Home ଓଡ଼ିଶା ଦୁଇ ସନ୍ତାନଙ୍କ ସହ ନିଜ ଦେହରେ ନିଆଁ ଲଗାଇ ମା’ର ଅତ୍ମହତ୍ୟା ଉଦ୍ୟମ

ଦୁଇ ସନ୍ତାନଙ୍କ ସହ ନିଜ ଦେହରେ ନିଆଁ ଲଗାଇ ମା’ର ଅତ୍ମହତ୍ୟା ଉଦ୍ୟମ

224

କେନ୍ଦ୍ରାପଡ଼ା ୧୬ା୫ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନା ସଂକ୍ରମଣ ଉଗ୍ରରୂପ ନେଉଥିବା ବେଳେ ଗରିବଲୋକମାନଙ୍କର ଆର୍ଥିକ ମନୋବଳ ଭାଙ୍ଗିପଡ଼ିଛି। ସୁସ୍ଥଭାବେ ବଞ୍ଚି ରହିବାପାଇଁ ରାଜ୍ୟରେ ମାନବ ସମାଜରେ ରାହା ଖୋଜୁଛି। ମନଷ୍ୟ କିନ୍ତୁ ବେଳେବେଳେ ନିଜର ଜ୍ଞାନଶକ୍ତି ହରାଇ ବସେ । ଏଭଳି ଏକ ଅବାବନୀୟ ଘଟଣାଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ।

ଜନ୍ମ ଦାତ୍ରୀ ମା’ ପରିବାରିକ କଳହରୁ ଚଣ୍ଡି ରୂପ ଧାରଣ କରି ନିଜର ସନ୍ତାନ ମାନଙ୍କ ସହ ନିଜ ଦେହରେ କିରୋସିନ ଢାଳି ଆ‌ତ୍ମହତ୍ୟା ଉଦ୍ୟମକରିବା ଘଟଣା ସମସ୍ତଙ୍କୁ ଚକିତ କରିଛି। କେନ୍ଦ୍ରାପଡା ଜିଲ୍ଲା ପଟାମୁଣ୍ଡାଇ ମହାକାଳପଡା ଭୋପାଳ ଗ୍ରାମର ସଚିତ୍ର ସ୍ୱାଇଁଙ୍କ ପତ୍ନୀ ଲୋଭାବତୀ ସ୍ୱାଇଁ ତାର ବଡ଼ ପୁଅ ୮ ବର୍ଷ ଓ ସାନ ପୁଅ ୩ ବର୍ଷ ଏବଂ ନିଜ ଦେହରେ  ନିଆଁ ଲଗାଇ ଆତ୍ମଦାହ କରିବାକୁ ଉଦ୍ୟମ କରିଛି।

ବଡ ପୁଅର ଚିତ୍କାର ଶୁଣି ଘର ଲୋକ ଓ ପଡୋଶୀ ମିଶି କବାଟ ଭାଙ୍ଗି ଗୁରୁତର ତିନି ଜଣଙ୍କୁ ଉଦ୍ଧାର କରିଥିଲେ।
ଏମାନଙ୍କୁ ପ୍ରଥମେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଲୋଭାବତୀ ଓ ସାନ ପୁଅ ଆୟୁଷର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ନିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.