Home ଜିଲ୍ଲା ପରିକ୍ରମା ଦୃଢ ଗଣତନ୍ତ୍ରରେ ମତଦାତାଙ୍କ ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ :  ଜିଲ୍ଲାପାଳ

ଦୃଢ ଗଣତନ୍ତ୍ରରେ ମତଦାତାଙ୍କ ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ :  ଜିଲ୍ଲାପାଳ

203

ଯାଜପୁର୨୫ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଗଣତନ୍ତ୍ରରେ  ଗଣ ବା ଜନତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।  ସେ ଯୋଗୁ ଦୃଢ ଓ ପ୍ରଗତିଶୀଳ ଗଣତନ୍ତ୍ର ପାଇଁ ସମସ୍ତ ଭୋଟରଙ୍କ ମତଦାନ ଅତ୍ୟନ୍ତ ଜରୁରୀ ।  ତେଣୁ ନିଜ ସାମ୍ୱିଧାନିକ ଅଧିକାରକୁ ସାବ୍ୟସ୍ତ କରିବା ସହ ଗଣତନ୍ତ୍ରକୁ ସୁଦୃଢ କରି ସମସ୍ତେ ମତଦାନ କରିବାକୁ  ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ରଂଜନ କୁମାର ଦାସ ଆହ୍ୱାନ ଦେଇଚ୍ଥନ୍ତି । ଆଜି ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଜିଲ୍ଲା ନିର୍ବାଚନ କାର‌୍ୟ୍ୟାଳୟ ପକ୍ଷରୁ ଦଶମ ଜାତୀୟ ମତଦାତା ଦିବସ ପାଳିତ ହୋଇଥିଲା ।  ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ଦାସ ମତଦାତା ପ୍ରଲୋଭନ ବା ଚାପର ବଶବର୍ତ୍ତୀ ହେଲେ ଗଣତନ୍ତ୍ର ବିପନ୍ନ ହୁଏ ବୋଲି କହିଥିଲେ ।  ଏକ ସୁସ୍ଥ ପ୍ରଗତିଶୀଳ ରାଷ୍ଟ୍ର ପାଇଁ ନାଗରିକ ଉତ୍ତରଦାୟୀ ହେବା ଆବଶ୍ୟକ ।  ନିଜ ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ ହେଲେ ନାଗରିକ ତାହାର ଦେଶ ପ୍ରୀତିର ଦାହରଣ ସୃଷ୍ଟି କରିପାରିବ ବୋଲି ଶ୍ରୀ ଦାସ କହିଥିଲେ ।  ନୂଆ ଭୋଟର ମାନେ ସେମାନଙ୍କର ଭୋଟ ପରିଚୟ ପତ୍ର ଗୁଡିକୁ ଯତ୍ନର ସହ ରଖିବା ଓ ସଠିକ ଅଚ୍ଥି ନା ନାହିଁ  ଦେଖି ଯଦି ତୃଟି ରହୁଚ୍ଥି ତେବେ ତୁରନ୍ତ ତାହାର ସଂଶୋଧନ କରାଇ ନେବାକୁ ଶ୍ରୀ ଦାସ ପରାମର୍ଶ ଦେବା ସହ ଯୁବ ଭୋଟର ମାନେ ନିଶ୍ଚିତ ନିର୍ବାଚନ ମାନଙ୍କରେ ମତଦାନ ପାଇଁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଥିଲେ ।  ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ଭାବେ ଭୋଟର ତାହାର ଅଧିକାର ଓ ଦାୟିତ୍ୱ ପ୍ରତି ସଚେତନ ହେବାକୁ ଆହ୍ୱାନ ଦେଇଥିଲେ ।  ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ନିର୍ବାଚନ କମିଶନ ଗଠନର ୭୦ ବର୍ଷ ଓ ଜାତୀୟ ଭୋଟର ଦିବସ ପାଳନର ୧୦ ବର୍ଷ ପୂର୍ତ୍ତି ଚଳିତ ବର୍ଷକୁ ପାଳନ କରୁଚ୍ଥି । ଗଣତନ୍ତ୍ର ପ୍ରତି ଭୋଟର ମାନେ ସମର୍ପିତ ମନୋଭାବ ନେଇ ପ୍ରତ୍ୟେକ ନିର୍ବାଚନରେ ନିଶ୍ଚିତ ମତଦାନ ପାଇଁ ସେ ଆହ୍ୱାନ ଦେଇଥିଲେ ।   ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ମତଦାନ ପାଇଁ ପ୍ରତ୍ୟେକ ଭୋଟର ଆଗଭର ହେବା ଓ ନିଜ ଅଧିକାରକୁ ସାବ୍ୟସ୍ତ କରିବାର ସୁଯୋଗକୁ ସଦ୍‌ବ୍ୟବହାର କରିବାକୁ ଅନୁରୋଧ କରିଥିଲେ ।  ଜିଲ୍ଲାରେ ବର୍ତ୍ତମାନ ପ୍ରତି ହଜାରେ ପୁରୁଷରେ ୯୪୬ ମହିଳା ରହିଚ୍ଥନ୍ତି । ଜିଲ୍ଲାରେ ବିଭିନ୍ନ ସମୟରେ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର‌୍ୟ୍ୟ ମଧ୍ୟ ଚାଲିଚ୍ଥି ବୋଲି ସେ କହିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର‌୍ୟ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ତିଳୋତ୍ତମା ପୃଷ୍ଟି ଯୋଗ ଦେଇଥିଲେ ।  ଶେଷରେ ଡେପୁଟୀ କଲେକ୍ଟର କାଜଲ ପ୍ରଧାନ ଧନ୍ୟବାଦ ଅର୍ପଣ   କରିଥିଲେ ।  ଗଣତନ୍ତ୍ର ପାଇଁ ଭେଟରଙ୍କ ଦାୟିତ୍ୱ ସଂପର୍କରେ ଏକ ବୃତ୍ତ ଚିତ୍ର ପ୍ରଦର୍ଶନ କରାଯାଇଥିଲା । ପରେ ଭୋଟର ତାଲିକାରେ ଉଲ୍ଲେଖନୀୟ କାର‌୍ୟ୍ୟ ପାଇଁ ସୁପରଭାଇଜର  ବି.ଏଲ୍‌.ଓ. ମାନଙ୍କୁ ସମ୍ୱର୍ଦ୍ଧିତ କରିବା ସହ ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ନୂଆ ଭୋଟର ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା ।  ନୂଆ ଭୋଟର ମାନଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା ।  ଏହି ଅବସରରେ ଜିଲ୍ଲାପାଳ ସମସ୍ତଙ୍କୁ ମତଦାତା ଦିବସର ଶପଥପାଠ କରାଇଥିଲେ ।     ନିର୍ବାଚନ ବିଭାଗର ବରିଷ୍ଠ କିରାଣୀ  ସୁକାନ୍ତ ଜେନା, କର୍ମଚାରୀ ପଦ୍ମନାଭ ଦାଶ, ଅଜୟ କୁମାର ମହାପାତ୍ର, ସୁବାସ କୁମାର ପଣ୍ଡା, ହରିଶ ହାଇବ୍ରୁ ପ୍ରମୁଖ କାର‌୍ୟ୍ୟରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.