Home ଓଡ଼ିଶା ଦେବଦୂତ ସାଜିଲେ ଘରୋଇ ଆମ୍ବୁଲାନ୍ସ ଡ୍ରାଇଭର ସଡ଼କ ଦୁର୍ଘଟଣାରେ ରାସ୍ତାରେ ଛଟପଟ ହେଉଥିବା ବ୍ୟକ୍ତିଙ୍କୁ ନେଇ...

ଦେବଦୂତ ସାଜିଲେ ଘରୋଇ ଆମ୍ବୁଲାନ୍ସ ଡ୍ରାଇଭର ସଡ଼କ ଦୁର୍ଘଟଣାରେ ରାସ୍ତାରେ ଛଟପଟ ହେଉଥିବା ବ୍ୟକ୍ତିଙ୍କୁ ନେଇ ମେଡିକାଲରେ ଭର୍ତ୍ତି କଲେ

103

ପାଟଣା ୨୩-୧୧ (ଓଡ଼ିଆ ପୁଅ/ସନ୍ତୋଷ ପତି) : କେନ୍ଦୁଝର ଜିଲ୍ଲା ୪୯ ନମ୍ବର ରାଜପଥର ଡାବୁରଚୁଆ ଘାଟିରେ ଶୁକ୍ରବାର ସନ୍ଧ୍ୟାରେ ଟେମ୍ପୋ ଧକାରେ ବାଇକ ଆରୋହି ପାଲା କଳାକାର ବାଉଁଶୁଳି ଗ୍ରାମର ଶିବୁ ମହାନ୍ତଙ୍କ ପୁଅ ନିତ୍ୟାନନ୍ଦ ମହାନ୍ତ(୨୯)ଗୁରୁତର ହୋଇଛନ୍ତି ତାଙ୍କ ମୁଣ୍ଡ ରେ ଗଭୀର ଆଘାତ ଲାଗିଥିବା ବେଳେ ଡାହାଣ ଗୋଡ଼ ଭାଙ୍ଗିଥିବା ଜଣା ପଡ଼ିଛି।ସେ ଧାନବେଣୀ ଗ୍ରାମକୁ ପାଲା କରିବା କୁ ଯାଉଥିବା ବେଳେ ବିପିରିତ ଦିଗରୁ ଆସୁଥିବା ଏକ ଟେମ୍ପ ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା।ଗୁରୁତର ଅବସ୍ଥାରେ ଛଟପଟ ହେଉଥିବା ବେଳେ ପାଖରେ ଥିବା ଲୋକେ ଦେଖଣା ହାରି ସାଜି ଫଟୋ ଉଠାଇବାରେ ବ୍ୟସ୍ତ ଥିଲେ ଏହି ସମୟରେ ସେହି ରାସ୍ତାରେ ଏକ ଘରୋଇ ଆମ୍ବୁଲାନ୍ସ ଯାଉଥିବାରୁ ଉକ୍ତ ଆମ୍ବୁଲାନ୍ସର ଡ୍ରାଇଭର ତାଙ୍କୁ ନେଇ ଜିଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଅଵସ୍ଥା ସଙ୍କଟାପନ୍ନ ଥିବାରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯିବ ବୋଲି ମେଡିକାଲ ତରଫରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.