Home ଓଡ଼ିଶା ଦୁର୍ଘଟଣାରେ ସାନଭାଇର ମୃତ୍ୟୁ ହେଲା, ଗୁରୁତର ଅବସ୍ଥାରେ ବଡ଼ ଭାଇ ହସ୍ପିଟାଲରେ, ଚିକତ୍ସାରେ ଅର୍ଥ ସାଜିଛି...

ଦୁର୍ଘଟଣାରେ ସାନଭାଇର ମୃତ୍ୟୁ ହେଲା, ଗୁରୁତର ଅବସ୍ଥାରେ ବଡ଼ ଭାଇ ହସ୍ପିଟାଲରେ, ଚିକତ୍ସାରେ ଅର୍ଥ ସାଜିଛି ବାଧକ

45

ମାଲକାନଗିରି, ୧୩/୩ (ଓଡ଼ିଆ ପୁଅ) ବିପଦ ଏମିତି ଆସେ କେହି ଜାଣି ପାରନ୍ତି ନାହିଁ। କମ୍ପାନୀ କାମରେ ଯାଇଥିବା ଦୁଇଭାଇଙ୍କର ସଡ଼କ ଦୁର୍ଘଟଣା ଗୁରୁତର ଭାବେ ଆହତ ହେଲେ, ହସ୍ପିଟାଲରେ ଚିକିତ୍ସିତ ସମୟରେ ସାନଭାଇର ମୃତ୍ୟୁ ହୋଇଗଲା। ବଡ଼ଭାଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ପଡି ରହିଛନ୍ତି ତାଙ୍କର ଚିକତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଏପରି ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକସ୍ଥ କୁର୍ତ୍ତି ପଞ୍ଚାୟତ ଏମ ପି ଭି ୬୮ ଗ୍ରାମର କିଶୋର କୁମାର ଦାସ (୩୨ଙ୍କ ଜୀବନରେ।

କିଶୋର ଦାସ କୋରାପୁଟ ଜିଲ୍ଲା ପାଡୁଆ ଅଞ୍ଚଳରେ ଚାଲିଥିବା ଜିଓ ମୋବାଇଲ ଟାୱାର ନିର୍ମାଣ ସଂସ୍ଥା ଲାଇନଇଟ ପାୱାର ପ୍ରାଇଭେଟ ଲିମିଟେଡ଼ କମ୍ପାନୀରେ ଜଣେ କର୍ମଚାରୀ ଭାବେ କାମ କରୁଥିଲେ, ତାଙ୍କ ନିକଟରେ ସାନଭାଇ ପ୍ରବୀର ଦାସ ରହୁଥିଲେ, ଦୁଇ ଭାଇ ବେଶ ଖୁସିରେ ଥିଲେ, ଚଳିତ ମାସ ୧ ତାରିଖ ରାତ୍ରରେ କମ୍ପାନୀ ପକ୍ଷରୁ ହଟାତ ଫୋନ ଆସିଲା ପାଡୁଆ ଅଞ୍ଚଳରେ ମୋବାଇଲ ଟାୱାର ଖରାପ ହୋଇଯାଇଛି, ମରାମତୀ କରିବାକୁ ଅଛି ବୋଲି ଜାଣିବା ପରେ ଦୁଇ ଭାଇ ବାଇକ ଯୋଗେ ସେଠାକୁ ଯାଇ କାମ ସାରି ରାତ୍ରରେ ନିଜ ବସାକୁ ଫେରୁଥିଲେ, ବସା ଠାରୁ ତିନି କିଲୋମିଟର ଦୂର ପାଡୁଆ ଦରାସୁବଲର ରାସ୍ତାରେ ଯାଉଥିବା ବେଳେ ସାମ୍ନା ପଟରୁ ଏକ କର ଦୃତଗତିରେ ଆସି ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଦୁଇଭାଇ ଦୁରକୁ ଛିଟିକି ପଡି ଗୁରୁତର ଭାବେ ଆହତ ହୋଇ ଥିଲେ। ନିକଟସ୍ଥ ଗ୍ରାମବାସୀମାନେ ସେମାନଙ୍କୁ କୋରାପୁଟ ହସ୍ପିଟାଲକୁ ଚିକତ୍ସା ନିମନ୍ତେ ପଠାଇ ଦେଇଥିଲେ। ହସ୍ପିଟାଲରେ ସାନ ଭାଇ ପ୍ରବୀରର ମୃତ୍ୟୁ ଘଟିଥିଲା, ୨ ତାରିଖ ଦିନ ବଡ଼ ଭାଇ କିଶୋର କୁମାର ଦାସଙ୍କୁ ବିଶାଖାପାଟଣା ହସ୍ପିଟାଲକୁ ଡାକ୍ତରମାନେ ସ୍ଥାନାନ୍ତର କରିଥିଲେ। ସେହିଦିନ ଠାରୁ ବିହଶାଖା ପାଟଣାର ଏକ ଘରୋଇ ହସ୍ପିଟାଲ ବେଡ଼ରେ କିଶୋର ମୁକ ହୋଇ ପଡି ରହିଛନ୍ତି। ଘରକୁ ବୃଦ୍ଧ ପିତା ପରମିଲ ଦାସ ଓ ବୃଦ୍ଧ ମା କମଳା ଦାସ, ଗରିବ ପରିବାର ଘରେ ଯାହା ଟଙ୍କା ପଇସା ସୁନା ଗହଣା ଥିଲା ସବୁବିକ୍ରି କରି ସାରିଲେଣି, କମ୍ପାନୀ ଖାଲି ଡାକ୍ତରଖାନାରେ ଭର୍ତି କରିଦେଇ ଅଳ୍ପ କିଛି ଟଙ୍କା ଖର୍ଚ୍ଚ କରି ଖସିଗଲେ। ସେ ଏବେ ଧରା ଛୁଆଁ ଦେଉ ନାହିଁ। ଇତି ମଧ୍ୟରେ କିଶୋରଙ୍କ ଚିକିତ୍ସା ପାଇଁ ପ୍ରାୟ ୩ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇଗଲାଣି, ତାଙ୍କର ମେରୁଦଣ୍ଡ, ଗୋଡ଼, ହାତ ଉପରେ ଗୁରୁତ୍ୱ ଆଘାତ ଲାଗିଛି, ଅପରେଶନ କରିବାକୁ ପଡିବ ଆହୁରି ୪ଲକ୍ଷ ଟଙ୍କା ଆବଶ୍ୟକ ରହିଥିବାର ଡାକ୍ତର କହିଛନ୍ତି, ଘରକୁ କିଶୋର ଏକ ମାତ୍ର ରୋଜଗରିଆ ଥିଲେ, ସେ ଯାହା ରୋଜଗାର କରୁଥିଲେ ବୃଦ୍ଧ ବାପା ମା, ସ୍ତ୍ରୀ, ୨ବର୍ଷର ଝିଅ, ସାନଭଉଣୀ ଓ ସାନ ଭାଇଙ୍କ ପେଟକୁ ଆହାର ଯୋଗାଉଥିଲେ, ଦୁର୍ଘଟଣାରେ ସାନ ଭାଇର ମୃତ୍ୟୁ ହୋଇଗଲା, କିଶୋର ହସ୍ପିଟାଲ ବେଡ଼ରେ ମୁକ ହୋଇ ପଡି ରହିଛନ୍ତି। ଏତେ ଟଙ୍କା କେଉଁଠାରୁ ଆଣିବେ ବୃଦ୍ଧ ପିତା, ବନ୍ଧୁ ବାନ୍ଧବ, ସାଙ୍ଗ ସାଥି, ଗ୍ରାମବାସୀଙ୍କ ସାହାଯ୍ୟରେ ତାଙ୍କ ଚିକତ୍ସା ପାଇଁ ତିନି ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଗଲାଣି। ଏବେ ଅପରେଶନ ପାଇଁ ୪ଲକ୍ଷ ଟଙ୍କାର ଅଵଶ୍ୟକତା ପଡ଼ୁଥିବାରୁ କିଶୋରଙ୍କ ବୃଦ୍ଧା ମା କମଳା ଦାସ ଓ ପତ୍ନୀ ରଶ୍ମିତା ଏବଂ ଗ୍ରାମର କିଛି ମୁଖିଆ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି କିଶୋରଙ୍କ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳଙ୍କୁ ଗୁହାରୀ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.