Home Coronavirus Outbreak ଦେଶରେ ଓମିକ୍ରନ୍ ମାମଲା ୯୬୧ କୁ ବୃଦ୍ଧି – ଏପର୍ଯ୍ୟନ୍ତ ୩୨୦ ଜଣ ଲୋକ ସୁସ୍ଥ...

ଦେଶରେ ଓମିକ୍ରନ୍ ମାମଲା ୯୬୧ କୁ ବୃଦ୍ଧି – ଏପର୍ଯ୍ୟନ୍ତ ୩୨୦ ଜଣ ଲୋକ ସୁସ୍ଥ – ଜାଣନ୍ତୁ କେଉଁ ରାଜ୍ୟରୁ କେତେ ?

68

ନୂଆ ଦିଲ୍ଲୀ ୩୦-୧୨ (ଓଡ଼ିଆ ପୁଅ) ଦେଶରେ ଓମିକ୍ରନ୍ ମାମଲା ୯୬୧ କୁ ବୃଦ୍ଧି ପାଇଛି। କିନ୍ତୁ ଭଲ ଖବର ଏହାଯେ, ଏପର୍ଯ୍ୟନ୍ତ ୩୨୦ ଜଣ ଲୋକ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଣାଳୟ ଏହି ସୂଚନା ଦେଇଛି। ତେବେ ଦିଲ୍ଲୀରେ ସର୍ବାଧିକ ୨୬୩ ଥିବା ବେଳେ ମହାରାଷ୍ଟ୍ରରେ ୨୫୨ ଏବଂ ଓଡ଼ିଶାରେ ୯ ଓମିକ୍ରନ କେସ୍ ରେକର୍ଡ଼ ହୋଇଛି।
– ଜାଣନ୍ତୁ କେଉଁ ରାଜ୍ୟରୁ କେତେ ?

ଅପର ପକ୍ଷରେ ଦେଶରେ ଆଜି ପ୍ରବଳ ମାତ୍ରାରେ ବଢ଼ିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ୧୩,୧୫୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୮୨,୪୦୨ କୁ ବୃଦ୍ଧି ପାଇଛି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୪% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୪୨,୫୮,୭୭୮ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୭,୪୮୬ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୩୮% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୮,୨୨,୦୪୦ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୫୪୦୦ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୬୮ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୮୦,୮୬୦ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୨୪%

ଆରୋଗ୍ୟ ହୋଇଛନ୍ତି ୯୮.୩୮%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.