Home କେନ୍ଦୁଝର କମନ ସର୍ଭିସ ସେଣ୍ଟର ଉଦଘାଟିତ

କମନ ସର୍ଭିସ ସେଣ୍ଟର ଉଦଘାଟିତ

64

ହାଟଡ଼ିହି, ୧୬ । ୧୨ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଚୋରଗଡିଆ ଛକରେ କମନ ସର୍ଭିସ ସେଣ୍ଟର ଉଦଘାଟିତ ହୋଇଯାଇଛି । ରାମଚନ୍ଦ୍ର ଡଙ୍କ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶାସଙ୍ଗ ପଞ୍ଚାୟତର ସରପଞ୍ଚ ତଥା ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ଶାଳଣିଆଁ ପଞ୍ଚାୟତର ପୁର୍ବତନ ସମିତିସଭ୍ୟ ବିରେନ୍ଦ୍ର କୁମାର ବିଶ୍ୱାଳ, ଯୁବ ବିଜେଡି ସମ୍ପାଦକ ଦିପ୍ତୀ ରଞ୍ଜନ ଦାସ ପ୍ରମୁଖ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି କମନ ସର୍ଭିସ ସେଣ୍ଟର ଦ୍ୱାରା ଆଖପାଖ ଅଞ୍ଚଳର ଲୋକମାନେ ଆଧାରକାର୍ଡ, ପାନକାର୍ଡ, ପାସପୋର୍ଟ, ସ୍ମାର୍ଟକାର୍ଡ ଆଦି ସହଜରେ ପାଇବା ସହିତ ବିଭିନ୍ନ ସରକାରୀ ଯୋଜନା ହାସଲ କରିବାପାଇଁ ସହଜରେ ଆବେଦନ କରିପାରିବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.