Home ଓଡ଼ିଶା ଆଦିବାସୀ ବିକାଶ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫୦ହଜାର ଟଙ୍କାର ଚେକ୍ ପ୍ରଦାନ

ଆଦିବାସୀ ବିକାଶ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫୦ହଜାର ଟଙ୍କାର ଚେକ୍ ପ୍ରଦାନ

267

ବଡ଼ବିଲ ,ତା ୨୫ ଅପ୍ରେଲ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ)
ବୈଷୟିକ ମହାମାରୀ କରୋନାର ଭୟାବହତା ସାରା ବିଶ୍ବକୁ ସ୍ତବ୍ଧ କରିଥିବା ବେଳେ ଏନେଇ ଭାରତ ମଧ୍ୟ ଏହା ବିରୁଦ୍ଧରେ ସୁରକ୍ଷା ଲଢେ଼ଇ ଜାରି ରଖିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ଦ୍ବାରା ସ୍ବତନ୍ତ୍ର ପାଣ୍ଠି ଖୋଲାଯାଇଥିବା ସହ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମଧ୍ୟ ଲୋକଙ୍କ ସହାୟତା ନିମନ୍ତେ ଖର୍ଚ୍ଚ କରାଯାଉଛି ।ଯେଉଁଥିରେ ବହୁ ବଦାନ୍ୟ ବ୍ୟକ୍ତି ବିଶେଷ ତଥା ଅନୁଷ୍ଠାନ ସହଯୋଗର ହାତ ବଢାଉଛନ୍ତି । ସେହିପରି ଆଦିବାସୀ ବିକାଶ ସମିତିର ଜେନେରାଲ ବଡି କମିଟି ତରଫରୁ ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ସଭାପତି ଦମୟନ୍ତି ସାମଲ, ଉପସଭାପତି ସୁନିଆ ମୁଣ୍ଡା, ପୂର୍ବତନ ସରପଞ୍ଚ ଭଗବାନ ଚାତମ୍ବା, ମହେଶ୍ବର ସିଧୁ, ଖଟୁଆ ସାମଲ, ଜୟସିଙ୍ଗ ସିଧୁ, ମରୁଆ ନାୟକ, ଗଣେଶ ପାତ୍ର ମଧ୍ୟ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କାର ଏକ ଚେକ୍ ତହସିଲଦାର କ୍ଷୀରୋଦ କୁମାର ବେହେରା ମାଧ୍ୟମରେ ପ୍ରଦାନ କରିଛନ୍ତି । ଏହି ଚେକ୍ ପ୍ରଦାନ ସମୟରେ ଆଦିବାସୀ ବିକାଶ ସମିତି ଜେନେରାଲ ବଡି କମିଟି ତରଫରୁ ସମସ୍ତେ ଉପସ୍ଥିତ ଥିଲେ । ବିଶ୍ଵର ମହାମାରୀ କରୋନା ପ୍ରଭାବରେ ସମଗ୍ର ଭାରତର ଅର୍ଥନୀତି ଭୁଶୁଡି ପଡିଛି । ହେଲେ ବି ଆମ ଦେଶ ଓ ରାଜ୍ୟ ଅର୍ଥନୀତିକୁ ଖାତିରି ନକରି ଏହି ମହାମାରୀ କରୋନା ବିରୋଧରେ ଲଢେ଼ଇ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.