Home ଓଡ଼ିଶା କେନ୍ଦୁଝରରେ ଆଉ ଦୁଇ କରୋନା ପଜେଟିଭ

କେନ୍ଦୁଝରରେ ଆଉ ଦୁଇ କରୋନା ପଜେଟିଭ

274

ହାଟଡ଼ିହି-୧୨/୫, କେନ୍ଦୁଝର ଜିଲ୍ଲାରେ ଆଉ ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ପଜେଟିଙ୍କ ସଂଖ୍ୟା ୪ରେ ପହଞ୍ଚିଛି । ପୁର୍ବରୁ ଆନନ୍ଦପୁର ବ୍ଲକ ପଞ୍ଚୁପଲ୍ଲୀରେ ଗୋଟିଏ ହୋଇଥିବାବେଳେ ଆଉ ଗୋଟିଏ ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତର ହୀରାପୁର ଗ୍ରାମରେ ବାହାରିଥିଲା । ଆଜିର ଦୁଇ ଆକ୍ରାନ୍ତଙ୍କ ଘର ହାଟଡିହି ବ୍ଲକର ବୋଲି ଜଣାପଡିଛି । ଉଭୟ ସୁରଟ ଫେରନ୍ତା । ଜଣେ ଢ଼େଙ୍କା ପଞ୍ଚାୟତ ଛୁଆଳିଆ ଗ୍ରାମର ହୋଇଥିବାବେଳେ ଅନ୍ୟଜଣଙ୍କ ଘର ଧନୁର୍ଜୟପୁର ପଞ୍ଚାୟତ ଫୁଲଝର ଗ୍ରାମର ବୋଲି ଜଣାପଡିଛି । ସେମାନେ ସୁରଟରେ କାମ କରୁଥିବାବେଳେ ଗତ ୪ତାରିଖ ଦିନ ଢ଼େଙ୍କା ଅଞ୍ଚଳର ୬ଜଣ ଓ ଧନୁର୍ଜୟପୁର ପଞ୍ଚାୟତର ଜଣେ ଏପରି ମୋଟ ୭ଜଣ ଯୁବକ ସୁରଟରୁ ଫେରିଥିଲେ । ସମସ୍ତେ ଏକ ବସରେ ସୋର ପର୍ଯ୍ୟନ୍ତ ଆସିଥିବାବେଳେ ସୋରରୁ ଚାଲିଚାଲି ଘରକୁ ଫେରିଥିଲେ । ଫେରିବାଠାରୁ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ଢ଼େଙ୍କା ପଞ୍ଚାୟତର ଛୁଆଳିଆ ଗ୍ରାମର ୪୦ବର୍ଷୀୟ ଏହି ବ୍ୟକ୍ତି ଜଣକ ଢ଼େଙ୍କା ହାଇସ୍କୁଲରେ ଥିବା କ୍ୱାରେଣ୍ଟାଇନରେ ରହିଥିବାବେଳେ ଫୁଲଝର ଗ୍ରାମର ୨୩ବର୍ଷୀୟ ଯୁବକ ଜଣକ କୁଶଟିକିରି କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲା । ଏମାନଙ୍କ ଠାରୁ ଗତ ତିନିଦିନ ତଳେ ସ୍ୱାବ ସଂଗ୍ରହ କରାଯାଇଥିଲା । ସେମାନଙ୍କ ଦେହରେ କରୋନା ପଜେଟିଭ ଥିବା ଜଣାପଡିବାପରେ ପ୍ରଶାସନିକ ଅଧିକାରୀ ଓ ପୁଲିସ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଢ଼େଙ୍କା ଓ କୁଶଟିକିରି ର ବିଭିନ୍ନ ରାସ୍ତାକୁ ପୁଲିସ ପକ୍ଷରୁ ସିଲ କରାଯାଇଛି । ଆଜି ସନ୍ଧ୍ୟାରେ କେନ୍ଦୁଝର ଜିଲ୍ଲାପାଳ ଏ ସମ୍ପର୍କରେଏକ ପ୍ରେସମିଟ କରି ଏହି ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.