Home କେନ୍ଦୁଝର ଦୁର୍ଘଟଣାରେ ଆହତ ନିତ୍ୟାନନ୍ଦଙ୍କ ଅବସ୍ଥା ଗୁରୁତର, ସାହାଯ୍ୟର ହାତ ବଢ଼ାଇଲା ଜୟଦୁର୍ଗା ଫାଉଣ୍ଡେସନ

ଦୁର୍ଘଟଣାରେ ଆହତ ନିତ୍ୟାନନ୍ଦଙ୍କ ଅବସ୍ଥା ଗୁରୁତର, ସାହାଯ୍ୟର ହାତ ବଢ଼ାଇଲା ଜୟଦୁର୍ଗା ଫାଉଣ୍ଡେସନ

54

ହାଟଡିହି-୨୩/୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଗତକାଲି ସନ୍ଧ୍ୟାରେ ଆନନ୍ଦପୁର-ଭଦ୍ରକ ରାଜ୍ୟ ରାଜପଥର ବଞ୍ଚୋଛକ ନିକଟରେ ଏକ ସଡକ ଦୁର୍ଘଟଣାର ଶୀକାର ହୋଇ ଗୁରୁତର ଥିବା ବଞ୍ଚୋ ଗ୍ରାମର ପଦ୍ମଲୋଚନ ରାଉତଙ୍କ ପୁଅ ନିତ୍ୟାନନ୍ଦଙ୍କ ଅବସ୍ଥା ଏବେ ଶଙ୍କଟାପର୍ଣ୍ଣ ଅଛି । ତାଙ୍କୁ ଗତକାଲି ଅଶ୍ୱନୀ ହସପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କର ଅସ୍ତେ୍‌ାପ୍ରଚାର ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ଅଛି । ପଦ୍ମଲୋଚନ ଜଣେ ଅତ୍ୟନ୍ତ ଗରିବ ପରିବାରର ହୋଇଥିବାରୁ ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ କରିବାରେ ବିଫଳ ହୋଇଛନ୍ତି । ଏପରି ଅବସ୍ଥାରେ ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା, ଟ୍ରଷ୍ଟର ସଭାପତି ଉମାକାନ୍ତ ରାଉତ ପ୍ରମୁଖ ବଞ୍ଚୋ ଗ୍ରାମରେ ପହଞ୍ଚି ଆଜି ତାଙ୍କ ପରିବାରକୁ ଆôର୍ଥକ ସହାୟତା ପ୍ରଦାନ କରିଥିବାବେଳେ ବଞ୍ଚୋ ଗ୍ରାମର ଯୁବଗୋଷ୍ଠୀ ପକ୍ଷରୁ ମଧ୍ୟ ନିଜ ନିଜ ଭିତରେ ମାଗଣ କରି ଆôର୍ଥକ ସହାୟତା ପ୍ରଦାନ କରିବାସହ ଅନ୍ୟ ଅନୁଷ୍ଠାନ ମାନେ ସାହାଯ୍ୟର ହାତ ବଢ଼ାନ୍ତୁ ବୋଲି ସୁରେଶ୍ୱରୀ ସାଗରୀକା ଜେନା ନିବେଦନ କରିଛନ୍ତି । । ତାଙ୍କର ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ଦୃଷ୍ଟିରୁ କୌଣସି ସରକାରୀ ସଂସ୍ଥା କିମ୍ବା ସ୍ୱେଚ୍ଛାସେବୀ ସଂଗଠନ ତାଙ୍କ ସାହାଯ୍ୟ ପାଇଁ ଆଗେଇ ଆସନ୍ତେ ତେବେ ନିତ୍ୟାନନ୍ଦ ଭଲ ହୋଇ ଘରକୁ ଫେରି ପାରନ୍ତା ବୋଲି ତାଙ୍କ ବାପା ଆକୁଳ ନିବେଦନ କରିଛନ୍ତି । ଯଦି କେହି ସହଯୋଗ କିମ୍ବା ସହାୟତାର ହାତ ବଢ଼ାଇବାକୁ ଚାହୁଛନ୍ତି ତେବେ ମୋବିଲ ନମ୍ବର ୯୫୬୬୦୪୧୨୭୯ରେ ଯୋଗଯୋଗ କରିବା ସହ ଏକାଉଣ୍ଟ ନମ୍ବର ୫୪୨୫୧୦୧୧୦୦୧୧୦୨୬ ଆଇଏଫସି କୋର୍ଡ ବିକେଆଇଡି ୦୦୦୫୪୨୫ରେ ସାହାଯ୍ୟ କରିବାକୁ ସେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.