Home ଜିଲ୍ଲା ପରିକ୍ରମା ଦେବୀ ପଞ୍ଚାୟତର ଏମବିକେ ଚୟନରେ ଚଞ୍ଚକତା ସାନି ପରୀକ୍ଷା ଦାବିରେ ମା’ ଆଞ୍ଚଳିକ ମଞ୍ଚର ଧାରଣା

ଦେବୀ ପଞ୍ଚାୟତର ଏମବିକେ ଚୟନରେ ଚଞ୍ଚକତା ସାନି ପରୀକ୍ଷା ଦାବିରେ ମା’ ଆଞ୍ଚଳିକ ମଞ୍ଚର ଧାରଣା

62

ବାଲେଶ୍ୱର, ୨୨ା୯(ଓଡ଼ିଆ ପୁଅ/ଅଭୟ ଦାସ) : ଗ୍ରାମ ପଞ୍ଚାୟତ ସ୍ତରୀୟ ସ୍ୱୟଂ ସହାୟିକା ଗୋଷ୍ଠୀ ମହାସଂଘ (ଜିପିଏଲଏଫ୍‌)ର ମାଷ୍ଟର ବୁକ୍ କିପର (ଏମବିକେ) ଚୟନ ପ୍ରକ୍ରିୟାରେ ହୋଇଥିବା ଚଞ୍ଚକତା ବିରୋଧରେ ରେମୁଣା ବ୍ଳକ ଅନ୍ତର୍ଗତ ଦୁର୍ଗର୍ାଦେବୀ ପଞ୍ଚାୟତର ମା ଆଞ୍ଚଳିକ ମଞ୍ଚ କର୍ମକର୍ତ୍ତା ଓ ସଦସ୍ୟାମାନେ ଆଜି ଆନ୍ଦୋଳନମୁଖୀ ହୋଇଥିବା ଦେଖିବାକୁ ମିଳିଥିଲା। ଆଞ୍ଚଳିକ ମଞ୍ଚର ବହୁ ସଦସ୍ୟ ଓ ଏମବିକେ ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା ପ୍ରାର୍ଥୀମାନେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଚଞ୍ଚକତାପୂର୍ଣ୍ଣ ଏମବିକେ ନିଯୁକ୍ତିକୁ ତୀବ୍ର ବିରୋଧ କରିଥିଲେ। ପୂର୍ବ ଘୋଷଣା ଅନୁସାରେ ଦେବୀ ପଞ୍ଚାୟତର ଜିପିଏଲଏଫ ଏମବିକେ ପଦବୀ ପାଇଁ ଗତ ୨୦୧୯ ମସିହା ଡିସେମ୍ବର ୧୦ ତାରିଖରେ ଆବେଦନକାରରୀ ପ୍ରାର୍ଥୀଙ୍କୁ ନେଇ ପରୀକ୍ଷା ଅନୁଷଷ୍ଠିତ ହୋଇଥିଲା। ପୂର୍ବ ନିର୍ଦ୍ଧାରିତ ସକାଳ ୧୦ଟା ପରିବର୍ତ୍ତେ ଅପରାହ୍ନ ୧୧ଟା ୩୦ ବେଳେ ପରୀକ୍ଷା ହୋଇଥିଲା। ୨୦ରୁ ଊର୍ଦ୍ଧ୍ୱ ଆବେଦନକାରୀ ଲିଖିତ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ପରୀକ୍ଷା ଶେଷ ହେବାକୁ ୩ ମିନିଟ୍ ବାକି ଥିବା ବେଳେ ପରୀକ୍ଷକ ‘ ପଞ୍ଚାୟତ ଉନ୍ନତିରେ ଏମବିକେର ଭୂମିକା ଶୀର୍ଷକ ଏକ ପ୍ରଶ୍ନର ଉତ୍ତର ଖେିବାକୁ ପ୍ରାର୍ଥିନୀମାନଙ୍କୁ କହିଥିଲେ। ସମୟ ଅଭାବରୁ ଅନ୍ୟାନ୍ୟ ପ୍ରାର୍ଥିନୀମାନେ ଏହି ପ୍ରଶ୍ନର ଉତ୍ତର ଲେଖିବାକୁ ଅସମର୍ଥ ହୋଇଥିବା ବେଳେ ପରୀକ୍ଷା ପରିଚାଳନା କମିଟିର ପୂର୍ବ ନିଷ୍ପତି ଅନୁସାରେ ନିର୍ଦ୍ଦିଷ୍ଟ ପ୍ରାର୍ଥିନୀ ବିଜେଡି କର୍ମୀ ସତ୍ୟରଂଜନ ବେହେରାଙ୍କ ପତ୍ନୀ ଜ୍ୟୋତ୍ସ୍ନାରାଣୀ ବେହେରାଙ୍କୁ ସହଯୋଗ କରାଯାଇଥିଲା ଓ ପ୍ରଶ୍ନ ପ୍ରଦାନ ପୂର୍ବରୁ ସେ ଉତ୍ତର ଲେଖିସାରିଥିଲେ ବୋଲି ଅନ୍ୟାନ୍ୟ ପ୍ରାର୍ଥିନୀମାନେ ଅଭିଯୋଗ ଆଣିଥିଲେ। ଏମିତିକି ପରୀକ୍ଷାରେ କେଉଁ ପ୍ରଶ୍ନ ପଡ଼ିବ ଜ୍ୟୋତ୍ସ୍ନାରାଣୀଙ୍କୁ ୨ଦିନ ପୂର୍ବରୁ ଜଣାଇ ଦିଆଯାଇଥିଲା ବୋଲି ସେମାନେ ଆରୋପ ଉଠାଇଥିଲେ। ଅଧିକ ମାର୍କ ରଖିବା ପାଇଁ ଦେବୀ ଗ୍ରାମ ପଞ୍ଚାୟତର ସରପଞ୍ଚ କବିତା ଦେ, ସମିତି ସଭ୍ୟବୈକୁଣ୍ଠ ସାହୁ, ଓଏଲଏମ ସଂଯୋଜକ ସୁବ୍ରତ ପଣ୍ଡା, ପରୀକ୍ଷକ ରତ୍ନାକାନ୍ତି ଘଡ଼େଇ ପ୍ରମୁଖ ଜ୍ୟୋତ୍ସ୍ନାରାଣୀଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସହଯୋଗ କରିଥିଲେ। ଏନେଇ ଜିଲ୍ଲାପାଳ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କଠାରେ ଅଭିଯୋଗ ହେବା ପରେ ଏହାର ତଦନ୍ତ ହୋଇଥିଲା। ତଦନ୍ତକାରୀ ଅଫିସରଙ୍କ ରିପୋର୍ଟ ଅନୁସାରେ ଆବେଦନକାରୀଙ୍କୁ ନେଇ ଆଉଥରେ ସାନି ପରୀକ୍ଷା କରାଇବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଥିବା ବେଳେ ଏହାକୁ ଅବମାନନା କରି ଜ୍ୟୋତ୍ସ୍ନାରାଣୀଙ୍କୁ ଏମବିକେ ପଦବୀରେ ନିଯୁକ୍ତି ଦେବା ପାଇଁ ଉଦ୍ୟମ ହୋଇଥିବା ଅଭିଯୋଗାରରୀମାନେ କହିଛନ୍ତି। ଫଳରେ ଏହାକୁ ବିରୋଧ କରି ସେମାନେ ଧାରଣା ଦେବା ଯୋଗୁଁ ଜ୍ୟୋତ୍ସ୍ନାରାଣୀଙ୍କୁ ନିଯୁକ୍ତି କରାଯାଇ ନଥିବା ସେମାନେ କହିଛନ୍ତି। ତେବେ ଏହି ଏମବିକେ ପଦବୀ ପାଇଁ ପୁଣି ଥରେ ପରୀକ୍ଷା ନହେଲେ ଆଗାମୀ ଦିନରେ ସେମାନେ ତୀବ୍ର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ମା ଆଞ୍ଚଳିକ ମଞ୍ଚ କର୍ମକର୍ତ୍ତା ଓ ସଦସ୍ୟାମାନେ ଚେତାବନୀ ଦେଇଛନ୍ତି। ତେବେ ଚୟନ ପ୍ରକ୍ରିୟାରେ ହୋଇଥିବା ଚଞ୍ଚକତା ଅଭିଯୋଗ ସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କୁ ପଚାରିବାରୁ ସେ ଏହାକୁ ଭିତ୍ତିହୀନ ବୋଲି କହିଛନ୍ତି। ଚୟନ ପ୍ରକ୍ରିୟାକୁ ବିଭାଗୀୟ ଅଧିକାରୀମାନେ ପରିଚାଳନା କରୁଥିବା ବେଳେ ଏଥିରେ ପଞ୍ଚାୟତ ପ୍ରତିନିଧିଙ୍କର କୌଣସି ଭୂମିକା ନାହିଁ ବୋଲି ସେ ଫଇରେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.