Home ଜିଲ୍ଲା ପରିକ୍ରମା ଦୁର୍ଗମ ବଣ୍ଡାଘାଟିରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର,୧୫ୟୁନିଟ ରକ୍ତସଂଗ୍ରହ

ଦୁର୍ଗମ ବଣ୍ଡାଘାଟିରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର,୧୫ୟୁନିଟ ରକ୍ତସଂଗ୍ରହ

142

ମାଲକାନଗିରି ,୨୩ା୧୧ (ଓଡିଆ ପୁଅ ) ଦୁର୍ଗମ ଅପହଁଚ ବଣ୍ଡାଘାଟି ଇଲାକାରେ ଆଦିମ ବଣ୍ଡା ସଂପ୍ରଦାୟର ଯୁବକ ଓ ଯୁବତୀ ମାନେ ରକ୍ତଦାନ କରିଛନ୍ତି । ଆଜି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକସ୍ଥ ବଣ୍ଡାଘାଟି ମୁଦୁଲିପଡା ହାଇସ୍କୁଲ ଠାରେ ମୁଦୁଲିପଡା ପଚାଂୟତ ବିଜୁଯୁବବାହିନୀ ଆନୁକୁଲ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଟିତ ହୋଇ ଯାଇଛି । ମାଲକାନଗିରି ଜିଲ୍ଲା ରକ୍ତଭଣ୍ଡାର ରେ ୩୦୦ୟୁନିଟ ରକ୍ତଗଛିତ ରହିବା ବଦଳରେ ଗତ କିଛି ଦିନହେଲା ମାତ୍ର ୧୦୦ରୁ ୧୫୦ ୟୁନିଟ ରକ୍ତ ଗଛିତ ରହିବାଘଟଣା ମୁଦୁଲିପଡା ପଚାଂୟତ ବିଜୁ ଯୁବବାହିନୀର କର୍ମକର୍ତା ମାନେ ଜାଣିବା ପରେ ବଣ୍ଡାଘାଟିରେ ଏହି ରକ୍ତଦାନ ଶିବିର ଆୟୋଜନ କରିଥିଲେ । ଏହି ରକ୍ତଦାନ ଶିବିର ରେ ମୁଦୁଲିପଡା ପଚାଂୟତ ର ବିଜୁ ଯୁବବାହିନୀର କର୍ମକର୍ତା ଓ  ଅନେକ  ବଣ୍ଡାଆଦିବାସୀ ସଂପ୍ରଦାୟର ଯୁବକ, ଯୁବତୀ  ମାନେ ସ୍ୱଇଛାରେ ରକ୍ତଦାନ କରିବା ପାଇଁ ଆଗେଇ ଆସିଥିଲେ । କିଛି ଯୁବକ ଯୁବତୀଙ୍କ ଉପଯୁକ୍ତ ବୟସ ନ ହେବା ଓ ଆଉକେତକଙ୍କ ହେମୋଗ୍ଲୋବିନ କମଥିବାରୁ ସେମାନେ ରକ୍ତଦାନ କରିପାରିନଥିବା ବେଳେ ତଥାପି ଏହି ଶିବିରରେ ୧୫ୟୁନିଟ ରକ୍ତସଂଗ୍ରହ ହୋଇଥିଲା । ଜିଲ୍ଲା ବିଜୁଯୁବବାହିନୀର ପ୍ରକଳ୍ପ ଅଧିକାରୀ ଦେବା ସୋଡି,ଖଇରପୁଟ ବ୍ଲକ ସଂଯୋଜକ କାମରାଜ ଦେଶିଆନାୟକ, ମୁଦୁଲିପଡା ପଚାଂୟତ ବିଜୁ ଯୁବବାହିନୀ ସଭାପତି ମଙ୍ଗଳା ମାନ୍ଦ୍ରା,ସପାଂଦକ ସନ୍ତୋଷ କିର୍ସାନୀ ଓ ଅନ୍ୟାନ କର୍ମକର୍ତା ମାନେ ଏହି ମାଗଣା ରକ୍ତଦାନ ଶିବିର ପରିଚାଳନା କରିଥିଲେ । ରକ୍ତଭଣ୍ଡାର ଟେକନିସିଆନ ସୁଜଳରାୟ,ସନ୍ତୋଷ କୁମାରଚୌଧୁରୀ, ମାନ ଖେମୁଣ୍ଡୁ, ସାଗରଜିତ ଖଣ୍ଡୁଆଳ ଯୋଗଦେଇ ରକ୍ତସଂଗ୍ରହ କରିଥିଲେ । ମାଲକାନଗିରି ଜିଲ୍ଲା ହସପିଟାଲରେ ପ୍ରତି ମାସରେ ୩୦୦ରୁ ଉର୍ଦ୍ଦ ୟୁନିଟ ରକ୍ତ ରୋଗୀଙ୍କ ପାଇଁ ଆବଶ୍ୟକ ପଡୁଥିବା ବେଳେଗତ କିଛିଦନ ହେଲା ମାତ୍ର ୧୦୦ ୟୁନିଟରୁ ୧୫୦ ୟୁନିଟ ରକ୍ତ ଗଛିତ ରହୁଥିବାର ଜଣାପଡିଛି ।  ଜିଲ୍ଲାରେ ରକ୍ତ କିଣିବାପାଇଁ ଅନ୍ୟ ବ୍ୟବସ୍ଥା ନଥିବାରୁ ଗରିବ ରୋଗିମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି , ଧନି ଶ୍ରେଣିର ରୋଗୀ ମାନେ ଜୟପୁର କୋରାପୁଟ ରୁ କିମ୍ବା ଅନ୍ୟଲୋକ ଯୋଗାଡ କରି ରକ୍ତ ନିଜ ରୋଗୀମାନଙ୍କୁ ଦେଉଛନ୍ତି । ପ୍ରସୂତୀ ମହିଳା ଓ ଅନ୍ୟାନ ଗୁରତର ରୋଗି ମାନଙ୍କୁ ରକ୍ତ ଦେବାର ଜରୁରରୀ ହୋଇପଡି ଥିଲେ ମଧ୍ୟ ରକ୍ତଭଣ୍ଡାରରେ ରକ୍ତର ଅଭାବ ଲାଗିରହିଛି । ରକ୍ତଭଣ୍ଡାରର କ୍ଷମତା ବଡାଇଦିଆ ଯାଇଥିବା ବେଳେ ଗତ ଦୁଇମାସ ହେଲା  ଠିକ ଭାବେ ରକ୍ତ ନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ହୋଇଛି । ସାଧରଣତ ଦୁର୍ଗମ ଅପହଁଚ ଇଲାକା  ବଣ୍ଡା ଘାଟିକୁ ଲୋକମାନେ ଯିବାକୁ ଭୟକରୁଥିବାବେଳେ ସେହି ଘାଟିର ଆଦମବଣ୍ଡା ଆଦିବାସୀ ସଂପ୍ରଦାୟର ଯୁବକ ଓ ଯୁବତୀ ମାନେ ସ୍ୱେଚ୍ଛାକୃତ ରକ୍ତଦାନଶିବିର କୁ ଆସି  ରକ୍ତଦାନ କରିବା ଘଟଣାକୁ  ଜିଲ୍ଲାବାସୀ ସ୍ୱାଗତ ଜଣାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.