Home କେନ୍ଦୁଝର ଦୁର୍ଘଟଣାରେ ଆହତ ନୃଷିହଂକୁ ସହାୟତାର ହାତ ବଢ଼ାଇଲା ସପୋଟିଭ ହ୍ୟାଣ୍ଡ

ଦୁର୍ଘଟଣାରେ ଆହତ ନୃଷିହଂକୁ ସହାୟତାର ହାତ ବଢ଼ାଇଲା ସପୋଟିଭ ହ୍ୟାଣ୍ଡ

84

ହାଟଡ଼ିହି, ୧୬ । ୧୨ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତ ବଡରମ୍ପାସ ଗାଁର ନୃଷିହଂ ଖୁଣ୍ଟିଆ ଏକ ଦୁର୍ଘଟଣାରେ ଆହତ ହୋଇ ଅସହାୟ ଜୀବନ ବିତାଉଥିବା ବେଳେ ତାଙ୍କର ଏବେ ଔଷଧପତ୍ର ଓ ଖାଇବା ପିଇବା ପାଇଁ ସହାୟତା ଯୋଗାଇ ଦେବା ଜରୁରୀ ହୋଇ ପଡିଛି । ଖବରରୁ ଜଣାଯାଇଛି ଯେ ନୃଷିହଂ ଖୁଣ୍ଟିଆ(୫୫) ଜଣେ ଭିନ୍ନକ୍ଷମ ବ୍ୟକ୍ତି ହୋଇଥିବାବେଳେ ସେ ଅତି ଗରିବ ଶ୍ରେଣୀର । ତାଙ୍କର ଗୋଟିଏ ଗୋଡ ଅଚଳ ହୋଇପଡିଥିବାରୁ ସେ ଛୋଟା ଗୋଡରେ ଗାଁ ଗାଁ ବୁଲି ଭିକ୍ଷାବୃତ୍ତି କରି ଯାହା ପାଆନ୍ତି ସେଥିରେ ପେଟ ପୋଷିଥାନ୍ତି । କିନ୍ତୁ ଗତ କିଛିଦିନ ପୁର୍ବେ ସେ ଭିକ୍ଷାବୃତ୍ତି କରିବାକୁ ହାଟଡିହି ଗାଁକୁ ଯାଉଥିବା ସମୟରେ ରାସ୍ତାରେ ଝୁଣ୍ଟିପଡି ଏକ ପୋଲ ତଳକୁ ଖସିପଡିଥିଲେ । ଫଳରେ ତାଙ୍କର ଦୁଇଟିଯାକ ଗୋଡ ଭାଙ୍ଗି ଯାଇଥିଲା । ଖବରପାଇ ତାଙ୍କର ଜଣେ ସମ୍ପର୍କୀୟ ଡାକ୍ତରଖାନାକୁ ଯାଇ ଚିକିତ୍ସା କରାଇ ତାଙ୍କ ଘରକୁ ନେଇ ଆସିଥିଲେ । ସେ ଏବେ ଭଣଜା ଘରେ ଆଶ୍ରୟ ନେଇଛନ୍ତି । ଖାଇବା ପିଇବା ଦୁରର କଥା ଔଷଧ କିଣିବାପାଇଁ ତାଙ୍କ ପାଖରେ ମଧ୍ୟ ପଇସା ନାହିଁ । ଏପରି ଦୁର୍ବିସହ ଜୀବନ ବିତାଉଥିବା ଖବରପାଇ ଆଜି ସପୋଟିଭ ହ୍ୟାଣ୍ଡର ସମ୍ପାଦକ ବିଶ୍ୱଜିତ ଦାସ  ନୃଷିହଂଙ୍କ ନିକଟରେ ପହଞ୍ଚି ତାଙ୍କୁ ଔଷଧପତ୍ର ଦେବାସହ ଗୋଟିଏ ମାସର ରେସନ ସାମଗ୍ରୀ ପ୍ରଦାନ କରିଛନ୍ତି । ସେ ଭଲ ହେବା ପର୍ଯ୍ୟନ୍ତ ସମସ୍ତ ଔଷଧ ଖର୍ଚ୍ଚ ବହନ କରିବେ ବୋଲି ବିଶ୍ୱଜିତ ପ୍ରତିଶୃତି ମଧ୍ୟ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.