Home କୋରାପୁଟ ଦେଓଘାଟି ସ୍କୁଲରେ ଛାତ୍ର ମେଧା ସମ୍ମାନ ପ୍ରଦାନ

ଦେଓଘାଟି ସ୍କୁଲରେ ଛାତ୍ର ମେଧା ସମ୍ମାନ ପ୍ରଦାନ

45

କୋରାପୁଟ ୧୫-୦୮(ଓଡିଆ ପୁଅ /ରଂଜନ ଦାସ) ପବିତ୍ର ୭୫ ତମ ସ୍ୱାଧୀନତା ଦିବସ ଅବସରରେ ମାଲକାନଗିରି ଜିଲ୍ଲାର ମାଟିଲଗ୍ନା ସାହିତ୍ୟ ସଂସଦ ତରଫରୁ ଦେଓଘାଟି ସରକାରୀ ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟରେ ଛାତ୍ର ମେଧା ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଟିତ ହୋଇଯାଇଛି ।ଭାରପ୍ରାପ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ରବିନ୍ଦ୍ର ନାଥ ପାଳ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେପ୍ରଧାନଶିକ୍ଷକ ହରିକୃଷ୍ଣ ମାଝି ସମ୍ମାନ୍ନିତ ଅତିଥିଭାବେ ଯୋଗ ଦେଇଥିଲେ ।ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ,ଦ୍ୱିତୀୟ ଓ ତୃତୀୟ କ୍ରମରେ ପ୍ରମୋଦ ଗୁଣ୍ଠା,ବାବୁଲା ବାଜିଙ୍ଗୀ ଓ ଲକ୍ଷ୍ମଣ ଜାନି ,ବକୃତାରେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ କ୍ରମରେ ଦାମ ଗୋଲରୀ,ସନ୍ତୋଷ ମାଝି ଓ ବାବୁଲା ବାଜିଙ୍ଗୀ ,ଗୀତରେ ରାମ କିରସାନି,ଅଶୋକ ହନ୍ତାଲ ଓ ଚନ୍ଦନ ଖିଲ ସେହିପରି ପ୍ରବନ୍ଧରେ ଶ୍ରେଷ୍ଠ ମେଧା ସମ୍ମାନ ଛାତ୍ରୀ ଭାବେ ନମ୍ରତା ମାଝି ହୋଇ ଛାତ୍ରଛାତ୍ରୀ ମେଧା ସମ୍ମାନ ପାଇ ବିଦ୍ୟାଳୟର ଗୈାରବ ପ୍ରତିପାଦନ କରିଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ  ବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ ମାଟିଲଗ୍ନାର ସଭାପତି କିଶୋର ଚନ୍ଦ୍ର ପ୍ରଧାନ, ସଂଯୋଜକ ନୁରାବତୀ ସାହୁ,ପରିଚାଳକ ନରସିଂହ ପ୍ରସାଦ ନାୟକ,ଜିଲ୍ଲା ସଂଯୋଜକ ତ୍ରିନାଥ ପଟନାୟକ ଓ ଉର୍ଦ୍ଧବ ବଡନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.