Home କେନ୍ଦୁଝର ଓରାଳିରେ ଆସପେୟାର ପକ୍ଷରୁ ଲକଡାଉନ ଲଣିଙ୍ଗ କାର୍ଯ୍ୟକ୍ରମ

ଓରାଳିରେ ଆସପେୟାର ପକ୍ଷରୁ ଲକଡାଉନ ଲଣିଙ୍ଗ କାର୍ଯ୍ୟକ୍ରମ

34

ହାଟଡିହି-୨୩ /୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଓରାଳି ପ୍ରାଥମିକ ବିଦ୍ୟାଳୟ ପରିସରରେ ଟାଟାଷ୍ଟିଲ ଆସପେୟାର ପକ୍ଷରୁ ଲକଡାଉନ ଲଣିଙ୍ଗ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟାଟା ଷ୍ଟିଲର ଜିପିସିଏମ ଭାଗିରଥି ନାୟକ, ଦେବପ୍ରକାଶ ରାଉତ, ବିପିନି ବିହାରୀ କୁଅଁର, ଶେଷଦେବ ବାରିକ, ମାମିନା ସାହୁ, ମଧୁସ୍ମିତା ବାରିକ, ଲିପିନା ରାଉତ ପ୍ରମୁଖ ଯୋଗଦେଇ କାର‌୍ୟ୍ୟକ୍ରମର ସଫଳ ରୁପାୟନ କରିଥିଲେ । ଏଥିରେ ଓରାଳି ସରପଞ୍ଚ ମମତାରାଣୀ ଜେନାଙ୍କ ତତ୍ୱାବଧାନରେ ଓରାଳି ଯୁବକ ସଂଘର ସଦସ୍ୟମାନେ ଛାତ୍ରଛାତ୍ରୀ ମାନଙ୍କୁ ମାସ୍କ ବଣ୍ଟନ କରିବା ସହିତ କରୋନା ଠାରୁ ଦୁରେଇ ରହିବାକୁ ସାମାଜିକ ଦୁରତାକୁ ଗୁରୁତ୍ୱ ଦେବାକୁ ସଚେତନ କରାଇଥିଲେ । ଏଥିରେ ଯୁବକସଂଘ ସଦସ୍ୟ ଗୌରାଙ୍ଗ କର, ମାନସ ଜେନା, ଜିତେନ୍ଦ୍ର ଜେନା, ବୁଲୁ ବେହେରା, ଆଲୋକ ନାୟକ, ଦେବବ୍ରତ ରାଉତ, ଜଗା ନାୟକ, ବୁଲୁ ଲେଙ୍କା, ବୁଲୁ ଜେନା, ସୁକନ ଭୋଇ, ଚନ୍ଦନ ରାଉତ, ମୁକ୍ତିକାନ୍ତ ନାୟକ, ରତନ ସାହୁ, ବିଦ୍ୟାଧର ନାୟକ ପ୍ରମୁଖ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.