Home ଅନୁଗୁଳ ଦୃଷ୍ଟିବାଧିତ ବ୍ୟକ୍ତିଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କଲେ ଯୁବ ସମାଜସେବୀ ବିଭୁତି ସାହୁ

ଦୃଷ୍ଟିବାଧିତ ବ୍ୟକ୍ତିଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କଲେ ଯୁବ ସମାଜସେବୀ ବିଭୁତି ସାହୁ

151

ତାଳଚେର,୧୨/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ବର୍ତମାନର ମହାମାରୀ କରୋନା ସଂକ୍ରମଣର ସଙ୍କଟମୟ ପରିସ୍ଥିତିରେ ଗରିବ, ଅସହାୟ,ପ୍ରବାସୀ ଶ୍ରମିକଙ୍କୁ ସହାୟତାର ହାତ ବଢ଼ାଇ ଆସୁଥିବା ସମାଜସେବୀ ବିଭୁତି ସାହୁ ଖାଦ୍ୟାଭାବରେ ଥିବା ଦୃଷ୍ଟି ବାଧିତ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି । ସୂଚନା ମୁତାବକ, ଅନୁଗୋଳ ଜିଲ୍ଲା ସୁସୁଡ଼ା ଗ୍ରାମ ପଂଚାୟତ ଅନ୍ତର୍ଗତ ଗୋପୀନାଥପୁର ନିକଟରେ ଦୃଷ୍ଟି ବାଧିତ ବ୍ୟକ୍ତିମାନଙ୍କ ନିମନ୍ତେ ଏକ ଟ୍ରଷ୍ଟ କେଦାରଗୈାରୀ ଭୋକେସନାଲ ଟ୍ରେନିଂ ସେଂଟର ତଥା ଦୃଷ୍ଟିହୀନ ଆଶ୍ରମ ଫାଉଣ୍ଡର ପ୍ରଶାନ୍ତ ବେହେରାଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଛି । ସଭାପତି ଅରୁଣ ରାଉତ ଏବଂ ସମ୍ପାଦକ ରାନୁ ପ୍ରିୟା ନାୟକଙ୍କ ପ୍ରଚେଷ୍ଟାରେ  ଟ୍ରଷ୍ଟ ଗଠନ କରାଯାଇଥିଲେ ମଧ୍ୟ ଉକ୍ତ ଟ୍ରଷ୍ଟକୁ ସରକାରୀ ସହାୟତା ମିଳି ପାରିନାହିଁ । ଏଠାରେ ଆଶ୍ରୟ ନେଇଥିବା ଗରିବ,ଅସହାୟ ଦୃଷ୍ଟିବାଧିତ ବ୍ୟକ୍ତିମାନେ ବର୍ତମାନର ପରିସ୍ଥିତିରେ ଦୁର୍ବିସହ ଜୀବନ ଅତିବାହିତ କରୁଛନ୍ତି । କରୋନା ଯୋଗୁଁ ସମାଜର ପ୍ରତ୍ୟେକ ବର୍ଗ ଆଜି ପ୍ରଭାବିତ ହୋଇଥିବା ବେଳେ ଏହି ଦୃଷ୍ଟିବାଧିତ ଲୋକମାନେ ସମସ୍ତଙ୍କର ଦୃଷ୍ଟି ଆଢ଼ୁଆଳରେ ରହି ଯାଇଛନ୍ତି । ତେବେ କୈାଣସି ସୂତ୍ରରୁ ଖବର ପାଇ ଯୁବ ସମାଜସେବୀ ବିଭୁତି ସାହି,ବାପି ମହାନ୍ତି ପ୍ରମୁଖ ସେଠାରେ ପହଂଚି ସହାୟତା ପ୍ରଦାନ କରିଛନ୍ତି । ଶ୍ରୀ ସାହୁ ନିଜସ୍ୱ ଉଦ୍ୟମରେ ଅନ୍ତେବାସୀମାନଙ୍କୁ ଚାଉଳ,ପନିପରିବା,ଡାଲି,ଚୁଡ଼ା ଆଦି ପ୍ରଦାନ କରିବାସହ ଆଗାମୀ ଦିନରେ ମଧ୍ୟ ଆବଶ୍ୟକସ୍ଥଳେ ଯଥାସମ୍ଭବ ସାହାଯ୍ୟ କରାଯିବ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.