Home ଜିଲ୍ଲା ପରିକ୍ରମା ଦେବଗଡ : ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ...

ଦେବଗଡ : ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଆର୍ଥିକ ସହାୟତା।

601

ଦେବଗଡ, ୨୫.୦୪ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) ସରକାରଙ୍କ ନିଷ୍ପତିକ୍ରମେ ଲକ୍ଡାଉନ ବେଳେ ଦେବଗଡ ଜିଲ୍ଲାରେ ଅପ୍ରେଲ ମାସ ୨୩ତାରିଖ ସୁଦ୍ଧା ୭୫, ୩୦୬ପରିବାରଙ୍କୁ ଅଗ୍ରୀମ ୩ ମାସର ପି.ଡି.ଏସ. ସାମଗ୍ରୀ ବଣ୍ଟନ କରାଯାଇଛି। ବାରକୋଟ ବ୍ଲକରେ ୨୭, ୦୦୯, ରିଆମାଳରେ ୨୬, ୧୮୦, ତିଲେଇବଣିରେ ୧୮, ୭୦୧ଏବଂ ପୌରାଂଚଳରେ ୩, ୪୧୬ ପରିବାରଙ୍କୁ ପି.ଡି.ଏସ. ସାମଗ୍ରୀ ବଣ୍ଟନ କରାଯାଇଛି। ସେହିଭଳି ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ୭୫, ୦୮୭ଜଣ କାର୍ଡଧାରୀଙ୍କୁ ଟ.୧୦୦୦/-ଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ବାରକୋଟ ବ୍ଲକରେ ୨୭, ୦୬୦, ରିଆମାଳରେ ୨୬, ୧୮୦, ତିଲେଇବଣିରେ ୧୮, ୪୭୧ ଏବଂ ଦେବଗଡ ପୌରାଂଚଳରେ ୩, ୩୭୬ଜଣ କାର୍ଡଧାରୀଙ୍କୁ ଏହି ଆର୍ଥିକ ସହାୟତାପ୍ରଦାନ କରାଯାଇଥିବା ଯୋଗାଣ ବିଭାଗ ସୂତ୍ରରୁ ଜଣା୍ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.