Home ଜିଲ୍ଲା ପରିକ୍ରମା ଦୁର୍ନୀତି ନିବାରଣ ସଚେତନତା ପାଇଁ ମିଶନଶକ୍ତି ମହିଳା ମାନଙ୍କର ଶୋଭଯାତ୍ରା

ଦୁର୍ନୀତି ନିବାରଣ ସଚେତନତା ପାଇଁ ମିଶନଶକ୍ତି ମହିଳା ମାନଙ୍କର ଶୋଭଯାତ୍ରା

21

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅକ୍ଟୋବର ୩୦ ତାରିଖରୁ ଆରମ୍ଭ ହୋଇଥିବା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ମିଶନ ଶକ୍ତି ଆନୁକୂଲ୍ୟରେ ଏସ୍‌.ଏଚ୍‌.ଜି, ବ୍ଲକ୍ ଓ ଜିଲ୍ଲା ମହାସଂଘ ତଥା ମିଶନ ଶକ୍ତିର ଅନ୍ୟ ପଦପଦବୀରେ ଥିବା ମହିଳାମାନଙ୍କ ଦ୍ୱାରା ଏକ ସାମୂହିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପୂର୍ବ ପ୍ରସ୍ତୁତି ଅନୁଯାୟୀ ପୁରୁଣା ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଥିବା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ଏହି ଶୋଭାଯାତ୍ରା ବାହରିଥିଲା । ନଭେମ୍ବର ୧ ତାରିଖ ବୁଧବାର ଅପରାହ୍ଣରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପଲତା ପାତ୍ର, ଡି.ଏସ୍‌.ପି. ଭିଜିଲାନସ୍ , ଭଦ୍ରକ ବଙ୍କିମ୍ ବାୱାଲି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ମହିଳା ସୁରକ୍ଷା ଅଧିକାରୀ ଚନ୍ଦ୍ରା ସାହୁ, ଡି.ପି.ସି. ମିଶନ ଶକ୍ତି ଅଭିକ୍ ନାରାୟିଣ୍ ପ୍ରମୁଖ ଯୋଗଦେଇଥିଲେ । ପ୍ରାୟ ୨୦୦ ପାଖାପାଖି ମିଶନ ଶକ୍ତି ମହିଳା ଏହି ଶୋଭାଯାତ୍ରାରେ ସାମିଲ ଥିଲେ । ଦୁର୍ନୀତି ନିବାରଣ ସଚେତନତା ବିଭିନ୍ନ ବାର୍ତ୍ତା ସମ୍ବଳିତ ପ୍ଲାକାର୍ଡ଼ ପ୍ରଦର୍ଶନ ପୂର୍ବକ ବିଭିନ୍ନ ସ୍ଲୋଗାନ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.