Home କୋରାପୁଟ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୭୫ ତମ ସ୍ୱାଧୀନତା ଦିବସ ପାଳିତ

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୭୫ ତମ ସ୍ୱାଧୀନତା ଦିବସ ପାଳିତ

30

କୋରାପୁଟ ୧୫-୦୮(ଓଡିଆ ପୁଅ /ରଂଜନ ଦାସ)ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସୁନାବେଡା କ୍ୟମ୍ପସରେ ୭୫ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ଶରତ କୁମାର ପଳିତା ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିଥିଲେ ।ବିଜ୍ଞାନ,ଏବଂ ପ୍ରଯୁକ୍ତି ବିଦ୍ୟା,ଆଣବିକ ଶକ୍ତି ଓ ମହାକାଶ ପ୍ରଯୁକ୍ତି ବିଦ୍ୟା, କୃଷି ଓ ଜାତୀୟ ଶିକ୍ଷାନୀତି ୨୦୨୦ ସମେତ ଉଚ୍ଚଶିକ୍ଷା କ୍ଷେତ୍ରରେ ରାଷ୍ଟ୍ରର କେତେକ ଗୁରୁତ୍ୱପୂର୍ଣ୍ଣ ସଫଳତା ଉପରେ ସେ ଆଲୋକପାତ କରିଥିଲେ ।ଏହି ଅବସରରେ ପ୍ରଫେସର ପଳିତା ବିଶ୍ୱବିଦ୍ୟାଳୟର ରକ୍ଷାଣବେକ୍ଷଣ ଓ ଇଞିନିୟରିଂ ବିଭାଗ ଦ୍ୱାରା  ଆୟୋଜିତ ବୃକ୍ଷରୋପଣ ଅଭିଯାନକୁ ଉଦଘାଟନ କରିଥିଲେ ।ବିଶ୍ୱବିଦ୍ୟାଳୟ ପରିସରରେ ଭିନ୍ନ ଭିନ୍ନ ୩୦ ଟି ଚାରା ରୋପଣ  କରାଯାଇଥିଲା ।ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ଅସିତ କୁମାର ଦାସ,ପରିଦର୍ଶକ ପ୍ରଫେସର ପ୍ର.ଦୁର୍ଗା ପ୍ରସାଦ,ଲୋକ ସଂପର୍କ ଅଧିକାରୀ ଡ.ଫଗୁନାଥ ଭୋଇ,ଅଫିସର ଇନ ଚାର୍ଜ ସୁଧାକର ପଟନାୟକ , ସମାଜ ବିଜ୍ଞାନ ବିଭାଗର ଭାରପ୍ରାପ୍ତ ମୁଖ୍ୟ ଡ. କଫିଳ ଖେମୁଣ୍ଡୁ, ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଭାରପ୍ରାପ୍ତ ମୁଖ୍ୟ ଡ.ପ୍ରଦୋଷ କୁମାର ରଥ,ଓଡିଆ ବିଭାଗର ଭାରପ୍ରାପ୍ତ ମୁଖ୍ୟଡ/ ଆଲୋକ ବରାଳ,ନିୟୋଜିତ ସୁରକ୍ଷାକର୍ମିଙ୍କ ସମେତ  ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.