦ୍ଧି ଓ ସାହସିକତାର ପରିଚୟ ଦେଖାଇ ଉଚ୍ଚ ଆମ୍ବ ଗଛରେ ଚଢି ନାବାଳିକାକୁ ଫାସି ଅବସ୍ଥାରେ ବହୁ ସମୟ ଟେକି ଧରି ଜୀବନ ବଞ୍ଚାଇଥିଲେ। ଡାବୁଗାଁ ଅଗ୍ନିଶମ ବିଭାଗ କର୍ମଚାରୀ ସେହି ବିରାଟ ଆମ୍ବ ଗଛ ପାଖରେ ପହଞ୍ଚି ଦୁଇ ଜଣଙ୍କୁ ସୁରକ୍ଷିତ ଅବସ୍ଥାରେ ତଳକୁ ଓଲ୍ହାଇ, ନାବାଳିକାକୁ ଡାବୁଗାଁ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇ ସ୍ଵାସ୍ଥ୍ୟ ପରୀକ୍ଷା କରାଇ ବଞ୍ଚାଇ ଥିଲେ। ଏହି ଯୁବକ ଠିକ୍ ସମୟରେ ଗଛ ଉପରେ ଚଢି ନାବାଳିକାକୁ ଟେକି ଧରି ନ ଥିଲେ ଅକାଳ ମୃତ୍ୟୁର ଶିକାର ହୋଇ ଥାଆନ୍ତେ। ଏଣୁ ଏପରି ସାହାସିକତା ଯୁବକ ହେବା ପାଇଁ ଯୁବପିଢ଼ୀଙ୍କ ମନରେ ଉଦାହରଣ ପାଲଟିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.