Home ଓଡ଼ିଶା କେନ୍ଦ୍ରାପଡ଼ା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା

କେନ୍ଦ୍ରାପଡ଼ା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା

94

କେନ୍ଦ୍ରାପଡ଼ା,୦୬/୧୧,(ଓଡ଼ିଆ ପୁଅ ପି ନାୟକ):କେନ୍ଦ୍ରାପଡା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍‌ ଘୋଷଣା। ମନ୍ଦିର ଉନ୍ନତିକରଣ ଓ ବଳଦେବଜୀଉଙ୍କ ବଡଦାଣ୍ଡର ଉନ୍ନତି ପାଇଁ ୮କୋଟି ୫୦ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଲୋକସେବା ଭବନ ସମ୍ମିଳନୀ କକ୍ଷରୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂ ଯୋଗେ କେନ୍ଦ୍ରାପଡା ସାଂସଦ, ବିଧାୟକ, ଜିଲ୍ଲାପାଳ, ମନ୍ଦିର ଟ୍ରଷ୍ଟ ଏବଂ ସେବାୟତଙ୍କ ସହ ଏ ନେଇ ଆଲୋଚନା କରିଥିଲେ । ତେବେ ଏହି ଆଲୋଚନାରେ କେନ୍ଦ୍ରାପଡା ବଳଦେବଜୀଉ ମନ୍ଦିର ଓ ଏହାର ପରିସରକୁ ଆଲୋକମାଳାରେ ସୁସଜ୍ଜିତ କରାଯିବା ସହ ବଡଦାଣ୍ଡର ଉନ୍ନତିକରଣ କରାଯାଇ ଏହାର ଦୁଇ ପାର୍ଶ୍ୱକୁ ମଧ୍ୟ ଆଲୋକମାଳାରେ ସଜାଜିବ ବୋଲି ନିଷ୍ପତ୍ତି ନିଆଯାଇଛି । ସେହିପରି କେନ୍ଦ୍ରାପଡାରେ ଏକ ଆଧ୍ୟାତ୍ମିକ ଉଦ୍ୟାନ ନିର୍ମାଣ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.