Home ଓଡ଼ିଶା ଦୁର୍ଗାମଣ୍ଡପରେ ମହିଳାଙ୍କ ସିନ୍ଦୁରଖେଳ ଓ ଦହି ପଖାଳ ଭାତ ଭୋଗ

ଦୁର୍ଗାମଣ୍ଡପରେ ମହିଳାଙ୍କ ସିନ୍ଦୁରଖେଳ ଓ ଦହି ପଖାଳ ଭାତ ଭୋଗ

55

ମାଲକାନଗିରି,୧୬ା୧୦(ଓଡିଆ ପୁଅ ) ମାଲକାନଗିରି ସହର ଦଣ୍ଡକାରଣ୍ୟ ସାବ ର୍ଜନୀନ ପୂଜାମଣ୍ଡପ ରେ ମା ଦୁର୍ଗାଙ୍କ ଦଶହରା ଉତ୍ସବର ମୂଖ୍ୟଆକର୍ଷଣ ଥିଲା ମହିଳା ମାନଙ୍କ ସିନ୍ଦୁର ଖେଳ ସହିତ ମା ଦୁର୍ଗା ଙ୍କ ନିକଟରେ ଦହିପଖାଳ ଭାତ ଓ ସାରୁ (କଚୁ)ସାଗ ଭଜା ଭୋଗ । କୋଭିଡ ନିୟମ ପାଳନ ସହ ଏହି ସିନ୍ଦୁର ଖେଳ ଦେଖିବାକୁ ଶତାଧିକ ମହିଳା ଓ ପୁରଷ ଙ୍କ ସହିତ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଲାଗିଥିଲା । ଶତାଧିକ ସଧବା ଓ ନୁଆବିବାହିତା ବଙ୍ଗିୟ ଭାଷାଭାଷି ମହିଳାମାନେ ହାତରେ ପୂଜା ଥାଳି ଧରି ପୁଜାମଣ୍ଡପ ନିକଟରେ ପହଁଚିଥିଲେ ,ଧୂପ,ଦୀପ,ମିଠା, ଭୋଗ, ସିନ୍ଦୁର,ପାନପତ୍ର ନେଇ ମା ଦୁର୍ଗାଙ୍କୁ ପ୍ରଥମେ ବନ୍ଦାପନା କରି ମା ଙ୍କ ମୁଣ୍ଡରେ ସିନ୍ଦୁର ଲଗାଇ ମିଠା ଓ ପାନ ଖୁଆଇଥିଲେ ,ବନ୍ଦାପନା ପରେ ମା ଙ୍କ ସମ୍ମୁଖରେ ନିଜ ନିଜ ମଧ୍ୟରେ ସିନ୍ଦୁର ବୋଳା ବୋଳି ହୋଇ ସିନ୍ଦୁର ଖେଳ ଖେଳି କୋଳା କୋଳି ହୋଇ ପରସ୍ପରଙ୍କୁ ମିଠା ଖୁଆଇଥିଲେ । ସିନ୍ଦୁର ଖେଳ ସରିବାପରେ କାନ୍ଦି କାନ୍ଦି କୋହଭରା କଠଂରେ ଦଶହରା ବିଷର୍ଜନ ପାଇଁ ମା ଙ୍କୁ ପ୍ରସ୍ତୁତ କରିଥିଲେ । ମାଲକାନଗିରି ଡିଏନକେ ଖେଳପଡିଆ ପୂଜା ମଣ୍ଡପ ରେ ଦୀର୍ଷ ୬୦ ବର୍ଷ ଧରି ଦୁର୍ଗାପୂଜା ପାଳିତ ହୋଇ ଆସୁଛି । ଏଠାରେ ବଙ୍ଗୀୟ ଭାଷା ଭାଷି ଓ ଓଡିଆ ଭାଷା ଭାଷି ଙ୍କ ପଂରମ୍ପରା ଅନୁସାରେ ପୂଜା ହୋଇଥାଏ । ବଙ୍ଗୀୟ ସଂପ୍ରଦାୟ ପରମ୍ପରାରେ ପ୍ରତି ବର୍ଷ ମା ଙ୍କ ଦଶହାରା ଉତ୍ସବ ସମୟରେ ସମସ୍ତ ବଙ୍ଗୀୟ ମହିଳା ମାନେ ଏକତ୍ରୀତ ହୋଇ ମା ଙ୍କୁ ବନ୍ଦାପନା କରି ପୂଜା ଦେଇ ଥାନ୍ତି , ମା ପୂଜା ପାଇସାରିଲାପରେ ମହିଳା ମାନେ ମଣ୍ଡପରେ ନିଜ ନିଜ ଭିତରେ ସିନ୍ଦୁର ବୋଳା ବୋଳି ହୋଇ ମା ଙ୍କ ବନ୍ଦନା ଗାଇ ନୃତ୍ୟ ପରିବେଷଣ କରିଥାନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.