Home ଓଡ଼ିଶା ଦେବୀ ଦୁର୍ଗାଙ୍କ ଅବତାର କହି ଲୋକଙ୍କ ଅର୍ଥ ହଡପ ଅଭିଯୋଗ

ଦେବୀ ଦୁର୍ଗାଙ୍କ ଅବତାର କହି ଲୋକଙ୍କ ଅର୍ଥ ହଡପ ଅଭିଯୋଗ

750

କୋରାପୁଟ ୨୯-୦୫ (ଓଡିଆ ପୁଅ/ରଂଜନ କୁମାର ଦାସ) ତାଙ୍କ ଶରୀରରେ ମାଁ ଦୁର୍ଗା ପ୍ରବେଶ କରନ୍ତି ଓ ଦେବୀଙ୍କ କୃପାରୁ ଲୋକଙ୍କ ଅସାଧ୍ୟ କାର୍ଯ୍ୟକୁ ସଫଳ କରାଇ ପାରିବା ଶକ୍ତି ସେ ପାଇଛନ୍ତି କହି ସୁନାବେଡା ଥାନା ଭେଜାପୁଟ ଅଂଜଳର ଜଣେ ମହିଳା ଶହଶହ ଲୋକଙ୍କ ଠାରୁ ଲକ୍ଷଲକ୍ଷ ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ଦାମନଯୋଡି ନିକଟ ସୁନାବେଡା ଥାନା ଭେଜାପୁଟ ଗ୍ରାମରେ। ସୂଚନା ଅନୁଯାୟୀ ଭେଜାପୁଟ ଗ୍ରାମର ଭାରତୀ ମିଶ୍ର ଓରଫ ମାମ ମିଶ୍ର ନାମ୍ନୀ ମହିଳା ନିଜକୁ ଦେବୀ ଦୁର୍ଗାଙ୍କ ଶକ୍ତି ଧାରଣୀ କହି ସ୍ଥାନୀୟ ଲୋକଙ୍କୁ ବଶୀଭୂତ କରି ରଖିଛନ୍ତି। ଦେବୀ ଦୁର୍ଗାଙ୍କ ଶକ୍ତି ବଳରେ ସେ ନିସନ୍ତାନ ଦମ୍ପତିଙ୍କୁ ସନ୍ତାନ ଦେବା, ବେକାରୀଙ୍କୁ ଚାକିରୀ, ଅସୁସ୍ଥ ଲୋକଙ୍କୁ ବିନା ଚିକିତ୍ସାରେ ତନ୍ତ୍ରମନ୍ତ୍ର ପାଠରେ ସୁସ୍ଥ କରିବା ଭଳି ଗୁଡାଏ ମିଥ୍ୟା ପ୍ରଲୋଭନ ଦେଖାଇ ସ୍ଥାନୀୟ ଲୋକଙ୍କ ଠାରୁ ଲକ୍ଷଲକ୍ଷ ଟଙ୍କା ହଡପ କରି ନେଇଥିଲେ। ତେବେ ଲୋକେ ଅନେକ ଦିନ ଅପେକ୍ଷା କରିବା ପରେ ମଧ୍ୟ ସେମାନଙ୍କ ସମସ୍ୟାର ସମାଧାନ ନହେବାରୁ ଗ୍ରାମବାସୀ ସ୍ୱୟଂ ଘୋଷିତ ଦେବୀଙ୍କ ପାଖକୁ ଯାଇ ଟଙ୍କା ଫେରସ୍ତ ମାଗିବାରୁ ମହିଳା ଜଣକ ସେମାନଙ୍କୁ ଧମକ ଦେବା ଆରମ୍ଭ କରିଥିଲେ। ଶେଷରେ ସମସ୍ତ ଗ୍ରାମବାସୀ ପୁଲିସ ନିକଟରେ ଘଟଣା ସମ୍ପର୍କରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.