Home ଓଡ଼ିଶା ଦୁର୍ବୁତ୍ତଙ୍କ ଗୁଳିମାଡ଼ରେ ଠିକାଦାର ଆହତ

ଦୁର୍ବୁତ୍ତଙ୍କ ଗୁଳିମାଡ଼ରେ ଠିକାଦାର ଆହତ

80

ଗୋପ,୦୬/୧୧,(ଓଡ଼ିଆ ପୁଅ ପି ନାୟକ):ନିମାପଡ଼ା ଗୋପରେ ଜଣେ ଠିକାଦାରଙ୍କୁ କିଛି ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି । ଫଳରେ ଗୁଳିମାଡ଼ରେ ଠିକାଦାର ଆହତ ହୋଇଛନ୍ତି । ଉକ୍ତ ଠିକାଦାରଙ୍କୁ ଭୁବନେଶ୍ଵର ସ୍ଥାନାନ୍ତରିତ କରାଯାଇଛି । ତେବେ ସୂଚନା ଅନୁସାରେ, ଗତକାଲି ଠିକାଦାର ଉମା ସାହୁ ନିଜ ଘର ଆଗରେ ଛିଡା ହୋଇଥିବାବେଳେ ୨ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଗୁଳିମାଡ କରି ଫେରାର ହେବାକୁ ଚେଷ୍ଟା କରିଥିଲେ । ମାତ୍ର ଗ୍ରାମବାସୀଙ୍କ କବଳରୁ ସେମାନେ ରକ୍ଷା ପାଇନଥିଲେ । ଗ୍ରାାମବାସୀ ସେମାନଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରି ପୋଲିସ କୁ ଖବର ଦେଇଥିଲେ । ଏବେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.